Advertisment

‘ୟୁକ୍ରେନ କରୁଛି ‘ଡାର୍ଟି ବମ୍‌ ’, ତା ଅସ୍ତିତ୍ୱ ମାଟିରେ ମିଶାଇ ଦେବୁ’

ମସ୍କୋ: ‘ୟୁକ୍ରେନ  କରୁଛି ‘ଡାର୍ଟି ବମ୍‌ ’।  ଏହା ଏକ  ପରମାଣୁ ବୋମା ହୋଇଥିବା ବେଳେ ଏହାକୁ ପକାଇ ସେ ଆମକୁ ଛାରଖାର କରିବାକୁ ଟାର୍ଗେଟ ରଖିଛି। ହେଲେ ତା’ ମନସ୍କାମନା ପୂରଣ କରିବାକୁ ଦେବୁନି। ଆମେ ତା ଅସ୍ତିତ୍ୱକୁ ମାଟିରେ ମିଶାଇ ଦେବୁ। ” ୟୁକ୍ରେନକୁ ଏପରି ଧମକ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ହେଲେ ପରମାଣୁ ବୋମା ପ୍ରସ୍ତୁତ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ । ରୂଷ ନିଜ ଜିଦ୍‌ରୁ […]

‘ୟୁକ୍ରେନ କରୁଛି ‘ଡାର୍ଟି ବମ୍‌ ’, ତା ଅସ୍ତିତ୍ୱ ମାଟିରେ ମିଶାଇ ଦେବୁ’

putin-and-zelensky

Advertisment

ମସ୍କୋ: ‘ୟୁକ୍ରେନ  କରୁଛି ‘ଡାର୍ଟି ବମ୍‌ ’।  ଏହା ଏକ  ପରମାଣୁ ବୋମା ହୋଇଥିବା ବେଳେ ଏହାକୁ ପକାଇ ସେ ଆମକୁ ଛାରଖାର କରିବାକୁ ଟାର୍ଗେଟ ରଖିଛି। ହେଲେ ତା’ ମନସ୍କାମନା ପୂରଣ କରିବାକୁ ଦେବୁନି। ଆମେ ତା ଅସ୍ତିତ୍ୱକୁ ମାଟିରେ ମିଶାଇ ଦେବୁ। ” ୟୁକ୍ରେନକୁ ଏପରି ଧମକ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ହେଲେ ପରମାଣୁ ବୋମା ପ୍ରସ୍ତୁତ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ ।

Advertisment

ରୂଷ ନିଜ ଜିଦ୍‌ରୁ ହଟୁ ନ ଥିବା ବେଳେ ଦିନକୁ ଦିନ ଆକ୍ରାମଣାତ୍ମକ ଢ଼ଙ୍ଗରେ ୟୁକ୍ରେନ ଉପରକୁ ହାମଲା କରି ଚାଲିଛି। ରୁଷ-ୟୁକ୍ରେନ ଯୁଦ୍ଧରେ ପାଶ୍ଚାତ ଦେଶ ପ୍ରତ୍ୟକ୍ଷ ଭାବେ ସାମିଲ ହେଉ ନ ଥିଲେ ମଧ୍ୟ ୟୁକ୍ରେନକୁ ସହଯୋଗ କରୁଛନ୍ତି। ଏପରିକି ରୁଷ ଉପରେ ବୋମା ମାଡ଼ ହେଉ ନ ଥିଲେ ବି ଆରମ୍ଭ କରିଦେଲେଣି ଆର୍ଥିକ ଘେରାବନ୍ଦୀ। ଏପରିକି ରୁଷରେ ବିଭିନ୍ନ ଦେଶ ରୁଷକୁ ଘେରିବାକୁ ଚେଷ୍ଟା କରି ବିଭିନ୍ନ କଟକଣା ଲାଗୁ କରୁଥିବା ବେଳେ ଏହାକୁ ସହଜେ ଗ୍ରହଣ କରିବା କିମ୍ବା ପଛକୁ ହଟିବା ମୁଡରେ ନାହାନ୍ତି ପୁଟିନ ।

ବହୁ ବହୁଦେଶୀୟ କମ୍ପାନୀ ରୁଷରେ ନିଜ ଅପରେସନ ଓ ସର୍ଭିସକୁ ବନ୍ଦ କରି ଦେଇଛନ୍ତି। ଫଳରେ ଡଲାର ତୁଳନାରେ ରୁବେଲ ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି।  ଏହାକୁ ସହଜେ ହଜମ କରିପାରୁ ନ ଥିବା ପୁଟିନ ବିଳିବିଳେଇବାକୁ ଆରମ୍ଭ କଲେଣି। ଏପରିକି ୟୁକ୍ରେନ ପରମାଣୁ ବୋମା କରୁଥିବା ଅଭିଯୋଗ ଆଣି ବିଶ୍ୱ ମାନଚିତ୍ରରୁ ତା’ର ଚିହ୍ନବର୍ଣ୍ଣ ହଟାଇ ଦେବାକୁ ମଧ୍ୟ ଧମକ ଦେଲେଣି। ଏପରିକି ରୁଷର ରକେଟ ମାଡ଼ରେ ନଷ୍ଟ ହୋଇଥିବା ପରମାଣୁ ପ୍ଲାଣ୍ଟରେ ହିଁ ୟୁକ୍ରେନ ଏହି ବୋମା ତିଆରି କରୁଥିବା ଦାବି କାରୁଛି ରୁଷ ।

Advertisment

ହେଲେ ଏହାକୁ ଖଣ୍ଡନ କରିଛି ୟୁକ୍ରେନ ସରକାର। ଏନେଇ କୁହାଯାଇଛି, ୧୯୯୪ ମସିହାରେ ପରମାଣୁ ଅସ୍ତ୍ର ଛାଡ଼ିବା ପରେ ପୁଣି ଥରେ ପରମାଣୁ କ୍ଲବରେ ସାମିଲ ହେବାର ୟୁକ୍ରେନର କୌଣସି ଲକ୍ଷ୍ୟ ନାହିଁ। ହେଲେ ଏହାକୁ ସହଜେ ଗ୍ରହଣ କରିପାରୁନି ରୁଷ।

ରୁଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଘନେବାରେ ଲାଗିଥିବା ବେଳେ ଗତ ଶନିବାର ରାତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ ଅଚାନକ ମସ୍କୋରେ ପହଞ୍ଚି ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଥିଲେ। ଦୀର୍ଘ ୩ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଥିଲେ ବି କେଉଁ ବିଷୟରେ ଆଲୋଚନା ହେଲେ ଓ କ’ଣ ନିଷ୍କର୍ସ ବାହାରିଲା ସେ ନେଇ କିଛି ସୂଚନା ଦିଆଯାଇନି । ପୁଟିନଙ୍କ ସହ ସାକ୍ଷାତକାର ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଜେଲନକ୍ସିଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଉଭୟ ରୁଷ ଓ ୟୁକ୍ରେନ ମାମଲାରେ ଇସ୍ରାଏଲ ହସ୍ତକ୍ଷେପ କରୁ ବୋଲି ଅନୁରୋଧ କରିଥିଲେ ଜେଲେନକ୍ସି।

ତେବେ ଯୁଦ୍ଧରେ ଏଥିରେ ବିରାମ ଲାଗୁଛି ନା ପୁଣି ଏକ ବିଶ୍ୱଯୁଦ୍ଧ ମୁହାଁ ହେଉଛି ପୃଥିବୀ ତାହା ସମୟ ହିଁ କହିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe