Advertisment

ୟୁକ୍ରେନ ଠାରୁ ୨୦ କିମି ଦୂରରେ ରୁଷ ସୈନ୍ୟ, ସୀମାରେ ତିଆରି ହେଉଛି ଅସ୍ଥାୟୀ ହସ୍ପିଟାଲ

କିଭ୍: ୟୁକ୍ରେନ ଉପରେ ହମଲା କରିବାକୁ ରୁଷର ଯବାନମାନେ ପଣ କରିଥିବା ପରି ମନେ ହେଉଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ମାନ୍ୟତା ଦେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଯାଇଛି। ଏବେ ୟୁକ୍ରେନ ଭିତରକୁ ଯିବା ପାଇଁ ରୁଷ ଯବାନମାନେ ଉଦ୍ୟମ ଆରମ୍ଭ କରିଥିବା ନୂଆ ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ଜଣାପଡ଼ୁଛି। ସାମ୍ନାକୁ ଆସିଥିବା ଛବିରେ ରୁଷ ସୈନ୍ୟମାନେ ୟୁକ୍ରେନ ସୀମା ଠାରୁ ମାତ୍ର ୨୦ କିମି […]

ଅଦ୍ୟତନ ହୋଇଛି
ୟୁକ୍ରେନ ଠାରୁ ୨୦ କିମି ଦୂରରେ ରୁଷ ସୈନ୍ୟ, ସୀମାରେ ତିଆରି ହେଉଛି ଅସ୍ଥାୟୀ ହସ୍ପିଟାଲ

Hospital

Advertisment

କିଭ୍: ୟୁକ୍ରେନ ଉପରେ ହମଲା କରିବାକୁ ରୁଷର ଯବାନମାନେ ପଣ କରିଥିବା ପରି ମନେ ହେଉଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ମାନ୍ୟତା ଦେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଯାଇଛି। ଏବେ ୟୁକ୍ରେନ ଭିତରକୁ ଯିବା ପାଇଁ ରୁଷ ଯବାନମାନେ ଉଦ୍ୟମ ଆରମ୍ଭ କରିଥିବା ନୂଆ ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ଜଣାପଡ଼ୁଛି।

Advertisment

ସାମ୍ନାକୁ ଆସିଥିବା ଛବିରେ ରୁଷ ସୈନ୍ୟମାନେ ୟୁକ୍ରେନ ସୀମା ଠାରୁ ମାତ୍ର ୨୦ କିମି ଦୂରରେ ରହିଛନ୍ତି। ସେହପରି ସୀମାନ୍ତ ଅଞ୍ଚଳରେ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହାର ଅର୍ଥ କାର୍ଯ୍ୟାନୁଷ୍ଠାନ ସମୟରେ ସୈନ୍ୟମାନେ ଆହତ ହେଲେ ଏହି ହସ୍ପିଟାଲରେ ଚିକିତ୍ସିତ ହେବେ।

ଏଥିସହ ରୁଷ ପୂର୍ବାପେକ୍ଷା ସୀମାରେ ଆହୁରି ଅଧିକ ଯୁଦ୍ଧାସ୍ତ୍ର, ଯବାନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଜୁଦ କରିବା ଆରମ୍ଭ କରିଦେଇଛି। ମଙ୍ଗଳବାର ରୁଷ ସଂସଦ ରାଷ୍ଟ୍ରପତି ପୁଟିନଙ୍କୁ ଦେଶ ବାହାରେ ସାମରିକ ଶକ୍ତି ବ୍ୟବହାର କରିବାର କ୍ଷମତା ପ୍ରଦାନ କରିଛି। ଏହି କ୍ଷମତା ମିଳିବାର ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ଆଡ଼କୁ ଅଧିକ ଯବାନ ଯିବା ଆରମ୍ଭ କରିଛନ୍ତି।

Advertisment

brc4uib4ଗତ ୨୪ ଘଣ୍ଟା ମଧ୍ୟରେ ମାକ୍ସର କମ୍ପାନୀ ପକ୍ଷରୁ ସ୍ୟାଟେଲାଇଟ ଦ୍ୱାରା ବିଭିନ୍ନ ପ୍ରଚାରର ଫଟୋ ସଂଗ୍ରହ କରାଯାଇଛି। ଏହି ଫଟୋ ଅନୁଯାୟୀ, ବେଲାରୁସର ଦକ୍ଷିଣ ପ୍ରାନ୍ତରେ ରୁଷ ଅଧିକ ସଂଖ୍ୟକ ଯବାନ ଓ ଅନ୍ୟାନ୍ୟ ସାମଗ୍ରୀ ଖଞ୍ଜିବା ଆରମ୍ଭ କରିଛି। ୟୁକ୍ରେନ ସୀମାର ପୂର୍ବ ପଟେ ରୁଷ ତା’ର ସ୍ଥିତାବସ୍ଥାକୁ ଧୀରେଧୀରେ ମଜବୁତ କରୁଥିବା ଦେଖିବାକୁ ମିଳିଛି।

ଦକ୍ଷିଣପୂର୍ବ ବେଲାରୁସର ମୋଜୟର ଠାରେ ଥିବା ଛୋଟିଆ ଅଞ୍ଚଳରେ ୧୦୦ରୁ ଅଧିକ ଗାଡ଼ି ଓ ଯବାନଙ୍କ ଟେଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଏୟାରଫିଲ୍ଡଟି ୟୁକ୍ରେନ ସୀମାରୁ ମାତ୍ର ୪୦ କିମି ଦୂର। ପଶ୍ଚିମ ରୁଷର ପୋଚେପ ଠାରେ ମଧ୍ୟ ଗୋଟିଏ ବିରାଟ ଅଞ୍ଚଳକୁ ଖାଲି କରାଯାଇଛି। ଏଠାରେ ମଧ୍ୟ ଅତିରିକ୍ତ ଯବାନ ଓ ଯୁଦ୍ଧାସ୍ତ୍ର ରଖାଯିବ।

ବେଲଗୋରୋଡର ପଶ୍ଚିମ ଉପକଣ୍ଠରେ ଅସ୍ଥାୟୀ ହସ୍ପିଟାଲ ତିଆରି କରାଯିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଠାରେ ବିପୁଳ ସଂଖ୍ୟାରେ ଯବାନ ମୁତୟନ ହୋଇଛନ୍ତି। ଏହି ଅଞ୍ଚଳଟି ୟୁକ୍ରେନ ସୀମାନ୍ତ ଠାରୁ ୨୦ କିମି ଦୂର। ସୀମାନ୍ତରେ ହସ୍ପିଟାଲ ନିର୍ମାଣ କରିବାର ଅର୍ଥ ରୁଷ ରକ୍ତପାତ କରିବା ମୁଡରେ ଆଗକୁ ବଢ଼ିବ।

ଏହି ସମୟରେ ଆହତ ହେବାକୁ ଥିବା ନିଜ ଦେଶର ଯବାନଙ୍କୁ ଏଠାରେ ଚିକିତ୍ସା ପ୍ରଦାନ କରାଯିବାର ଯୋଜନା ରହିଛି। ସାଧାଣତଃ ଯୁଦ୍ଧ ସମୟରେ ସୀମାନ୍ତ ଅଞ୍ଚଳରେ ଏପରି ହସ୍ପିଟାଲ ତିଆରି କରାଯାଇ ଥାଏ। ତେଣୁ ରୁଷ ମଧ୍ୟ ଯୁଦ୍ଧ କରିବା ମୁଡରେ ଥିବା ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

7lcatduoୟୁକ୍ରେନର ପୂର୍ବ ସୀମାନ୍ତ ଠାରୁ ୪୦ କିମି ଦୂରରେ ହେଭି ଇକ୍ୟୁପମେଣ୍ଟ ଟ୍ରାନ୍ସପୋଟର୍ସ(ଏଚଇଟି) ଦେଖିବାକୁ ମିଳିଛି। ଏଚଇଟିକୁ ଟ୍ୟାଙ୍କ, ତୋପ ଓ ଯୁଦ୍ଧରେ ବ୍ୟବହାର ହେବାକୁ ଥିବା ବଡ଼ବଡ଼ ଅସ୍ତ୍ରକୁ ପରିବହନ କରିବାକୁ ବ୍ୟବହାର କରାଯାଏ।

ରୁଷର ଏସବୁ ଆଚରଣକୁ ଦେଖି ୟୁକ୍ରେନ ସମେତ ସମଗ୍ର ପଶ୍ଚିମ ଦେଶଗୁଡ଼ିକ ମଧ୍ୟରେ ଯୁଦ୍ଧର ଆଶଙ୍କା ଆହୁରି ଘନୀଭୂତ ହୋଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe