Advertisment

ରୁଷର ଘନଘନ ଆକ୍ରମଣକୁ ନେଇ ପୁଣି ମୁହଁ ଖୋଲିଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌: ରୁଷର ହମଲା ବିରୋଧରେ ୟୁକ୍ରେନ ସୈନ୍ୟ ଲଢ଼େଇ ଜାରି ରଖିଛନ୍ତି। ଯୁଦ୍ଧକୁ ୬ଦିନ ବିତି ଯାଇଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଅଧିକ ଜୋରଦାର ହେଉଛି। ବିଶେଷ କରି ଖାର୍‌କିଭ ଓ କିଭ୍‌କୁ ଦଖଲ କରିବା ପାଇଁ ରୁଷ ସୈନ୍ୟମାନେ ଘନଘନ ମିସାଇଲ ମାଡ଼ କରୁଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ କରାଯାଉଛି। ଫଳରେ ୟୁକ୍ରେନ ସ୍ଥିତି ଗମ୍ଭୀର ହୋଇଯାଇଛି। ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପୁଣିଥରେ ରୁଷ ବିରୋଧରେ ସାଂଘାତିକ ଅଭିଯୋଗ […]

ରୁଷର ଘନଘନ ଆକ୍ରମଣକୁ ନେଇ ପୁଣି ମୁହଁ ଖୋଲିଲେ ୟୁକ୍ରେନ ରାଷ୍ଟ୍ରପତି

Zelenskyy

Advertisment

କିଭ୍‌: ରୁଷର ହମଲା ବିରୋଧରେ ୟୁକ୍ରେନ ସୈନ୍ୟ ଲଢ଼େଇ ଜାରି ରଖିଛନ୍ତି। ଯୁଦ୍ଧକୁ ୬ଦିନ ବିତି ଯାଇଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଅଧିକ ଜୋରଦାର ହେଉଛି। ବିଶେଷ କରି ଖାର୍‌କିଭ ଓ କିଭ୍‌କୁ ଦଖଲ କରିବା ପାଇଁ ରୁଷ ସୈନ୍ୟମାନେ ଘନଘନ ମିସାଇଲ ମାଡ଼ କରୁଛନ୍ତି।

Advertisment

ସେହିପରି ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ କରାଯାଉଛି। ଫଳରେ ୟୁକ୍ରେନ ସ୍ଥିତି ଗମ୍ଭୀର ହୋଇଯାଇଛି। ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପୁଣିଥରେ ରୁଷ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ରୁଷ ତାଙ୍କୁ ମାରିବା ପାଇଁ ୪୦୦ ଆତଙ୍କୀ ପଠାଇଥିବା ସୋମବାର ଜେଲେନସ୍କି ଅଭିଯୋଗ କରିଥିଲେ। ଆଜି ସେ ରୁଷର ଘନଘନ ବୋମା ମାଡ଼କୁ ଖୋଲାଖୋଲି ଆତଙ୍କୀ କାର୍ଯ୍ୟକଳାପ ବୋଲି କହିଛନ୍ତି। ସେ କହିଛନ୍ତି, ରୁଷିଆନ ମିସାଇଲ ଖାର୍କିଭର ଗୋଟିଏ କେନ୍ଦ୍ରୀୟ ସ୍କୋୟେର ଉପରେ ମାଡ଼ ହୋଇଛି।

Advertisment

ସେହିପରି ଖାର୍କିଭର ଆଞ୍ଚଳିକ ପ୍ରଶାସନିକ ବିଲଡିଂ ମଧ୍ୟ ଧ୍ୱଂସ ପାଇଯାଇଛି। ରୁଷ ଖାରକିଭରେ କରିଥିବା ବୋମା ମାଡ଼ରେ କିଛି ଛୋଟ ପିଲାଙ୍କ ସହ ୧୦ ଜଣଙ୍କ ଜୀବନ ଯାଇଛି। ରୁଷର ଏପରି କାର୍ଯ୍ୟକଳାପ ଖୋଲାଖୋଲି ଆତଙ୍କ ସୃଷ୍ଟି କରିବା ଭଳି କାମ। ଏହା ୱାର କ୍ରାଇମ।

କେହି ବି ଏହାକୁ କ୍ଷମା କରିବେ ନାହିଁ କିମ୍ବା କେବେ ହେଲେ ଭୁଲିବେ ନାହିଁ। ରୁଷ ଏବେ ୟୁକ୍ରେନର ସାଧାରଣ ଲୋକମାନେ ବ୍ୟବହାର କରୁଥିବା ଅଞ୍ଚଳକୁ ଟାର୍ଗେଟ କରୁଛି। କିଭକୁ ରକ୍ଷା କରିବା ଆମ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ। ରୁଷର କିଭ୍ ଦଖଲ ଉଦ୍ୟମକୁ କେବେ ହେଲେ ସଫଳ ହେବନି ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ଅନ୍ୟପକ୍ଷରେ ରୁଷ ଏବେ ୟୁକ୍ରେନ ଉପରେ କ୍ଲଷ୍ଟର ଓ ଭାକ୍ୟୁମ ବୋମା ବ୍ୟବହାର କରିଥିବା ଅଭିଯୋଗ ଆସିଛି। ରୁଷ ଭୟଙ୍କର ଭାକ୍ୟୁମ ବୋମା ବ୍ୟବହାର କରିଥିବାର ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। କାରଣ ଏହା ପରମାଣୁ ବୋମା ପରେ ସବୁଠାରୁ ଭୟଙ୍କର ବୋମା।

ଏହାକୁ ଫାଦର ଅଫ ଅଲ ବୋମା ମଧ୍ୟ କୁହାଯାଏ। ଏହା ୪୪ ଟିଏନଟି ଭଳି ଭୟଙ୍କର ବିସ୍ଫୋରଣ ଓ କ୍ଷତି କରିପାରିବାର କ୍ଷମତା ରଖିଛି। ରୁଷ ଏହି ବୋମା ବ୍ୟବହାର କରିଥିବା ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

ତେବେ ମସ୍କୋ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ରୁଷ କୌଣସି ପ୍ରକାରର କ୍ଲଷ୍ଟର କିମ୍ବା ଭାକ୍ୟୁମ ବୋମା ବ୍ୟବହାର କରି ନଥିବା ରୁଷର ଗଣମାଧ୍ୟମ ସ୍ପୁଟନିକରେ ଖବର ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe