Advertisment

ରୁଷର ବଡ଼ ଚେତାବନୀ: ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡ଼ିବ ପରମାଣୁ ବୋମା

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ଆଜି ୭ମ ଦିନରେ ପହଞ୍ଚିଛି। ରୁଷ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ୟୁକ୍ରେନକୁ କିଛି ପଶ୍ଚିମ ଦେଶ ସହଯୋଗର ହାତ ବଢ଼ାଇଥିବାରୁ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ୟୁକ୍ରେନକୁ ପଶ୍ଚିମ ଦେଶଗୁଡ଼ିକ ସହାୟତା କରୁଥିବା ବେଳେ ରୁଷକୁ ବିଭିନ୍ନ କମ୍ପାନୀ ଓ ଅନ୍ତର୍ଜାତୀୟ ସମୂହ ଏକ ଘରକିଆ କରୁଛନ୍ତି। ଆର୍ଥିକ କଟକଣା ଲାଗୁ […]

ରୁଷର ବଡ଼ ଚେତାବନୀ: ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡ଼ିବ ପରମାଣୁ ବୋମା

Russia2

Advertisment

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ଆଜି ୭ମ ଦିନରେ ପହଞ୍ଚିଛି। ରୁଷ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ୟୁକ୍ରେନକୁ କିଛି ପଶ୍ଚିମ ଦେଶ ସହଯୋଗର ହାତ ବଢ଼ାଇଥିବାରୁ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି।

Advertisment

ୟୁକ୍ରେନକୁ ପଶ୍ଚିମ ଦେଶଗୁଡ଼ିକ ସହାୟତା କରୁଥିବା ବେଳେ ରୁଷକୁ ବିଭିନ୍ନ କମ୍ପାନୀ ଓ ଅନ୍ତର୍ଜାତୀୟ ସମୂହ ଏକ ଘରକିଆ କରୁଛନ୍ତି। ଆର୍ଥିକ କଟକଣା ଲାଗୁ ଥିବାରୁ ରୁଷ ଏବେ ବ୍ୟାପକ କ୍ଷତି ସହିବା ଆରମ୍ଭ କରିଛି। ତେଣୁ ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ପରମାଣୁ ବୋମାର ଭୟ ଦେଖାଇଛନ୍ତି।

ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ, ତା’ହେଲେ ଏଥିରେ ନିଶ୍ଚିତ ପରମାଣୁ ବୋମାର ବ୍ୟବହାର ହେବ। ସେହିପରି ପୂରା ବିଶ୍ୱରେ ଧ୍ୱଂସର ତାଣ୍ଡବଲୀଳା ଦେଖାଯିବ ବୋଲି ସେ କହିଛନ୍ତି।

Advertisment

ରୁଷ ୟୁକ୍ରେନ ସହ ଯୁଦ୍ଧ କରୁଥିବା ବେଳେ ଆଣବିକ ଅସ୍ତ୍ରକୁ ଆଲର୍ଟ ମୋଡରେ ରଖିଛି। ସେହିପରି ପାଣିରେ ଭିତରେ ରୁଷ ପରମାଣୁ ଅସ୍ତ୍ରର ସମରାଭ୍ୟାସ ଆରମ୍ଭ କରିଛି। ସାରା ବିଶ୍ୱ ଏହାକୁ ନେଇ ଆଶା ଆଶଙ୍କାରେ ଥିବା ବେଳେ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଛନ୍ତି, ରୁଷ ସମସ୍ତ ପ୍ରକାରର କଟକଣା ପାଇଁ ପ୍ରସ୍ତୁତ ରହିଥିଲା। ହେଲେ ପଶ୍ଚିମ ଦେଶଗୁଡ଼ିକ ଆମ ଦେଶର ଖେଳାଳି, ସାମ୍ବାଦିକ ଓ ପ୍ରତିନିଧିଙ୍କୁ ଟାର୍ଗେଟ କରିବେ ବୋଲି ଆମେ କେବେ ଆଶା କରି ନଥିଲୁ। ଏବେ କିନ୍ତୁ ସେମିତି କିଛି ଘଟିଛି। ଯାହାକୁ ଆଦୌ ଗ୍ରହଣୀୟ ନୁହେଁ।

ଯଦି ତୃତୀୟ ବିଶ୍ୱଯୁଦ୍ଧ କୌଣସି ବି ପରିସ୍ଥିତିରେ ଆରମ୍ଭ ହୁଏ, ତା’ହେଲେ ଏଥିରେ ପରମାଣୁ ଅସ୍ତ୍ରର ବ୍ୟବହାର ହେବ। ଏହାର ଧ୍ୱଂସଲୀଳା ଅଧିକ ରହିବ ବୋଲି ସେ କହିଛନ୍ତି। ୟୁକ୍ରେନରେ ରୁଷ ପକ୍ଷରୁ ସ୍ୱତନ୍ତ୍ର ମିଲିଟାରୀ ଅପରେସନ ଚାଲିଥିବା ମଧ୍ୟ ଲାଭରୋଭ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଯଦି କିଭ କୌଣସି ଦେଶଠାରୁ ପରମାଣୁ ଅସ୍ତ୍ର ପାଇଲା, ତା’ହେଲେ ସ୍ଥିତି ଆହୁରି ଭୟଙ୍କର ରୂପ ଧାରଣ କରିବ।

ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ମସ୍କୋ ଉପରେ ବିଭିନ୍ନ ପ୍ରକାରର କଟକଣା ଲଗାଇଥିଲେ। ରୁଷ ପାଇଁ ଆମେରିକା ତା’ ଏୟାର ସ୍ପେଶ ବନ୍ଦ କରିଛି। ସେହିପରି ୟୁକ୍ରେନକୁ ଯୁଦ୍ଧରେ ସହାୟତା କରିବା ପାଇଁ ଆମେରିକା ୧ ବିଲିୟନ ଡଲାରର ଆର୍ଥିକ ପାଣ୍ଠି ଯୋଗାଇ ଦେବ ବୋଲି ବାଇଡେନ କହିଛନ୍ତି। ସେ ଆଜି ଷ୍ଟେଟ ଅଫ ୟୁନିୟନକୁ ସମ୍ବୋଧନ କରି କହିଛନ୍ତି, “ବର୍ତ୍ତମାନ ରୁଷ ଯୁଦ୍ଧ କ୍ଷେତ୍ରରେ ସଫଳତା ପାଇଥାଇ ପାରେ, କିନ୍ତୁ ତା’ର ଏଭଳି ଆଚରଣ ପାଇଁ ଦୀର୍ଘ ମିଆଦି କ୍ଷେତ୍ରରେ ଅନେକ କିଛି ହରାଇବାକୁ ପଡ଼ିବ।

ଆଗକୁ କ’ଣ ସବୁ ଘଟିବ, ସେକଥା ସେ(ଭ୍ଲାଦିମିର ପୁଟିନ) କେବେ ହେଲେ ଆଶା କରି ନଥିବେ। ଘଟଣା ସମ୍ପର୍କରେ ସେ କାହାକୁ କିଛି ବି କହିବାକୁ ସକ୍ଷମ ହେବେନି।”

ବାଇଡେନଙ୍କ ଏପରି ବୟାନ ପରେ ରୁଷ ବୈଦେଶିକ ମନ୍ତ୍ରୀ ତୃତୀୟ ବିଶ୍ୱଯୁଦ୍ଧ ଓ ପରମାଣୁ ଅସ୍ତ୍ରର ଧମକ ଦେଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe