Advertisment

ଘନେଇଲା ପରମାଣୁ ଯୁଦ୍ଧ ବିପଦ! ଡ୍ରିଲ୍‌ ପାଇଁ ପୁଟିନ୍‌ଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତୀବ୍ର ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ଦୁଇ ଦେଶ ଭିତରେ ଚାରି ଥର ଶାନ୍ତି ଆଲୋଚନା ହୋଇସାରିଥିଲେ ବି ବାହାରୁନି ସମାଧାନର ବାଟି। ଯୁଦ୍ଧ ସମାଧାନ ହେବା ବଦଳରେ ଏହା ଆହୁରି ଘନେଇବାରେ ଲାଗିଛି। ଏହାରି ଭିତରେ ଏବେ ରୁଷ ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ କରିପାରେ। ନ୍ୟୁକ୍ଲିଅର ୱାର୍‌ ଡ୍ରିଲ୍‌ ତଥା ପରମାଣୁ ଯୁଦ୍ଧ ସମରାଭ୍ୟାସ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଅନ୍ତାର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ରୁଷ […]

ଅଦ୍ୟତନ ହୋଇଛି
ଘନେଇଲା ପରମାଣୁ ଯୁଦ୍ଧ ବିପଦ! ଡ୍ରିଲ୍‌ ପାଇଁ ପୁଟିନ୍‌ଙ୍କ ନିର୍ଦ୍ଦେଶ

Russia

Advertisment

ନୂଆଦିଲ୍ଲୀ: ତୀବ୍ର ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ଦୁଇ ଦେଶ ଭିତରେ ଚାରି ଥର ଶାନ୍ତି ଆଲୋଚନା ହୋଇସାରିଥିଲେ ବି ବାହାରୁନି ସମାଧାନର ବାଟି। ଯୁଦ୍ଧ ସମାଧାନ ହେବା ବଦଳରେ ଏହା ଆହୁରି ଘନେଇବାରେ ଲାଗିଛି। ଏହାରି ଭିତରେ ଏବେ ରୁଷ ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ କରିପାରେ। ନ୍ୟୁକ୍ଲିଅର ୱାର୍‌ ଡ୍ରିଲ୍‌ ତଥା ପରମାଣୁ ଯୁଦ୍ଧ ସମରାଭ୍ୟାସ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Advertisment

ଅନ୍ତାର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସିଗ୍‌ନାଲ ଦେଇଛନ୍ତି। ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି। ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି। ଏହି ବଙ୍କର ଏକ ପାହାଡଆ ଇଲାକରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କୁହାଯାଉଛି।

ନ୍ୟୁକ୍ଲିୟର ଇଭାକୁଏସନ ପାଇଁ ପୁଟିନ କାହିଁକି ନିର୍ଦ୍ଦେଶ ଦେଲେ ସେନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। ପୂର୍ବରୁ ରୁଷ ସେନା ୟୁକ୍ରେନ୍‌ର ପଶ୍ଚିମାଞ୍ଚଳରେ ହାଇପରସୋନିକ ମିସାଇଲ୍ ଆକ୍ରମଣ କରିଥିଲା। ଏଥିରେ ୟୁକ୍ରେନ୍‌ ଯୁଦ୍ଧାସ୍ତ୍ର ଗଚ୍ଛିତ ରହିଥିବା ଅଣ୍ଡରଗ୍ରାଉଣ୍ଡ ମିଲିଟାରୀ ବେସ୍‌ ଧ୍ୱଂଶ ହୋଇଯାଇଥିଲା। ଏଥିରେ ୧୧୨ ଜଣ ନିରିହ ଲୋକଙ୍କର ଜୀବନ ଯାଇଥିଲା ବୋଲି ୟୁକ୍ରେନ୍ ଦାବି କରିଛି।

Advertisment

ମିଡିଆ ରିପୋର୍ଟ ଅନୁସାରେ, ରୁଷିଆର ବରିଷ୍ଠ ରାଜନୈତିକ ନେତାମାନଙ୍କୁ ମଧ୍ୟ ପରମାଣୁ ଯୁଦ୍ଧ ଉଦ୍ଧାର କାର୍ଯ୍ୟରେ ଭାଗ ନେବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ରୁଷର ସୁରକ୍ଷା ବର୍ତ୍ତମାନ ପାଇଁ ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦ୍‌ଭେଦ୍ ଉପରେ ନ୍ୟାସ୍ତ ରହିଛି। ତେଣୁ ସେ ରୁଷ ସଂସଦର ଉଭୟ ସଦନକୁ ପରମାଣୁ ଯୁଦ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେପଟେ ପୁଟିନଙ୍କ ପରମାଣୁ ଆକ୍ରମଣ ନିଷ୍ପତ୍ତି କ୍ରେମଲିନର ଅଧିକାରୀଙ୍କୁ ଘୋର ଚିନ୍ତାରେ ପକାଇଛି। ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ମୁତାବକ, ଯୁଦ୍ଧକୁ ୨୫ ଦିନ ହୋଇଥିଲେ ବି ୟୁକ୍ରେନ ଅସ୍ତ୍ର ଛାଡିବାକୁ ରାଜି ହେଉନାହିଁ, ଯାହା ପୁଟିନଙ୍କୁ କ୍ରୋଧିତ କରିଛି।

ୟୁକ୍ରେନର ପ୍ରତିଆକ୍ରମଣକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ପୁଟିନ୍ । ୟୁକ୍ରେନ ଏକ ଛୋଟ ଦେଶ ହୋଇ ମଧ୍ୟ ଏପରି ଟାଣପଣ ଦେଖାଇବା ତାଙ୍କ ଉପରେ ଭାରି ପଡିବ । ତେଣୁ ପରମାଣୁ ଯୁଦ୍ଧ ପାଇଁ ସମରାଭ୍ୟାସ କରିବାକୁ ଖୋଦ୍ ପୁଟିନ୍ ସୂଚନା ଦେଇଥିବା କହିଛନ୍ତି କ୍ରେମଲିନର ଅଧିକାରୀଗଣ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe