Advertisment

ୟୁକ୍ରେନର ଲଭିଭ ଏୟାରପୋର୍ଟ ନିକଟରେ ରୁଷର ଘନଘନ ମିସାଇଲ ମାଡ଼

କିଭ୍‌: ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ଲଭିଭ ଉପରେ ହମଲା କରି ଆରମ୍ଭ କରିଦେଇଛି ରୁଷ। ପୂର୍ବରୁ ରାଜଧାନୀ କିଭ୍‌ ସହ ଅନେକ ବଡ଼ ବଡ଼ ସହର ଉପରେ ରୁଷ ହମଲା କରିଥିଲା। ହେଲେ ଲଭିଭ ଉପରେ ବଡ଼ଧରଣର ହମଲା କରାଯାଇ ନଥିଲା। ଏବେ କିନ୍ତୁ ରୁଷ ମିସାଇଲ ମାଡ଼ରେ ଦୋହଲିଛି ଲଭିଭ। ଲଭିଭ ଏୟାରପୋର୍ଟର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରୁଷ ଘନଘନ ମିସାଇଲ ମାଡ଼ କରି ଧ୍ୱଂସଲୀଳା ରଚିଛି। ଏଥିରେ ଏଯାଏ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ […]

ୟୁକ୍ରେନର ଲଭିଭ ଏୟାରପୋର୍ଟ ନିକଟରେ ରୁଷର ଘନଘନ ମିସାଇଲ ମାଡ଼

lviv

Advertisment

କିଭ୍‌: ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ଲଭିଭ ଉପରେ ହମଲା କରି ଆରମ୍ଭ କରିଦେଇଛି ରୁଷ। ପୂର୍ବରୁ ରାଜଧାନୀ କିଭ୍‌ ସହ ଅନେକ ବଡ଼ ବଡ଼ ସହର ଉପରେ ରୁଷ ହମଲା କରିଥିଲା। ହେଲେ ଲଭିଭ ଉପରେ ବଡ଼ଧରଣର ହମଲା କରାଯାଇ ନଥିଲା। ଏବେ କିନ୍ତୁ ରୁଷ ମିସାଇଲ ମାଡ଼ରେ ଦୋହଲିଛି ଲଭିଭ। ଲଭିଭ ଏୟାରପୋର୍ଟର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରୁଷ ଘନଘନ ମିସାଇଲ ମାଡ଼ କରି ଧ୍ୱଂସଲୀଳା ରଚିଛି।

Advertisment

ଏଥିରେ ଏଯାଏ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏୟାରପୋର୍ଟର ଆଖପାଖ ଅଞ୍ଚଳରେ ଏକାଧିକ ବିସ୍ଫୋରଣ ପରେ ଲୋକମାନେ ଆତଙ୍କିତ ହୋଇ ଉଠିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଲଭିଭ ଏୟାରପୋର୍ଟ ନିକଟରେ ଥିବା ଯୁଦ୍ଧ ବିମାନ ମରାମତି ପ୍ଲାଣ୍ଟକୁ ଟାର୍ଗେଟ କରି ରୁଷ ମିସାଇଲ ଆଟାକ କରିଛି। ଏଥିରେ ଏୟାରପୋର୍ଟର କିଛି ଅଂଶ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଚାରିଆଡ଼େ ଆତଙ୍କର ପରିବେଶ ଦେଖିବାକୁ ମିଳିଛି।

Advertisment

ମିସାଇଲ ମାଡ଼ ପରେ ଲଭିଭର ଆଉ କିଛି ସ୍ଥାନରେ ମଧ୍ୟ ବୋମା ବର୍ଷଣ କରାଯାଇଥିବା ସହରର ମେୟର ଆଣ୍ଡ୍ରିୟ ସାଡୋଭୟି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲଭିଭ ସମେତ ଖାରକିଭରେ ମଧ୍ୟ ରୁଷ ହମଲା ଜାରି ରହିଛି। ଖାରକିଭର ଗୋଟିଏ ବହୁତଳ ବିଶିଷ୍ଟ କୋଠାକୁ ରୁଷ ବୋମା ମାଡ଼ରେ ଉଡ଼ାଇ ଦେଇଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଛି।

ସେହିପରି ଶୁକ୍ରବାର କ୍ରମାଟୋରସ୍କରେ ମଧ୍ୟ ରୁଷର ବୋମା ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୬ ଜଣ ଆହତ ହୋଇଛନ୍ତି। ଖାଲି ଏହି ୩ କିମ୍ବା ୪ ସହରରେ ନୁହେଁ, ରୁଷ ପକ୍ଷରୁ ମାରିୟୁପୋଲ ଠାରୁ ଆରମ୍ଭ କରି ଓଡେଶା ଯାଏ ଘନଘଡ଼ ହମଲା କରାଯାଉଥିବା ସେ କହିଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe