Advertisment

ୟୁକ୍ରେନ ମିଲିଟାରୀ ବେସ୍‌ ଉପରେ ରୁଷର ଆକ୍ରମଣ, ୭୦ରୁ ଅଧିକ ସୈନ୍ୟ ମୃତ

ନୂଆଦିଲ୍ଲୀ: ତୀବ୍ର ହେବାରେ ଲାଗିଛି ରୁଷ-ୟୁକ୍ରେନ୍‌ ବିବାଦ। ଥମୁନି ଯୁଦ୍ଧ, ଶାନ୍ତି ଆଲୋଚନାରୁ ବି କିଛି ବାଟ ବାହାରୁନି। ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ ଜାରି ରହିଛି ରୁଷ। ଏହାରି ଭିତରେ ରୁଷ ସେନା କିଭ୍‌ ଓ ଖର୍‌କିଭ୍‌ ମଧ୍ୟରେ ଥିବା ଏକ ବଡ ସହର ଓଖଟାଇରିକାରେ ରହିଥିବା ୟୁକ୍ରେନର ସବୁଠୁ ବଡ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି। ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ନିହତ ହୋଇଛନ୍ତି। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷର […]

ଅଦ୍ୟତନ ହୋଇଛି
ୟୁକ୍ରେନ ମିଲିଟାରୀ ବେସ୍‌ ଉପରେ ରୁଷର ଆକ୍ରମଣ, ୭୦ରୁ ଅଧିକ ସୈନ୍ୟ ମୃତ

attack-on-military-base

Advertisment

ନୂଆଦିଲ୍ଲୀ: ତୀବ୍ର ହେବାରେ ଲାଗିଛି ରୁଷ-ୟୁକ୍ରେନ୍‌ ବିବାଦ। ଥମୁନି ଯୁଦ୍ଧ, ଶାନ୍ତି ଆଲୋଚନାରୁ ବି କିଛି ବାଟ ବାହାରୁନି। ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ ଜାରି ରହିଛି ରୁଷ। ଏହାରି ଭିତରେ ରୁଷ ସେନା କିଭ୍‌ ଓ ଖର୍‌କିଭ୍‌ ମଧ୍ୟରେ ଥିବା ଏକ ବଡ ସହର ଓଖଟାଇରିକାରେ ରହିଥିବା ୟୁକ୍ରେନର ସବୁଠୁ ବଡ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି। ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ନିହତ ହୋଇଛନ୍ତି।

Advertisment

ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷର ଦୁଇଟି ଫାଇଟର ଜେଟ୍‌ ଗୁଳି କରି ଖସାଇ ଦେଇଥିବା ନେଇ ଦାବି କରିଛି। ରୁଷର ଯୁଦ୍ଧ ବିମାନ ସୁଖୋଇ-୩୫ ଏବଂ ସୁଖୋଇ-୩୦କୁ ଖସାଇ ଦେଇଥିବା ୟୁକ୍ରେନ କହିଛନ୍ତି। ଭାସିଲକିଭ୍ ନିକଟରେ ଥିବା ଏୟାର ଡିଫେନ୍ସ ସିଷ୍ଟମ୍ ଏହି ଅପରେସନ୍ କରିଥିବା କୁହାଯାଉଛି।

ରୁଷର ସୈନ୍ୟମାନେ ଆର୍ଟିଲିରି ସହିତ ଓଖଟାଇରିକାରେ ଅବସ୍ଥିତ ସାମରିକ ବେସକୁ ଟାର୍ଗେଟ କରିଥିଲେ। ପ୍ରବଳ ରକେଟ୍‌ ମାଡ ସାଙ୍ଗକୁ କରିଥିଲେ ମସାଇଲ୍‌ ମାଡ। ଏଥିରେ ଶତାଧିକ ୟୁକ୍ରେନ୍‌ ସେନା ପ୍ରାଣ ହରାଇଥିବା କୁହାଯାଇଛି। ଓଖଟାଇରିକାରେ ସହର ଖାରକିଭ୍‌ ଏବଂ କିଭ ମଧ୍ୟରେ ଅବସ୍ଥିତ।

Advertisment

सैटेलाइट तस्वीरों में खुलासा, यूक्रेन की सड़कों पर दिखा 64 KM लंबा काफिला, राजधानी कीव पर भीषण हमले की फिराक में रूस

ରିପୋର୍ଟ ଅନୁଯାୟୀ ରୁଷର ସେନା ଦ୍ରୁତ ଗତିରେ କିଭ ଆଡକୁ ଗତି କରୁଛି। ୟୁକ୍ରେନ ରାଜଧାନୀ କିକ୍‌ କୁ କବଜା କରିବାକୁ ଚାଲିଛି ଲଗାତାର ବିସ୍ଫୋରଣ। ଏହାସହ ଏହି ମୁଖ୍ୟ ଇଲାକାକୁ ନିଜ ଅକ୍ତିଆରକୁ ଆଣିବାକୁ ସବୁଠୁ ବଡ ସେନା ଛଉଣୀ ବିଛାଇଛି ରୁଷ। କିଭର ୪୦ ମାଇଲ ଯାଏଁ ଘେରି ରହିଛନ୍ତି ରୁଷ ସେନା, ଯାହା ଏଯାଏଁ ରୁଷ ପଠାଇଥିବା ସେନା ଛାଉଣୀ ତୁଳନାରେ ସବୁଠାରୁ ବଡ ତଥା ୩ ଗୁଣା ଅଧିକ ବଡ ବୋଲି କୁହାଯାଉଛି। କିଭ୍‌ ଚାରିପଟେ ରୁଷ କରିଥିବା ସେନା ଛାଉଣି ସ୍ୟାଟେଲାଇଟ୍‌ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଆମେରିକା ୬୪ କିଲୋମିଟର ଯାଏଁ ରୁଷ ସେନାଙ୍କ କନଭେୟ ଘେରି ରହିଛି। ସାଟେଲାଇଟ୍ ଚିତ୍ରଗୁଡ଼ିକରେ ଦେଖିବାକୁ ମିଳିଛି ଯେ ୬୪ କିଲୋମିଟର ଲମ୍ବା ରୁଷର ସାମରିକ ବାହିନୀ ୟୁକ୍ରେନର ରାଜଧାନୀ କିଭ ଅଭିମୁଖେ ଯାଉଛନ୍ତି। ଏଥିରେ ସେନା ଟ୍ରକ, ସଶସ୍ତ୍ର ଯାନ, ଟ୍ୟାଙ୍କ ଓ ଶତାଧିକ ସୈନିକ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe