Advertisment

ଆକାଶରୁ ଓହ୍ଲାଇଲା ରୁଷ ସେନା, ହସ୍ପିଟାଲକୁ ଆଟାକ୍‌

କିଭ୍‌: ୟୁକ୍ରେନ୍‌କୁ ଚାରିଆଡୁ ଘେରିଛି ରୁଷ। କଳେବଳେ କୌଶଳେ କିଭ୍‌କୁ ଦଖଲ କରିବାକୁ ଚଳାଇଛି ପ୍ରାଣମୂର୍ଚ୍ଛା ଉଦ୍ୟମ। କିଭ୍‌କୁ ଦଖଲ କରିବା ପାଇଁ ରୁଷ ଆକାଶ ମାର୍ଗରୁ କରୁଛି ବୋମା ମାଡ। ଏବେ ଆକଶରୁ ଓହ୍ଲାଇଛନ୍ତି ରୁଷ ସେନା। ପାରାସୁଟ୍‌ ଯୋଗେ ରୁଷ ସେନା ଖାର୍‌କିଭ୍‌ରେ ଓହ୍ଲାଇ ଏକ ଘରୋଇ ହସ୍ପିଟାଲକୁ ଟାର୍ଗେଟ୍‌ କରିଛନ୍ତି। ୟୁକ୍ରେନ୍‌ ଭିତରେ ପଶି ସେମାନେ ୟୁକ୍ରେନ୍‌ ସେନା ଉପରୁ କରୁଛନ୍ତି ଆକ୍ରମଣ। ସେପଟେ ଦକ୍ଷିଣ ୟୁକ୍ରେନ୍‌ର ଆଉ ଏକ ସହର ଖେରସନ୍‌କୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆକାଶରୁ ଓହ୍ଲାଇଲା ରୁଷ ସେନା, ହସ୍ପିଟାଲକୁ ଆଟାକ୍‌

Russia war

କିଭ୍‌: ୟୁକ୍ରେନ୍‌କୁ ଚାରିଆଡୁ ଘେରିଛି ରୁଷ। କଳେବଳେ କୌଶଳେ କିଭ୍‌କୁ ଦଖଲ କରିବାକୁ ଚଳାଇଛି ପ୍ରାଣମୂର୍ଚ୍ଛା ଉଦ୍ୟମ। କିଭ୍‌କୁ ଦଖଲ କରିବା ପାଇଁ ରୁଷ ଆକାଶ ମାର୍ଗରୁ କରୁଛି ବୋମା ମାଡ। ଏବେ ଆକଶରୁ ଓହ୍ଲାଇଛନ୍ତି ରୁଷ ସେନା। ପାରାସୁଟ୍‌ ଯୋଗେ ରୁଷ ସେନା ଖାର୍‌କିଭ୍‌ରେ ଓହ୍ଲାଇ ଏକ ଘରୋଇ ହସ୍ପିଟାଲକୁ ଟାର୍ଗେଟ୍‌ କରିଛନ୍ତି। ୟୁକ୍ରେନ୍‌ ଭିତରେ ପଶି ସେମାନେ ୟୁକ୍ରେନ୍‌ ସେନା ଉପରୁ କରୁଛନ୍ତି ଆକ୍ରମଣ।

Advertisment

ସେପଟେ ଦକ୍ଷିଣ ୟୁକ୍ରେନ୍‌ର ଆଉ ଏକ ସହର ଖେରସନ୍‌କୁ କବ୍‌ଜା କରନେଇଛି ରୁଷ। କିନ୍ତୁ, ଏସଂକ୍ରାନ୍ତରେ ଆଞ୍ଚଳିକ ସରକାରୀ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି। ଏବେ ପାଳି ଖାର୍‌କିଭ୍‌। ଏହାପରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଦଖଲ କରିବାକୁ ରୁଷ ଯୋଜନା କରିଛି।

ୟୁକ୍ରେନ୍‌ ରୁଷ ମଧ୍ୟରେ ଦୀର୍ଘ ସାତ ଦିନ ହେବ ଜାରି ରହିଛି ଯୁଦ୍ଧ। ଆକଶରୁ ହେଉଛି ମିସାଇଲ୍‌ ମାଡ। ସ୍ଥଳଭାଗରେ ଟ୍ୟାଙ୍କର୍‌ରେ ଆକ୍ରମଣ କରୁଛି ରୁଷ। ୟୁକ୍ରେନ ଦଖଲ ପାଇଁ ପୁଟିନ କରିଛନ୍ତି ବିରାଟ ସମରସଜ୍ଜା। ଏପଟେ ରୁଷ ଆକ୍ରମଣ ତୀବ୍ର ହେଉଥିବା ଯୋଗୁଁ ଜନସାଧାରଣଙ୍କୁ ସୁରକ୍ଷା ନିମନ୍ତେ ୟୁକ୍ରେନ୍‌ର 'ଷ୍ଟେଟ୍‌ ଏମରଜେନ୍ସି ସର୍ଭିସେସ୍‌' ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବରର ଜାରି କରାଯାଇଛି।

Advertisment

ଜାତିସଂଘ ଶରଣାର୍ଥୀ ଏଜେନ୍‌ସି କହିଛି, ରୁଷ ଆକ୍ରମଣ କରିବା ପରେ ୬୭୭୦୦୦ ଲୋକେ ୟୁକ୍ରେନ୍‌ ଛାଡ଼ି ପଳାଇଛନ୍ତି। ପଳାୟନକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ୟୁକ୍ରେନୀୟ ଗଣମାଧ୍ୟମ ‘ଦି କିବ୍‌ ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ ଅନୁସାରେ, ବିଭିନ୍ନ ଦେଶ ଓ ସଙ୍ଗଠନ ବ୍ୟାପକ ଆର୍ଥିକ ଏବଂ ଅନ୍ୟାନ୍ୟ କଟକଣା ଜାରି କରିବା ପରେ ରୁଷ ରାଷ୍ଟ୍ରପତି ପୁଟିନ୍‌ ଏକ ଘୋଷଣା କରିଛନ୍ତି। ଏଥିରେ କୌଣସି ରୁଷ ନାଗରିକ ୧୦,୦୦୦ ଆମେରିକୀୟ ଡଲାର୍‌ରୁ ଅଧିକ ଅର୍ଥ ନେଇ ଦେଶ ଛାଡ଼ି ଯାଇ ପାରିବେ ନାହିଁ ବୋଲି କୁହାଯାଇଛି।

Russia-Ukraine War