medvedv
ମସ୍କୋ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଯେତିକି ତୀବ୍ର ହେଉଛନ୍ତି ବିଶ୍ୱ ରାଜନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ମଧ୍ୟ ସେତିକି ଜୋର ଧରୁଛି। ୟୁକ୍ରେନରେ ଦମନଲୀଳା କରୁଥିବା ରୁଷ ଏବେ ଫ୍ରାନ୍ସକୁ ପ୍ରକୃତ ଯୁଦ୍ଧ ବା ରିୟର ୱାରର ଧମକ ଦେଇଛି। ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପ ମୁଖ୍ୟ ଦିମିତ୍ରି ମେଡଭେଡେଭ ଆଜି ଟ୍ୱିଟ ଯୋଗେ ଫ୍ରାନ୍ସକୁ ଚେତାବନୀ ଦେଇଛନ୍ତି।
ଫ୍ରାନ୍ସ ଅର୍ଥମନ୍ତ୍ରୀ ରୁଷର ଦମନଲୀଳା ବିରୋଧରେ ଅର୍ଥନୀତିକ ଯୁଦ୍ଧ ଆରମ୍ଭ ହେବ ବୋଲି କହିଥିବାରୁ ଏହାର ଜବାବରେ ମେଡଭେଡେଭ ପ୍ରକୃତ ୱାର କଥା କହିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି, “ଆଜି କିଛି ଫ୍ରାନ୍ସ ମନ୍ତ୍ରୀ ରୁଷ ବିରୋଧରେ ଅର୍ଥନୀତିକ ଯୁଦ୍ଧ ଡାକରା ଦେଇଛନ୍ତି। ଦୟା କରି ନିଜ ଜିଭ ଉପରେ ନିୟନ୍ତ୍ରଣ କର ଜେଣ୍ଟିଲମ୍ୟାନ! ଏବଂ ମାନବ ଇତହାସରେ ଅର୍ଥନୀତିକ ୱାର ସବୁବେଳେ ରିୟଲ ୱାରର ରୂପ ନେଇଥାଏ ବୋଲି ଆଦୌ ଭୁଲ ନାହିଁ।”
ଫ୍ରାନ୍ସ ଅର୍ଥମନ୍ତ୍ରୀ ବ୍ରୁନୋ ଲେ ମାଇରେ ଗୋଟିଏ ସାକ୍ଷାତକାରରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନିଜର ପକ୍ଷ ରଖିଥିଲେ। ସେ କହିଥିଲେ, ରୁଷ ଅର୍ଥନୀତିକୁ ଭୁଶୁଡ଼ାଇବା ପାଇଁ ଆମେ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବୁ। ରୁଷ ଉପରେ ଲାଗୁଥିବା କଟକଣା ଯୋଗୁ ସେଠାକାର ସାଧାରଣ ଲୋକମାନେ ମଧ୍ୟ ପ୍ରଭାବିତ ହେବେ। ରୁଷ ବିରୋଧରେ ଏବେ ଅର୍ଥନୀତିକ ଯୁଦ୍ଧ ଆରମ୍ଭ ହୋଇଥିବା ସେ କହିଥିଲେ। ଏହାର ଜବାବରେ ମେଡଭେଡେଭ ପ୍ରକୃତ ଯୁଦ୍ଧର ଧମକ ଦେଇଛନ୍ତି।
ସୂଚନାଯୋଗ୍ୟ, ମେଡଭେଡେଭ ୨୦୦୮ରୁ ୨୦୧୨ ଯାଏ ରୁଷର ରାଷ୍ଟ୍ରପତି ଥିଲେ। ଏହାପରେ ୨୦୧୨ରୁ ୨୦୨୦ ଯାଏ ସେ ରୁଷର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/medvedv.jpg)