Advertisment

ଆଟାକିଂ ମୁଡରେ ୟୁକ୍ରେନ: ରୁଷର ଗାଡ଼ି ଉଡ଼ାଇଲା, ଏକାଧିକ ଅଞ୍ଚଳ ପୁଣି ନିଜ ଦଖଲକୁ ନେଲା

କିଭ୍‌: ପଶ୍ଚିମ ଦେଶଗୁଡ଼ିକ ଠାରୁ ସହାୟତା ମାଗି ନିରାଶ ହୋଇଥିବା ୟୁକ୍ରେନ ଏବେ ନିଜର ସୁରକ୍ଷା କରିବାକୁ ଏକାକୀ ଅଣ୍ଟା ଭିଡ଼ିଛି। ଗୁରୁବାର ଆରମ୍ଭ ହୋଇଥିବା ଯୁଦ୍ଧରେ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ଏବେ କାଉଣ୍ଟର ଆଟାକ ଆରମ୍ଭ କରିଛି। ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ରେ ବୋମା ବର୍ଷଣ କରୁଛନ୍ତି। ହେଲେ ୟୁକ୍ରେନ ଭୟଭୀତ ନ ହୋଇ କଡ଼ା ମୁକାବିଲା କରୁଛି। କିଭ୍‌ ଭିତରୁ ଛଦ୍ମବେଶରେ ଆସିବାକୁ ଉଦ୍ୟମ କରୁଥିବା ରୁଷ ସେନାର ଏକାଧିକ ଗାଡ଼ିକୁ […]

ଅଦ୍ୟତନ ହୋଇଛି
ଆଟାକିଂ ମୁଡରେ ୟୁକ୍ରେନ: ରୁଷର ଗାଡ଼ି ଉଡ଼ାଇଲା, ଏକାଧିକ ଅଞ୍ଚଳ ପୁଣି ନିଜ ଦଖଲକୁ ନେଲା

war5

Advertisment

କିଭ୍‌: ପଶ୍ଚିମ ଦେଶଗୁଡ଼ିକ ଠାରୁ ସହାୟତା ମାଗି ନିରାଶ ହୋଇଥିବା ୟୁକ୍ରେନ ଏବେ ନିଜର ସୁରକ୍ଷା କରିବାକୁ ଏକାକୀ ଅଣ୍ଟା ଭିଡ଼ିଛି। ଗୁରୁବାର ଆରମ୍ଭ ହୋଇଥିବା ଯୁଦ୍ଧରେ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ଏବେ କାଉଣ୍ଟର ଆଟାକ ଆରମ୍ଭ କରିଛି। ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ରେ ବୋମା ବର୍ଷଣ କରୁଛନ୍ତି। ହେଲେ ୟୁକ୍ରେନ ଭୟଭୀତ ନ ହୋଇ କଡ଼ା ମୁକାବିଲା କରୁଛି। କିଭ୍‌ ଭିତରୁ ଛଦ୍ମବେଶରେ ଆସିବାକୁ ଉଦ୍ୟମ କରୁଥିବା ରୁଷ ସେନାର ଏକାଧିକ ଗାଡ଼ିକୁ ୟୁକ୍ରେନ ସେନା ଧ୍ୱଂସ କରି ଦେଇଛି। ସେହିପରି ପୂର୍ବ ପ୍ରାନ୍ତରୁ ରାଜଧାନୀକୁ ସଂଯୋଗ କରୁଥିବା ବ୍ରିଜ୍‌କୁ ୟୁକ୍ରେନ ସେନା ଉଡ଼ାଇ ଦେଇଛନ୍ତି।

Advertisment

ଏହାବାଦ ଗୁରୁବାର ପ୍ରଚଣ୍ଡ ଆକ୍ରମଣ କରି ରୁଷ ସେନା ଦଖଲ କରିଥିବା ଅନେକ ଅଞ୍ଚଳକୁ ଆଜି ପୁଣି ୟୁକ୍ରେନ ନିଜ ନିୟନ୍ତ୍ରଣକୁ ଆଣିଥିବା ଦାବି କରିଛି।

Advertisment


ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଥମେ ୟୁକ୍ରେନ ସେନା କିଭ୍‌ ଏୟାରପୋର୍ଟର ଗୋଟିଏ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିଥିଲେ। ଏହାପରେ ଦକ୍ଷିଣ ପୂର୍ବ ୟୁକ୍ରେନରେ ଲଢ଼େଇ ଆରମ୍ଭ ହୋଇଥିଲା। ଏଠାରେ ଥିବା ମେଲିଟୋପୋଲ ଅଞ୍ଚଳକୁ ରୁଷ ସେନା ଗୁରୁବାର ଦଖଲ କରିଥିଲା। ହେଲେ ଆଜି ୟୁକ୍ରେନ ସେନା ଏହାକୁ ସେମାନଙ୍କୁ ଠାରୁ ଛଡ଼ାଇ ଆଣିଛନ୍ତି। ଏଠାରେ ମାତ ଖାଇ ରୁଷ ସେନା ପଛକୁ ହଟିଛନ୍ତି।

ଏହାର କିଛି ସମୟ ପରେ ରୁଷ ସେନା ଯବାନମାନେ ୟୁକ୍ରେନ ସେନାର ପୋଷାକ ପିନ୍ଧି କିଭ୍‌ରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏକଥା କିଭ୍‌ରେ ମୁତୟନ ଯବାନମାନେ ଜାଣିପାରିଥିଲେ। ସେମାନେ ରୁଷ ସୈନ୍ୟ କିଭ୍‌ ଆସିବା ପାଇଁ ବ୍ୟବହାର କରୁଥିବା ଗାଡ଼ିକୁ ଗୁଡ଼ିକ ସିଜ୍‌ କରିଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


ଖାଲି ସେତିକି ନୁହେଁ, ରୁଷ ସେନା ଟ୍ରୋହିଜବେନକୋ ଅଞ୍ଚଳରେ ୟୁକ୍ରେନ ସେନାକୁ ମାତ ଦେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିଛନ୍ତି। ତେବେ ୟୁକ୍ରେନ ସେନାର ଏହାର ପ୍ରତି ଜବାବ ଦେଇଛି। ଏଥିରେ ରୁଷ ସେନାର ଦୁଇଟି ଟ୍ୟାଙ୍କ ଓ ଗୋଟିଏ ଇନଫାଣ୍ଟରୀ ଫାଇଟିଂ ଭେଇକିଲ ଧ୍ୱଂସ ପାଇଯାଇଛି। ଏହି ଆକ୍ରମଣକୁ ରୁଷ ସେନା ସାମ୍ନା କରି ନପାରି ପଛକୁ ଫେରିଥିବା ୟୁକ୍ରେନ ପ୍ରତିରକ୍ଷା ବିଭାଗ ଟ୍ୱିଟ କରିଛି।

କିଭ ଉପକଣ୍ଠ ହୋଷ୍ଟୋମେଲରେ ମଧ୍ୟ ରୁଷର ଏକାଧିକ ଗାଡ଼ି ଓ ଟ୍ୟାଙ୍କ ଜଳୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରୁଷକୁ କଡ଼ା ଟକ୍କର ଦେଉଥିଲେ ମଧ୍ୟ ୟୁକ୍ରେନ ଏୟାର ଷ୍ଟ୍ରାଇକ ଯୋଗୁ ବ୍ୟାପକ କ୍ଷତି ସହିଛି। ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ହେଉଥିବା ବେଳର ଭିଡିଓ ସମସ୍ତଙ୍କୁ ବଚଳିତ କରିଛି। ଏଥିପାଇଁ ୟୁକ୍ରେନ ସରକାର ସାଧାରଣ ଲୋକଙ୍କୁ ବୋମା ମାଡ଼ରୁ ସୁରକ୍ଷା ଦେଉଥିବା ବଙ୍କର୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି।

[caption id="" align="aligncenter" width="810"]publive-image କିଭ୍‌କୁ ଲାଗିଥିବା ବ୍ରିଜ୍‌କୁ ଉଡ଼ାଇଛନ୍ତି ୟୁକ୍ରେନ ସେନା[/caption]

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe