Advertisment

ୟୁକ୍ରେନ୍‌ କୋର୍ଟରେ ରୁଷ ସୈନ୍ୟଙ୍କୁ ଆଜୀବନ କାରାଦଣ୍ଡ

କିଭ୍‌: ୟୁକ୍ରେନ୍‌ରେ ରୁଷ ଆକ୍ରମଣପରଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପ୍ରଥମଥର ପାଇଁ ଜଣେ ରୁଷ ସୈନ୍ୟ ୟୁକ୍ରେର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗତ ଫେବୃଆରୀ ମାସରେ ମସ୍କୋ ପକ୍ଷରୁ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍‌ର ପ୍ରଥମଥର ପାଇଁ  ଏଭଳି ଟ୍ରାଏଲ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ସୈନ୍ୟ ଜଣକ ହେଉଛନ୍ତି ସେରେଗେଣ୍ଟ ଭାଦିମ୍  ଶିଶିମାରିନ୍‌ (୨୧)। ଉତ୍ତର ପୂର୍ବ ସୁମି ଅଞ୍ଚଳରେ […]

ଅଦ୍ୟତନ ହୋଇଛି
ୟୁକ୍ରେନ୍‌ କୋର୍ଟରେ ରୁଷ ସୈନ୍ୟଙ୍କୁ ଆଜୀବନ କାରାଦଣ୍ଡ

ukr

Advertisment

କିଭ୍‌: ୟୁକ୍ରେନ୍‌ରେ ରୁଷ ଆକ୍ରମଣପରଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପ୍ରଥମଥର ପାଇଁ ଜଣେ ରୁଷ ସୈନ୍ୟ ୟୁକ୍ରେର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Advertisment

ଗତ ଫେବୃଆରୀ ମାସରେ ମସ୍କୋ ପକ୍ଷରୁ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍‌ର ପ୍ରଥମଥର ପାଇଁ  ଏଭଳି ଟ୍ରାଏଲ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ସୈନ୍ୟ ଜଣକ ହେଉଛନ୍ତି ସେରେଗେଣ୍ଟ ଭାଦିମ୍  ଶିଶିମାରିନ୍‌ (୨୧)। ଉତ୍ତର ପୂର୍ବ ସୁମି ଅଞ୍ଚଳରେ ୟୁକ୍ରେନ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।  ଦୋଷୀ ସାବ୍ୟସ୍ତ ହୋଇଥିବା ସୈନ୍ୟ କହିଛନ୍ତି, ଯେ ସେ କେବଳ ତାଙ୍କର ସେନାର ନିର୍ଦ୍ଦେଶ ପାଳନ କରିଛନ୍ତି।  କାର ଭିତରୁ ଥାଇ ଶିଶିମାରିନ୍‌ ୟୁକ୍ରେନ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଗତ ଫେବୃଆରୀ ୨୮ରେ ରୁଷ ଆକ୍ରମଣର  ୪ ଦିନ ପରେ ଏଭଳି ବର୍ବର କାଣ୍ଡ ଘଟାଥିଲେ ଶିଶିମାରିନ୍‌ ।

ହଜାର ହଜାର ଯୁଦ୍ଧ ଅପରାଧକୁ ନେଇ ୟୁକ୍ରେନ୍ ଓକିଲ ଆଇନଗତ ଲଢ଼େଇ କରୁଛନ୍ତି। କରଣ ରୁଷ ସୈନ୍ୟ ମାନେ ୩ ମାସ ହେଲାଣି ୟୁକ୍ରେନ୍‌ ନାଗରିକଙ୍କ ଉପରେ ଆକ୍ରଣ ଜାରି ରଖିଛନ୍ତି। ଏମିତିକି ସାଧାରଣ ନାଗରିକ, ଜନବସିତସ୍ଥଳ, ଲୋକଙ୍କ ଘର ଉପରକୁ ମିସାଇଲ ଓ ରକେଟ ମାଡ଼ କରି ୟୁକ୍ରେନ୍‌କୁ ବିଧ୍ୱଂସ କରିସାରିଲେଣି। ଖାଲି ସେତିକି ନୁହଁ ରୁଷ ସୈନ୍ୟମାନେ ୟୁକ୍ରେନରେ ପାଶିବକ ଅତ୍ୟାଚାର କରୁଛନ୍ତି।  ଛୋଟ ଝିଅ ଏବଂ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ଏହାରି ଭିତରେ ଅନେକ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆସିଲାଣି। ଥିଏଟର, ହସପିଟାଲ ଓ ସ୍କୁଲ ଗୁଡ଼ିକୁ ଆକ୍ରମଣ କରି ଉଡ଼ାଇ ଦେଇଛନ୍ତି। କ୍ରମାଗତ ଆକ୍ରମଣରେ ୟୁକ୍ରେନ୍‌ରେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଯୁଦ୍ଧ ଭୟରେ ଅଧିକାଂଶ ଲୋକେ ଦେଶ ଛାଡ଼ି ପଡ଼ୋଶୀ ଦେଶକୁ ପଳାୟନ କରୁଛନ୍ତି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe