Advertisment

ରୁଷ ଯୁଦ୍ଧ ବିମାନକୁ ଦିଖଣ୍ଡ କରିଦେଲା ୟୁକ୍ରେନ୍‌ ମିସାଇଲ, ପଠେଇଥିଲା ବ୍ରିଟେନ୍‌

ନୂଆଦିଲ୍ଲୀ: ଶକ୍ତିଶାଳି ରୁଷ ବିଧ୍ୱଂଶକାରୀ ମିସାଇଲ ମାଡ଼ ଜାରି ରଖିଥିବା ବେଳେ ୟୁକ୍ରେନ୍‌ ମଧ୍ୟ ସାହସର କଡ଼ା ଜବାବ ଦେଉଛି। ରୁଷର ଏକ ଯୁଦ୍ଧ ବିମାନକୁ ୟୁକ୍ରେନ୍‌ ସେନା ପାଲଟା ଅକ୍ରମଣ କରି ଦୁଇ ଖଣ୍ଡ କରିଦେଇଛି। ୟୁକ୍ରେନରୁ ପରିଚାଳିତ ଗଣମାଧ୍ୟମ ଟାଇମସ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବ୍ରିଟିସ୍‌ ନିର୍ମିତ ଏହି ମିସାଇଲକୁ ରୁଷ ବିରୋଧରେ ବ୍ୟବହାର କରିଛି ୟୁକ୍ରେନ୍‌। ମଝି ଆକାଶରେ Mi28N ଯୁଦ୍ଧ ବିମାନଟି ଦୁଇ ଖଣ୍ଡ ହୋଇଥିବା ଭିଡିଓ  ଅନଲାଇନ୍‌ରେ […]

ଅଦ୍ୟତନ ହୋଇଛି
ରୁଷ ଯୁଦ୍ଧ ବିମାନକୁ ଦିଖଣ୍ଡ କରିଦେଲା ୟୁକ୍ରେନ୍‌ ମିସାଇଲ, ପଠେଇଥିଲା ବ୍ରିଟେନ୍‌

air

Advertisment

ନୂଆଦିଲ୍ଲୀ: ଶକ୍ତିଶାଳି ରୁଷ ବିଧ୍ୱଂଶକାରୀ ମିସାଇଲ ମାଡ଼ ଜାରି ରଖିଥିବା ବେଳେ ୟୁକ୍ରେନ୍‌ ମଧ୍ୟ ସାହସର କଡ଼ା ଜବାବ ଦେଉଛି। ରୁଷର ଏକ ଯୁଦ୍ଧ ବିମାନକୁ ୟୁକ୍ରେନ୍‌ ସେନା ପାଲଟା ଅକ୍ରମଣ କରି ଦୁଇ ଖଣ୍ଡ କରିଦେଇଛି। ୟୁକ୍ରେନରୁ ପରିଚାଳିତ ଗଣମାଧ୍ୟମ ଟାଇମସ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବ୍ରିଟିସ୍‌ ନିର୍ମିତ ଏହି ମିସାଇଲକୁ ରୁଷ ବିରୋଧରେ ବ୍ୟବହାର କରିଛି ୟୁକ୍ରେନ୍‌। ମଝି ଆକାଶରେ Mi28N ଯୁଦ୍ଧ ବିମାନଟି ଦୁଇ ଖଣ୍ଡ ହୋଇଥିବା ଭିଡିଓ  ଅନଲାଇନ୍‌ରେ ପ୍ରସାରିତ ହେଉଛି।
https://twitter.com/Osinttechnical/status/1510094022970417160?s=20&t=Bi5wwfm2KvWsPgdXHap8tw

Advertisment

ୟୁକ୍ରେନ୍‌ର ଲୁହାନ୍ସକ ଅଞ୍ଚଳରେ ଉକ୍ତ ବିମାନକୁ ଟାର୍ଗେଟ କରିଥିଲା ୟୁକ୍ରେନ୍ ସେନା। ଏ ସମ୍ପର୍କରେ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଗତ ଏକ ସପ୍ତାହ ଧରି ଦେଶରେ ଆଣ୍ଟି ଏୟାର କ୍ଲାଫ୍ଟ ମୁତୟନ କରାଯାଇଛି। ତେବେ ପ୍ରଥମ ଥର ପାଇଁ ବ୍ରେଟେନ୍‌ ନିର୍ମିତ  ଉଚ୍ଚ ବେଗ ସମ୍ପନ୍ନ ମିସାଇଲକୁ ବ୍ୟବହାର କରାଯାଇଛି। ୟୁକ୍ରେନ୍‌ର ସବୁଠାରୁ ଆଡଭାନ୍ସଡ ଟେକ୍ନୋଲୋଜି ନିର୍ମିତ ଏହି ମିସାଇଲ ୩ଟି କାଇନେଟିକ୍‌ ଡାର୍ଟରୁ ଆକ୍ରମଣ କରିପାରିବ। ତେବେ ରୁଷ ବିରୋଧରେ ପ୍ରତିଆକ୍ରମଣ ପାଇଁ ଗତ ମାସରେ ବ୍ରିଟେନ ୟୁକ୍ରେନ୍‌କୁ ସାମରିକ ସହାୟତା କରିଥିବା ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ୟୁକ୍ରେନ୍‌ ପାଇଁ ଏହି ମିସାଇଲ ବେଶ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଲେଜର ଗାଈଡେଡ୍‌ ବିଶିଷ୍ଟି  ଏହି ମିସାଇଲର ନାମ  ଷ୍ଟାରଷ୍ଟ୍ରେକ୍‌ ବୋଲି କୁହାଯାଉଛି। ଶତ୍ରୁର ଯୁଦ୍ଧ ବିମାନଠାରୁ ଏହା ୩ଗୁଣା ଅଧିକ ବେଗରେ ଅତିକ୍ରମ କରିପାରିବ।

ଶତ୍ରୁର ଫାଇଟିଂ ଜେଟ୍‌କୁ ମଧ୍ୟ ଖସାଇବାର ଏହାର କ୍ଷମତା ରହିଛି। କିଭ ଆକ୍ରମଣ ପୂର୍ବରୁ ବ୍ରିଟେନ୍ ୟୁକ୍ରେନ୍‌କୁ ହଜାର ହଜାର  ଆଣ୍ଟି ମିସାଇଲ ଟ୍ୟାଙ୍କ ଯୋଗାଇ ଦିଆଯାଇଛି। ସେହିପରି ୟୁକ୍ରେନ୍‌ ଆଗକୁ ଅଧିକ ସାମରିକ ସହାୟତା ଯୋଗାଇ ଦିଆଯିବ ବୋଲି  ବୋରିସ୍‌ ଜନସନ୍‌ କହିଛନ୍ତି।ବ୍ରିଟେନ୍‌ ଆହୁରୀ ୬୦୦୦ ମିସାଇଲ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏବେ ପୂର୍ବ ୟୁକ୍ରେନ୍‌ ଉପରେ ରୁଷ ନଜର ପକାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe