Advertisment

ମହାକାଶରେ ସରିଲା ପ୍ରଥମ ଫିଲ୍ମ ଶୁଟିଂ, ଫେରିଲେ ଟିମ୍‌

ମସ୍କୋ: ଇତିହାସରେ ପ୍ରଥମ। ମହାକାଶରେ ଶୁଟିଂ ହୋଇଛି ଫିଲ୍ମ। ଏହି ଶୁଟିଂ ଏବେ ଶେଷ ହୋଇଛି। ଫିଲ୍ମ ଶୁଟିଂ ସାରି ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍‌। ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶରେ ବିତାଇଥିଲେ ଟିମ୍‌। ‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟାବଳୀର ଶୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍‌ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ […]

ମହାକାଶରେ ସରିଲା ପ୍ରଥମ ଫିଲ୍ମ ଶୁଟିଂ, ଫେରିଲେ ଟିମ୍‌

Film Shooting in space

Advertisment

ମସ୍କୋ: ଇତିହାସରେ ପ୍ରଥମ। ମହାକାଶରେ ଶୁଟିଂ ହୋଇଛି ଫିଲ୍ମ। ଏହି ଶୁଟିଂ ଏବେ ଶେଷ ହୋଇଛି। ଫିଲ୍ମ ଶୁଟିଂ ସାରି ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍‌। ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶରେ ବିତାଇଥିଲେ ଟିମ୍‌।

Advertisment

‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟାବଳୀର ଶୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍‌ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍‌ଡ୍‌ ଏବଂ ୩୮ ବର୍ଷିୟ ନିର୍ଦେଶକ କ୍ଲିମ୍‌ ସିପେଙ୍କୋ ରକେଟ୍‌ ଯୋଗେ ମହାକାଶକୁ ଯାଇଥିଲେ।

ମହାକାଶରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହାର କାହାଣୀର କିଛି ଅଂଶ ସ୍ପେସ୍‌ରେ ଶୁଟିଂ କରାଯାଇଛି। ରବିବାର ଦିନ ଅନ୍ତର୍ଜାତୀୟ ସମୟ ରାତି ୧.୧୫ ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ବାହାରିଛି। ଜଣେ ମହାକାଶଚାରୀ ଏବଂ ଦୁଇଜଣ ରୁଷୀୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ନେଇ ସୋୟୁଜ୍ ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡି ପୃଥିବୀ ଅଭିମୁଖେ ଯାତ୍ରା କରିଛି।

Advertisment

ଏହି ରକେଟରେ ଓଲେଗ ନୋଭିଟସ୍କି, ୟୁଲିଆ ପେରେସିଲ୍ଡ ଏବଂ କ୍ଲିମ ସିପେଙ୍କୋ ଅଛନ୍ତି। ଅଭିନେତ୍ରୀ ପେରେସିଲ୍ଡ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିପେଙ୍କୋ ଅକ୍ଟୋବର ୫ ରେ "ଚ୍ୟାଲେଞ୍ଜ" ନାମକ ଫିଲ୍ମ ଶୁଟିଂ ପାଇଁ ସ୍ପେସ୍ ଷ୍ଟେସନରେ ପହଞ୍ଚି ସେଠାରେ ୧୨ ଦିନ ରହିଥିଲେ।

କାହାଣୀ ଅନୁଯାୟୀ ଏହି ଫିଲ୍ମରେ ସର୍ଜନ ଭୂମିକାରେ ଅଭିନୟ କରୁଥିବା ପେରେସିଲ୍ଡଙ୍କୁ ଜଣେ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିବାକୁ ଏକ ସ୍ପେସ୍ ଷ୍ଟେସନକୁ ଯିବାକୁ ପଡେ। ଯାହାର କି ମହାକାଶ କକ୍ଷପଥରେ ତୁରନ୍ତ ଅପରେସନ୍‌ କରିବାକୁ ପଡେ। ସ୍ପେସ୍ ଷ୍ଟେସନରେ ୬ ମାସରୁ ଅଧିକ ସମୟ ବିତାଇଥିବା ନୋଭିତ୍ସକି ଏହି ଫିଲ୍ମରେ ଜଣେ ଅସୁସ୍ଥ ମହାକାଶଚାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ମହାକାଶଯାନ କାଜାଖସ୍ତାନରେ ଅବତରଣ କରିବ ବୋଲି ଆଶା କରାଯାଉଛି।

ସୂଚନା ମୁତାବକ, ଏହାପୂର୍ବରୁ ‘ମିସନ୍‌ ଇମ୍ପସିବଲ୍‌’ର ଅଭିନେତା ଟମ୍‌ କ୍ରୁଜ୍‌, ‘ନାସା’ ଏବଂ ‘ଏଲନ୍‌ ମସ୍କ୍‌’ର ‘ସ୍ପେସ୍‌ଏକ୍ସ’କୁ ନେଇ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରାଯିବ ବୋଲି ଗତବର୍ଷ ହଲିଉଡ୍‌ ଘୋଷଣା କରିଥିଲା।

https://twitter.com/Space_Station/status/1449598806765490178?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe