Advertisment

ପୁଣି ସାମ୍ନାକୁ ଆସିଲା ତାଲିବାନୀ ବର୍ବରତା: ବିକ୍ଷୋଭକାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼

କାବୁଲ: ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ସଂଗଠନର ଗୋଟିଏ ପରେ ଗୋଟିଏ ବର୍ବରକାଣ୍ଡ ସାମ୍ନାକୁ ଆସିବାରେ ଲାଗିଛି। ଗତକାଲି ପରି ଆଜି ମଧ୍ୟ ଆଫାଗନ ଜାତୀୟ ପତାକା ଧରି ସ୍ୱାଧୀନତା ପାଇଁ ବିକ୍ଷୋଭ କରୁଥିବା ଲୋକଙ୍କ ଉପରକୁ ତାଲିବାନୀ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ ପରେ ଦଳ ଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହି ଗୁଳିମାଡ଼ ଓ ଦଳାଚକଟାରେ ଅନେକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି। ହେଲେ ଘଟଣାସ୍ଥଳକୁ କୌଣସି ନିର୍ଦ୍ଦିଷ୍ଟ ଭାବେ ମୃତକଙ୍କ ସଂଖ୍ୟା ସାମ୍ନାକୁ […]

ପୁଣି ସାମ୍ନାକୁ ଆସିଲା ତାଲିବାନୀ ବର୍ବରତା: ବିକ୍ଷୋଭକାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼

Protest

Advertisment

କାବୁଲ: ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ସଂଗଠନର ଗୋଟିଏ ପରେ ଗୋଟିଏ ବର୍ବରକାଣ୍ଡ ସାମ୍ନାକୁ ଆସିବାରେ ଲାଗିଛି। ଗତକାଲି ପରି ଆଜି ମଧ୍ୟ ଆଫାଗନ ଜାତୀୟ ପତାକା ଧରି ସ୍ୱାଧୀନତା ପାଇଁ ବିକ୍ଷୋଭ କରୁଥିବା ଲୋକଙ୍କ ଉପରକୁ ତାଲିବାନୀ ଗୁଳିମାଡ଼ କରିଛନ୍ତି।

Advertisment

ଗୁଳିମାଡ଼ ପରେ ଦଳ ଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହି ଗୁଳିମାଡ଼ ଓ ଦଳାଚକଟାରେ ଅନେକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି। ହେଲେ ଘଟଣାସ୍ଥଳକୁ କୌଣସି ନିର୍ଦ୍ଦିଷ୍ଟ ଭାବେ ମୃତକଙ୍କ ସଂଖ୍ୟା ସାମ୍ନାକୁ ଆସିନାହିଁ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଫଗାନର ବିଭିନ୍ନ ସ୍ଥାନରେ ଲୋକମାନେ ଜାତୀୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆଫଗାନ ୧୯୧୯ ମସିହା ଅଗଷ୍ଟ ୧୯ରେ ବ୍ରିଟିଶ ନିୟନ୍ତ୍ରଣରୁ ମୁକ୍ତି ପାଇଥିଲା। ତେଣୁ ଆଜି ଦେଶବାସୀ ସ୍ୱାଧୀନତା ଦିବସ ପାଳନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି।

ଏହିକ୍ରମରେ କୁନାର ପ୍ରଦେଶର ଅସଦାବାଦରେ ମଧ୍ୟ ଶତାଧିକ ଲୋକ ଗୋଟିଏ ସ୍ୱାଧୀନତା ଶୋଭାଯାତ୍ରା ଆୟୋଜନ କରିଥିଲେ। ବିକ୍ଷୋଭକାରୀମାନେ ଆଫଗାନ ଜାତୀୟ ପତାକା ଧରି ତାଲିବାନ ଠାରୁ ସ୍ୱାଧୀନତା ମାଗିଥିଲେ। ଏତିକି ବେଳେ ବନ୍ଧୁକଧାରୀ ତାଲିବାନୀମାନେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି।

Advertisment

ଅନେକ ଲୋକ ଗୁଳିମାଡ଼ରେ ତଳେ ପଡ଼ି ଯାଇଥିବା ବେଳେ ଅନ୍ୟମାନେ ଏଣେତେଣ ଦୌଡ଼ିଥିଲେ। ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ମହମ୍ମଦ ସଲିମ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଗୁଳିମାଡ଼ ଓ ଦଳାଚକଟା ପରେ ଅନେକ ଲୋକ ରାସ୍ତାରେ ନିସ୍ତେଜ ହୋଇ ପଡ଼ିଛନ୍ତି।

ଅନ୍ୟପକ୍ଷରେ ତାଲିବାନୀମାନେ ଆମେରିକା ପକ୍ଷରୁ ଆଫଗାନ ସୈନ୍ୟମାନଙ୍କୁ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର କବଜା କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। କେବଳ ଅସ୍ତ୍ରଶସ୍ତ୍ର ନୁହେଁ, ଆମେରିକା ପଠାଇଥିବା ଅର୍ଥ ମଧ୍ୟ ତାଲିବାନୀମାନେ କବଜା କରି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe