Advertisment

ଧମକ ଦେଲା ରୁଷ, ୟୁକ୍ରେନ୍‌ ଉପରେ ହାଇପରସୋନିକ୍‌ ମିସାଇଲ ଆଟାକ ହେବ

ନୂଆଦିଲ୍ଲୀ: ୟୁକ୍ରେନ୍‌କୁ ଧ୍ୱଂସବିଧ୍ୱସ୍ତ କରିଦେଇଥିବା ରୁଷ ତାର ଜିଦରେ ଅଟଳ ରହିଛି। ରାଜଧାନୀ କିଭ୍‌ ଦଖଲ ନହେବା ଯାଏଁ ମଇଦାନରୁ ହଟିବାର ନା ଧରୁନି। ପୂର୍ବରୁ ସାମରିକ ଅଞ୍ଚଳକୁ ଟାର୍ଗେଟ କରୁଥିବା ରୁଷ ଏବେ ବେସାମରିକ ଅଞ୍ଚଳକୁ ନିଶାନା କରୁଛି । ଖାଲି ସେତିକି ନୁହଁ ଆଗକୁ ଭୟଙ୍କର ମିସାଇଲ ମାଡ଼ କରିବା ନେଇ ଧମକ ଦେଇଛି । ସେହିପରି ୟୁକ୍ରେନ୍‌ ଅଣ୍ଡରଗ୍ରାଉଣ୍ଡରେ ଥିବା ବିଶାଳ ପରିମାଣର ମିସାଇଲ ନଷ୍ଠ କରିଦେଇଛି।  ଏଥିସହ ୟୁକ୍ରେନ୍‌ ଉପରେ ହାଇପରସୋନିକ […]

author-image
Tapas Behera
ଅଦ୍ୟତନ ହୋଇଛି
ବିପୁଳ ଟଙ୍କା ଧରି ୟୁକ୍ରେନ୍‌ ଛାଡ଼ୁଥିଲେ ମହିଳା , ସୀମାରେ ଫସିଗଲେ

war

ନୂଆଦିଲ୍ଲୀ: ୟୁକ୍ରେନ୍‌କୁ ଧ୍ୱଂସବିଧ୍ୱସ୍ତ କରିଦେଇଥିବା ରୁଷ ତାର ଜିଦରେ ଅଟଳ ରହିଛି। ରାଜଧାନୀ କିଭ୍‌ ଦଖଲ ନହେବା ଯାଏଁ ମଇଦାନରୁ ହଟିବାର ନା ଧରୁନି। ପୂର୍ବରୁ ସାମରିକ ଅଞ୍ଚଳକୁ ଟାର୍ଗେଟ କରୁଥିବା ରୁଷ ଏବେ ବେସାମରିକ ଅଞ୍ଚଳକୁ ନିଶାନା କରୁଛି । ଖାଲି ସେତିକି ନୁହଁ ଆଗକୁ ଭୟଙ୍କର ମିସାଇଲ ମାଡ଼ କରିବା ନେଇ ଧମକ ଦେଇଛି । ସେହିପରି ୟୁକ୍ରେନ୍‌ ଅଣ୍ଡରଗ୍ରାଉଣ୍ଡରେ ଥିବା ବିଶାଳ ପରିମାଣର ମିସାଇଲ ନଷ୍ଠ କରିଦେଇଛି।  ଏଥିସହ ୟୁକ୍ରେନ୍‌ ଉପରେ ହାଇପରସୋନିକ ଭଳି ଭୟଙ୍କର ମିସାଇଲ ପ୍ରୟୋଗ କରିବ ବୋଲି ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଯୁଦ୍ଧରେ ଏଯାଏଁ ୧୧୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ କହିଛି।

Advertisment

ଯୁଦ୍ଧ ଯୋଗୁ ୟୁକ୍ରେନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦରଦାମ ହୁହୁ  ହୋଇ ବଢ଼ୁଥିବା ବେଳେ ଖାଦ୍ୟ ସଙ୍କଟ ଉପୁଜିଛି।  ଯୁଦ୍ଧଗ୍ରସ୍ତ ଅଞ୍ଚଳକୁ ଖାଦ୍ୟ , ତେଲ ରପ୍ତାନୀ ହୋଇପାରୁନି।ୟୁକ୍ରେନ୍‌ରେ କ୍ଷୁଧା ଏବଂ ଦୁର୍ଭିକ୍ଷ ପରିସ୍ଥିତି ଉପୁଜିବା ନେଇ ଜାତିସଂଘ ଆଶଙ୍କା କରିଛି। ପ୍ରାୟ ୪୦ ଲକ୍ଷ ଲୋକେ ଦାରିଦ୍ର୍ୟରେ ସମ୍ମୁ‌ଖୀନ ହୋଇଛନ୍ତି।

ଆକ୍ରମଣ ଯୋଗୁ ୟୁକ୍ରେନରୁ ୩.୨ ମିଲିଅନ ଲୋକେ ଦେଶ ଛାଡ଼ି ପଡ଼ୋଣୀ ଦେଶରେ ଆଶ୍ରୟ ନେଇଛନ୍ତି। ୟୁକ୍ରେନର ଶିଶୁଙ୍କ ପାଇଁ  ବିଶ୍ୱ ବିଖ୍ୟାତ୍‌ ଟେନିସ ତାରକା ରୋଜର ଫେଡରର୍ ୫ ଲକ୍ଷ ଡଲାର ଦାନ କରିଛନ୍ତି।  ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ କହିଛନ୍ତି ଯେ, ଏବେ ଆଲୋଚନା ପାଇଁ ସମୟ ଆସିଛି। ୟୁକ୍ରେନ୍‌ର ଆଞ୍ଚଳିକ ଅଖଣ୍ଡତା ଏବଂ ବିଚାର ପାଇଁ ସମୟ ଆସିଛି। ନଚେତ, ରୁଷ୍‌ର ଏତେ କ୍ଷତି ହେବ ଯେ, ଆଗାମୀ କେତେ ପିଢ଼ି ଧରି ସେ କ୍ଷତି ଭରଣା କରାଯାଇ ପାରିବ ନାହିଁ।

Advertisment