Advertisment

ରକେଟ୍‌ ମାଡ଼ ପରେ ରେପ୍ କରୁଛନ୍ତି ରୁଷ ସୈନ୍ୟ !

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ନରସଂହାର ଜାରି ରଖିଥିବା ରୁଷ ସେନା ପାଶବିକ ଅତ୍ୟାଚାର ଆରମ୍ଭ କରିଛି। ଜଣେ ୧୦ ବର୍ଷର ନିଷ୍ପାପ ଶିଶୁକୁ ରୁଷ ସୈନ୍ୟ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଛୋଟ ପିଲାଟି ଦୁଷ୍କର୍ମର ଶିକାର ହୋଇଥିବା ଅଯୋଗ ହୋଇଛି। ୟୁକ୍ରେନ୍‌ ସଂସଦର ସଦସ୍ୟ ଲେସିଆ ଭାସ୍ୟଲେଙ୍କ ଟ୍ୱିଟ୍‌ କରି ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରୁଷ ସୈନ୍ୟମାନେ ସମ୍ପୃକ୍ତ ନାବାଳିକା ପ୍ରତି ଅମାନୁଷିକ ଅତ୍ୟାଚାର କରିଛନ୍ତି । ଦୁଷ୍କର୍ମରେ  ଶିକାର ହୋଇଥିବା […]

ଅଦ୍ୟତନ ହୋଇଛି
ରକେଟ୍‌ ମାଡ଼ ପରେ ରେପ୍ କରୁଛନ୍ତି ରୁଷ ସୈନ୍ୟ !

rush

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ନରସଂହାର ଜାରି ରଖିଥିବା ରୁଷ ସେନା ପାଶବିକ ଅତ୍ୟାଚାର ଆରମ୍ଭ କରିଛି। ଜଣେ ୧୦ ବର୍ଷର ନିଷ୍ପାପ ଶିଶୁକୁ ରୁଷ ସୈନ୍ୟ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଛୋଟ ପିଲାଟି ଦୁଷ୍କର୍ମର ଶିକାର ହୋଇଥିବା ଅଯୋଗ ହୋଇଛି। ୟୁକ୍ରେନ୍‌ ସଂସଦର ସଦସ୍ୟ ଲେସିଆ ଭାସ୍ୟଲେଙ୍କ ଟ୍ୱିଟ୍‌ କରି ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରୁଷ ସୈନ୍ୟମାନେ ସମ୍ପୃକ୍ତ ନାବାଳିକା ପ୍ରତି ଅମାନୁଷିକ ଅତ୍ୟାଚାର କରିଛନ୍ତି । ଦୁଷ୍କର୍ମରେ  ଶିକାର ହୋଇଥିବା ସମ୍ପୃକ୍ତ ନାବାଳିକାର ଗୁପ୍ତାଙ୍ଗରୁ ରକ୍ତସ୍ରାବ ହେଉଥିବା ସେ ଟ୍ୱିଟ୍‌ କରିଛନ୍ତି । ଲେସିଆ କହିଛନ୍ତି ଯେ, ରୁଷ ସୈନ୍ୟମାନେ ମାନେ ଲୁଟ୍‌, ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଭିଆଉଛନ୍ତି।
https://twitter.com/lesiavasylenko/status/1510749611174109193?s=20&t=p0kmzNFp-7_rncctRUbeiQ

Advertisment

ରୁଷକୁ ସେ ଅନୈତିକ ଅପରାଧର ଦେଶ ବୋଲି ଆକ୍ଷେପ କରିଛନ୍ତି। ସେ ଲେଖିଛନ୍ତି ଯେ, ରୁଷ ସୈନ୍ୟ ମାନେ ଜଣେ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଛନ୍ତି । ରୁଷ ଅମାନବିତାର ସବୁ ସୀମା ଲଂଘିଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି ସେ ଆଉ ଜଣେ ମୃତ ମହିଳାଙ୍କ ଫଟୋକୁ ପୋଷ୍ଟ କରିଛନ୍ତି । ଯେଉଁଠି ତାଙ୍କ ଦେହରେ ନିର୍ଯାତନାର ଦାଗ ଥିବା ଦେଖିବାକୁ ମିଳିଛି।

ତାଙ୍କୁ ରୁଷ ସୈନ୍ୟମାନେ ଅକଥନୀୟ ନିର୍ଯାତନା ଦେଇ ହତ୍ୟା କରିଥିବା ସେ ଅଭିଯୋଗ ଆଣିଛନ୍ତି। ରୁଷ ୟୁକ୍ରେନ୍‌ରେ ଗଣହତ୍ୟା ବନ୍ଦ କରୁ ବୋଲି ସେ ଅପିଲ କରିଛନ୍ତି।। ମାର୍ଚ୍ଚ ୨୪ରୁ ୟୁକ୍ରେନ୍‌ରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ। ଏହି ଯୁଦ୍ଧରେ ହଜାର ହଜାର ସାଧାରଣ ଲୋକ ‌ଏବଂ ସୈନ୍ୟଙ୍କର ମୃତ୍ୟୁ ଘଟିଛି। ଲକ୍ଷାଧିକ ଲୋକେ ବେଘର ହୋଇ ପଡ଼ୋଶୀ ଦେଶକୁ ପଳାୟନ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe