ଶାହବାଜ୍‌ ସରିଫ୍‌ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶେଷରେ ବହୁ ଛକାପଞ୍ଝା ପରେ ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ଶାସନ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ୍‌ ତେହେରିକ-ଇ-ଇନସାଫ୍‌(ପିଟିଆଇ) ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଶାହ ମମ୍ମୋଦ୍ କୁରେଶିଙ୍କ ନାମ ଚୟନ କରାଯାଇଥିଲା। ହେଲେ ଇମ୍ରାନ୍‌ଙ୍କ ଦଳ […]

pm

Tapas Behera
  • Published: Monday, 11 April 2022
  • , Updated: 11 April 2022, 06:04 PM IST

ନୂଆଦିଲ୍ଲୀ: ଶେଷରେ ବହୁ ଛକାପଞ୍ଝା ପରେ ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ଶାସନ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ୍‌ ତେହେରିକ-ଇ-ଇନସାଫ୍‌(ପିଟିଆଇ) ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଶାହ ମମ୍ମୋଦ୍ କୁରେଶିଙ୍କ ନାମ ଚୟନ କରାଯାଇଥିଲା। ହେଲେ ଇମ୍ରାନ୍‌ଙ୍କ ଦଳ ପିଟିଆଇର ଅଧିକାଂଶ ସଦସ୍ୟ ପାକିସ୍ତାନ ସଂସଦରୁ ଇସ୍ତଫା ଦେଇଥିଲେ। ଫଳରେ ଶାହ ମମ୍ମୋଦ୍ କୁରେଶି ପ୍ରତିଦ୍ୱନ୍ଦିତା କରିବାର ବାଟ ବନ୍ଦ ହୋଇଯାଇଥିଲା।

ତେବେ ଗତ ଶନିବାର  ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରାସ୍ତାବ ଭୋଟ୍‌ ଆଗତ ହୋଇଥିଲା। ଏହି ଫ୍ଲୋର ଟେଷ୍ଟରେ ଇମ୍ରାନଙ୍କ ବିପକ୍ଷରେ ସର୍ବାଧିକ ଭୋଟ୍‌ ପଡ଼ିଥିଲା। ପାକିସ୍ତାନ ସଂସଦରେ ହୋଇଥିବା ଭୋଟ ଗ୍ରହଣରେ ଇମ୍ରାନଙ୍କ ବିରୋଧରେ ୧୭୪ ଜଣ ସଦସ୍ୟ ମତ ଦେଇଥିଲେ।

ପାକିସ୍ତାନ ସଂସଦର ବାଚସ୍ପତି ପଦରୁ  ଅସଦ୍‌ କ୍ୱାଶିର୍‌ ଇସ୍ତଫା ଦେବା ପରେ  ଆୟଜ୍‌ ସିଦିକ୍‌ ଗୃହର କାମଚଳା ବାଚସ୍ପତି ଭାବେ ଅଧ୍ୟକ୍ଷତା କରିଥିଲେ। ଏଥିପାଇଁ ଏକ କମିଟି ଗଠନ ହୋଇ ସିଦ୍ଦିକ୍‌ଙ୍କ ନାମ ଚୟନ  କରାଯାଥିଲା। ଅବିଶ୍ୱାସ ଭୋଟ୍‌ ସପକ୍ଷରେ ୧୭୪ ସଦସ୍ୟ ମତଦାନ କରିଥିଲେ। ଫଳରେ ଇମ୍ରାନ୍‌ଙ୍କ ବିରୋଧରେ ବହୁମତ ଆସିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ଚାଲିଯାଇଥିଲା। ଭୋଟ୍‌ ଗ୍ରହଣ ପରେ ସିଦ୍ଦିକ୍‌ ଏହି ଘୋଷଣା କରିଥିଲେ । ଏହା ପରେ ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

Related story