Advertisment

ୟୁକ୍ରେନ ଉପରେ ମାରାତ୍ମକ ଫସଫୋରସ ବୋମା ମାଡ଼ କରୁଛି ରୁଷ!

ବ୍ରୁସେଲ୍ସ: ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ମାସେ ପୂରିଛି। ମାସାଧିକ କାଳ ଦୁଇ ୟୁରୋପୀୟ ରାଷ୍ଟ୍ର ପରସ୍ପର ଉପରେ ହମଲା ଜାରି ରଖିଛନ୍ତି। ରୁଷ ଦିନକୁ ଦିନ ହମଲାର ଗତିକୁ ବଢ଼ୁଥିବା ବେଳେ ଅନେକ ପ୍ରକାରର ମାରାତ୍ମକ ବୋମା ୟୁକ୍ରେନ ବିରୋଧରେ ବ୍ୟବହାର କରିବା ଆରମ୍ଭ କରିଛି। ପୂର୍ବରୁ ଫାଇଦର ଅଫ ଅଲ ବୋମା ରୁଷ ବ୍ୟବହାର କରିଥିବା ୟୁକ୍ରେନ ଅଭିଯୋଗ କରିଥିଲା। ଆଜି ଯୁଦ୍ଧର ୩୦ତମ ଦିନରେ ରୁଷ ବିଧ୍ୱଂସକାରୀ […]

author-image
Hemant Lenka
ୟୁକ୍ରେନ ଉପରେ ମାରାତ୍ମକ ଫସଫୋରସ ବୋମା ମାଡ଼ କରୁଛି ରୁଷ!

NATO

ବ୍ରୁସେଲ୍ସ: ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ମାସେ ପୂରିଛି। ମାସାଧିକ କାଳ ଦୁଇ ୟୁରୋପୀୟ ରାଷ୍ଟ୍ର ପରସ୍ପର ଉପରେ ହମଲା ଜାରି ରଖିଛନ୍ତି। ରୁଷ ଦିନକୁ ଦିନ ହମଲାର ଗତିକୁ ବଢ଼ୁଥିବା ବେଳେ ଅନେକ ପ୍ରକାରର ମାରାତ୍ମକ ବୋମା ୟୁକ୍ରେନ ବିରୋଧରେ ବ୍ୟବହାର କରିବା ଆରମ୍ଭ କରିଛି।

Advertisment

ପୂର୍ବରୁ ଫାଇଦର ଅଫ ଅଲ ବୋମା ରୁଷ ବ୍ୟବହାର କରିଥିବା ୟୁକ୍ରେନ ଅଭିଯୋଗ କରିଥିଲା। ଆଜି ଯୁଦ୍ଧର ୩୦ତମ ଦିନରେ ରୁଷ ବିଧ୍ୱଂସକାରୀ ଫସଫୋରସ ବୋମା ୟୁକ୍ରେନ ଉପରେ ମାଡ଼ କରିଥିବା ଜଣାପଡ଼ିଛି। ନିଜେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏପରି ଅଭିଯୋଗ କରିଛନ୍ତି। ଏଥିସହ ସେ ନାଟୋ ଠାରୁ ରୁଷ ସହ ଲଢ଼ିବା ପାଇଁ ଅତ୍ୟଧିକ ପରିମାଣର ଯୁଦ୍ଧାସ୍ତ୍ର ମାଗିଛନ୍ତି।

ନାଟୋ ଦେଶର ପ୍ରତିନିଧିମାନଙ୍କୁ ଭିଡିଓ ଲିଙ୍କ ଜରିଆରେ ଅନୁରୋଧ କରି ଜେଲେନସ୍କି କହିଛନ୍ତି,“ଦେଶବାସୀ ଓ ୟୁକ୍ରେନ ସହରଗୁଡ଼ିକର ସୁରକ୍ଷା ପାଇଁ କିଭ୍‌ କଟକଣା ମୁକ୍ତ ମିଲିଟାରୀ ସହାୟତା ଆବଶ୍ୟକ କରୁଛି। ରୁଷ ଆମ ବିରୋଧରେ ବିନା କୌଣସି କଟକଣାରେ ମାରାତ୍ମକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଚାଲିଛି। ଏଥିରେ ଆମ ଦେଶର ଲୋକ ଓ ଗୋଟିଏ ପରେ ଗୋଟିଏ ସହର ଧ୍ୱଂସ ହେବାରେ ଲାଗିଛି।”

Advertisment

ନଟୋ ପକ୍ଷରୁ ଏଯାଏ ୟୁକ୍ରେନକୁ ଡିଫେନସିଭ ବା ପ୍ରତିଷେଧାତ୍ମକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି। ହେଲେ ଜେଲେନସ୍କି ଏବେ ପଶ୍ଚିମ ଦେଶଗୁଡ଼ିକୁ ବିଧ୍ୱଂସକାରୀ ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ସେ କହିଛନ୍ତି, “ଆମକୁ ଆପଣମାନଙ୍କ ପାଖରେ ଥିବା ମୋଟ ବିମାନର କେବଳ ଗୋଟିଏ ପ୍ରତିଶତ ଦିଅନ୍ତୁ। ସେହିପରି ଗୋଟିଏ ପ୍ରତିଶତର ଟ୍ୟାଙ୍କ ଦିଅନ୍ତୁ। କେବଳ ଗୋଟିଏ ପ୍ରତିଶତ ସହାୟତାରେ ଆମେ ଅନେକ କିଛି ହାସଲ କରିନେବୁ।”

ରୁଷ ଅମ୍ଳଜାନ ଶୋଷି ସାଂଘାତିକ ଢଙ୍ଗରେ ପୋଡ଼ି ଦେଉଥିବା ମାରାତ୍ମକ ଫସଫୋରସ ବୋମା ବ୍ୟବହାର କରିଥିବା ଜେଲେନସ୍କି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆଜି ସକାଳେ ୟୁକ୍ରେନ ଉପରେ ରୁଷ ଫସଫୋରସ ବୋମା ବ୍ୟବହାର କରିଛି। ଏହି ବୋମାରେ ପ୍ରାପ୍ତ ବୟସ୍କ ଓ ପିଲାମାନେ ପୁଣି ପ୍ରାଣ ହରାଇଛନ୍ତି।

ରୁଷିଆନ ଫସଫୋରସ ବୋମା ୟୁକ୍ରେନରେ ଧ୍ୱଂସଲୀଳା ରଚିଛି। ନାଟୋକ ଚାହିଁଲେ ପୁଣିଥରେ ଆମକୁ ରୁଷ ଷ୍ଟ୍ରାଇକରୁ ରକ୍ଷା କରିପାରିବ। ଏଥିପାଇଁ ସେମାନେ ଆମେ ଚାହୁଁଥିବା ଯୁଦ୍ଧାସ୍ତ୍ର ଯୋଗାଇ ଦିଅନ୍ତୁ।”

Russia-Ukraine War