Advertisment

ଜଳିଗଲା ରୁଷର ତୈଳ ଡିପୋ, ଦେଖନ୍ତୁ ଭିଡିଓ

କିଭ୍‌: ୟୁକ୍ରେନ ସୀମା ନିକଟରେ ଥିବା ରୁଷର ଗୋଟିଏ ତୈଳ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ ପୂରା ତୈଳ ଡିପୋ ଧ୍ୱଂସ ହୋଇଯାଇଛି। ଆଜି ଭୋର୍‌ ସମୟରେ ବ୍ରୟାନସ୍କ ସହରରେ ଥିବା ତୈଳ ଡିପୋରେ ଘଟିଥିବା ଅଘଟଣର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ୟୁକ୍ରେନ ସୀମାନ୍ତ ବ୍ରୟାନସ୍କ ପ୍ରଶାସନିକ କେନ୍ଦ୍ରଟି ରୁଷର ରାଜଧାନୀ ମସ୍କୋ ଠାରୁ ୩୮୦ କିମି ଦୂର। ତୈଳ […]

author-image
Hemant Lenka
ଅଦ୍ୟତନ ହୋଇଛି
ଜଳିଗଲା ରୁଷର ତୈଳ ଡିପୋ, ଦେଖନ୍ତୁ ଭିଡିଓ

Ukraine

କିଭ୍‌: ୟୁକ୍ରେନ ସୀମା ନିକଟରେ ଥିବା ରୁଷର ଗୋଟିଏ ତୈଳ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ ପୂରା ତୈଳ ଡିପୋ ଧ୍ୱଂସ ହୋଇଯାଇଛି। ଆଜି ଭୋର୍‌ ସମୟରେ ବ୍ରୟାନସ୍କ ସହରରେ ଥିବା ତୈଳ ଡିପୋରେ ଘଟିଥିବା ଅଘଟଣର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

Advertisment

ୟୁକ୍ରେନ ସୀମାନ୍ତ ବ୍ରୟାନସ୍କ ପ୍ରଶାସନିକ କେନ୍ଦ୍ରଟି ରୁଷର ରାଜଧାନୀ ମସ୍କୋ ଠାରୁ ୩୮୦ କିମି ଦୂର। ତୈଳ ଡିପୋରେ କେମିତି ନିଆଁ ଲାଗିଲା, ସେକଥା ପ୍ରଶାସନ ପକ୍ଷରୁ କୁହାଯାଇନି। ତେବେ ବିଶେଷସୂତ୍ରୁ ମିଳିଥିବା ଖବର ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ବିମାନ ମାଡ଼ରେ ହିଁ ତୈଳ ଡିପୋଟି କ୍ଷତିଗ୍ରସ୍ତ ହୋଇଛି।

ଆଜି ଭୋର ସମୟରେ ସବୁ କିଛି ଠିକ୍‌ ଥିଲା। ହେଲେ ଏଠାତ୍‌ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ତୈଳ ଡିପୋ ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଥିଲା। ଘଟଣା ବେଳେ ଡିପୋରେ କେହି ଥିଲେ କି ନାହିଁ, ସେକଥା ଜଣାପଡ଼ିଛି।

Advertisment

ଏହାପୂର୍ବରୁ ଅର୍ଥାତ ଏପ୍ରିଲ ୨୨ରେ ରୁଷ ଯୁଦ୍ଧ ବିମାନ ୟୁକ୍ରେନର ଖାରକିଭ ନିକଟରେ ଥିବା ଚୁଗୁଇଭର ଗୋଟିଏ ତୈଳ ଡିପୋ ଉପରେ ଏୟାରଷ୍ଟ୍ରାଇକ କରିଥିଲା। ସେହିପରି ଏହି ଘଟଣା ପୂର୍ବରୁ ୟୁକ୍ରେନ ହେଲିକପ୍ଟର ରୁଷର ବେଲଗୋରୋଡ ପଶି ତୈଳ ଡିପୋ ଉପରେ ବୋମା ମାଡ଼ କରିଥିଲା। ତେଣୁ ଆଜିର ଘଟଣାରେ ମଧ୍ୟ ୟୁକ୍ରେନ ସେନାର ହାତ ଥିବା କୁହାଯାଉଛି।

Russia-Ukraine War