Advertisment

ରୁଷ ପାଇଲଟଙ୍କୁ ବିଚଳିତ କଲା ଯୁଦ୍ଧ

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନା ଧରୁନି। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଆସୁଥିବା ଦାରୁଣ ଚିତ୍ରକୁ ନେଇ ସମଗ୍ର ବିଶ୍ୱ ବିଚଳିତ। ଖୋଦ୍‌ ରୁଷର ଜନସାଧାରଣ ମଧ୍ୟ ଯୁଦ୍ଧ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ବେଳେ ସେଇ ଦେଶର ଜଣେ ପାଇଲଟ୍‌ଙ୍କ ଅପିଲ ଭିଡିଓ ସାମ୍ନାକୁ ଆସିଛି। ୟୁକ୍ରେନରେ ରୁଷ ପକ୍ଷରୁ ଘନ ଘନ ବୋମା ଓ ମିସାଇଲ ମାଡ଼କୁ ନେଇ ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି। ୟୁକ୍ରେନ୍‌ ବିରୋଧରେ ରୁଷ ଯୁଦ୍ଧ ଅପରାଧ ଘଟାଉଛି। ଏଥିରେ […]

ଅଦ୍ୟତନ ହୋଇଛି
ରୁଷ ପାଇଲଟଙ୍କୁ ବିଚଳିତ କଲା ଯୁଦ୍ଧ

pilot

Advertisment

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନା ଧରୁନି। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଆସୁଥିବା ଦାରୁଣ ଚିତ୍ରକୁ ନେଇ ସମଗ୍ର ବିଶ୍ୱ ବିଚଳିତ। ଖୋଦ୍‌ ରୁଷର ଜନସାଧାରଣ ମଧ୍ୟ ଯୁଦ୍ଧ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ବେଳେ ସେଇ ଦେଶର ଜଣେ ପାଇଲଟ୍‌ଙ୍କ ଅପିଲ ଭିଡିଓ ସାମ୍ନାକୁ ଆସିଛି। ୟୁକ୍ରେନରେ ରୁଷ ପକ୍ଷରୁ ଘନ ଘନ ବୋମା ଓ ମିସାଇଲ ମାଡ଼କୁ ନେଇ ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି। ୟୁକ୍ରେନ୍‌ ବିରୋଧରେ ରୁଷ ଯୁଦ୍ଧ ଅପରାଧ ଘଟାଉଛି। ଏଥିରେ ସହ ସହ ନୀରିହ ଲୋକଙ୍କ ଜୀବନ ଚାଲିଯାଉଛି।

Advertisment

ତେଣୁ ଯୁଦ୍ଧ ବନ୍ଦ ହେଉ ବୋଲି ସେ ଦାବି କରିଛନ୍ତି। ‘ଦି ଇଣ୍ଡିପେଡେଣ୍ଟ’ ପକ୍ଷରୁ ପ୍ରକାଶ ପାଇଥିବା ଏହି ଭିଡିଓ ସକ୍ରାନ୍ତୀୟ ରିପୋର୍ଟ ଅନୁଯାଇ ମସ୍କୋ ପକ୍ଷରୁ ହେଉଥିବା ଅମାନବୀୟକାଣ୍ଡକୁ  ସେ କଠୋର ନିନ୍ଦା କରିଛନ୍ତି । ୟୁକ୍ରେନରେ ତୁରନ୍ତ ଯୁଦ୍ଧ ବନ୍ଦ କରାଯଉ ବୋଲି ପାଇଲଟ୍‌ ଜଣାକ କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ମୋ ଭଳି ସମ୍ବେଦନଶୀଳ ଳୋକମାନେ ଯୁଦ୍ଧ ବିରୋଧରେ ସ୍ୱର ଉତ୍ତୋଳନ କରିବା ଉଚିତ। ଯୁଦ୍ଧ ବନ୍ଦ ପାଇଁ  ସବୁ ପ୍ରକାର ପଦକ୍ଷେପ ଜରୁରୀ ନେବାକୁ ସେ କହିଛନ୍ତି। ରୁଷ ଏୟାର ଲାଇନ୍ସ ଏରୋଫ୍ଲଟ୍‌ରେ ଦୀର୍ଘ ଦିନ ଧରି ନିୟୋଜିତ ଅଛନ୍ତି। ତେବେ ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ କରି ଏରୋଫ୍ଲଟ୍‌ ଉପରେ କଟକଣା  ଲଗାଯାଇଥିଲା

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe