Advertisment

ୟୁକ୍ରେନ ସାରା ରୁଷର ମିସାଇଲ ମାଡ଼, ଗଲା ୧୨ ଜଣଙ୍କ ଜୀବନ

କିଭ୍‌: ପୁଣିଥରେ ୟୁକ୍ରେନ ଉପରେ ହମଲା ଜୋରଦାର କରିଛି ରୁଷ। ଶନିବାର ରୁଷ ସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ଼ କରିଛନ୍ତି। ଏଥିରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏକାଧିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି। ବିଜୁଳି ଭିତ୍ତିଭୂମି ମଧ୍ୟ ମିସାଇଲ ମାଡ଼ରେ ଛିନଛତ୍ର ହୋଇଛି। ବିଶେଷ କରି ନିପ୍ରୋ ସହରରେ ହୋଇଥିବା ମିସାଇଲ ମାଡ଼ରେ ସବୁଠାରୁ କ୍ଷୟକ୍ଷତି ହୋଇଛି। ରୁଷର ଏକାଧିକ ମିସାଇଲ ଗୋଟିଏ ୯ ମହଲା ଆବାସିକ କୋଠାକୁ ହିଟ୍‌ କରିଛି। […]

ୟୁକ୍ରେନ ସାରା ରୁଷର ମିସାଇଲ ମାଡ଼, ଗଲା ୧୨ ଜଣଙ୍କ ଜୀବନ

attack

Advertisment

କିଭ୍‌: ପୁଣିଥରେ ୟୁକ୍ରେନ ଉପରେ ହମଲା ଜୋରଦାର କରିଛି ରୁଷ। ଶନିବାର ରୁଷ ସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ଼ କରିଛନ୍ତି। ଏଥିରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏକାଧିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି। ବିଜୁଳି ଭିତ୍ତିଭୂମି ମଧ୍ୟ ମିସାଇଲ ମାଡ଼ରେ ଛିନଛତ୍ର ହୋଇଛି।

Advertisment

ବିଶେଷ କରି ନିପ୍ରୋ ସହରରେ ହୋଇଥିବା ମିସାଇଲ ମାଡ଼ରେ ସବୁଠାରୁ କ୍ଷୟକ୍ଷତି ହୋଇଛି। ରୁଷର ଏକାଧିକ ମିସାଇଲ ଗୋଟିଏ ୯ ମହଲା ଆବାସିକ କୋଠାକୁ ହିଟ୍‌ କରିଛି। ଏଥିରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ମିସାଇଲ ମାଡ଼ରେ ବିରାଟ ବିଲଡିଂଟି ଧ୍ୱଂସ ହୋଇଯାଇଛି। ଧ୍ୱଂସାବଶେଷ ତଳୁ ଲୋକଙ୍କୁ ସୁରକ୍ଷାକର୍ମୀମାନେ ରାତିତମାମ ପ୍ରବଳ ଥଣ୍ଡାରେ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି। ଏବେ ବି ଭଗ୍ନସ୍ତୁପ ତଳେ ଲୋକମାନେ ଫଶି ରହିଥିବା ଆଶଙ୍କା କରାଯାଉଛି। ଏଥିପାଇଁ ଉଦ୍ଧାରକାରୀ ଦଳ ତରବରିଆ ଭାବେ ଲୋକଙ୍କୁ ସୁରକ୍ଷିତ ବାହାର କରିବା କାମରେ ଲାଗିଛନ୍ତି। ମିସାଇଲ ମାଡ଼ ଯୋଗୁ ବିଲଡିଂରେ ନିଆଁ ଲାଗି ଯାଇଥିବାରୁ ଏହା ଉଦ୍ଧାରକାରୀ ଦଳ ପାଇଁ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ନିଆଁକୁ ଆୟତ୍ତ କରାଯିବା ପରେ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ନିପ୍ରୋ ବ୍ୟତ୍ୟତ କିଭ୍‌ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକରେ ଥିବା ଏକାଧିକ ପ୍ରତିଷ୍ଠାନକୁ ମଧ୍ୟ ରୁଷ ମିସାଇଲ ମାଡ଼ କରିଛି। ମିସାଇଲ ମାଡ଼ରେ ବିଜୁଳି ଓ ପାଣି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ତେଣୁ ଆଗାମୀ ଦିନରେ ବିଜୁଳି ଓ ପାଣି ଯୋଗାଣ ପ୍ରଭାବିତ ହୋଇପାରେ। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି ରୁଷର ଏପରି ମିସାଇଲ ମାଡ଼କୁ ନିନ୍ଦା କରିବା ସହ ପଶ୍ଚିମ ଦେଶଗୁଡ଼ିକୁ ପୁଣିଥରେ ସହଯୋଗ ପାଇଁ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe