Advertisment

ଆସ୍ଥା ଭୋଟର ସମ୍ମୁଖୀନ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ!

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ରାଜନୀତିକ ଅସ୍ଥିରତା ଜାରି ରହିଛି। ଏସବୁ ଭିତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କୁ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ରାଷ୍ଟ୍ରପତି ଡା. ଅରିଫ ଅଲଭି ଖୁବଶୀଘ୍ର ନିର୍ଦ୍ଦେଶ ଦେବେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାବି କରିଛନ୍ତି। ଇମ୍ରାନଙ୍କ ଏପରି ଦାବି ପରେ ପାକିସ୍ତାନ ରାଜନୀତି ସରଗରମ ହୋଇ ଉଠିଛି। କାରଣ ଇମ୍ରାନ […]

ଆସ୍ଥା ଭୋଟର ସମ୍ମୁଖୀନ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ!

sharif

Advertisment

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ରାଜନୀତିକ ଅସ୍ଥିରତା ଜାରି ରହିଛି। ଏସବୁ ଭିତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କୁ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ରାଷ୍ଟ୍ରପତି ଡା. ଅରିଫ ଅଲଭି ଖୁବଶୀଘ୍ର ନିର୍ଦ୍ଦେଶ ଦେବେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାବି କରିଛନ୍ତି।

Advertisment

ଇମ୍ରାନଙ୍କ ଏପରି ଦାବି ପରେ ପାକିସ୍ତାନ ରାଜନୀତି ସରଗରମ ହୋଇ ଉଠିଛି। କାରଣ ଇମ୍ରାନ ଗତ ଏପ୍ରିଲ ମାସରେ ହିଁ ଆସ୍ଥା ଭୋଟରେ ହାରି ଶାସନ ଗାଦିରୁ ବିଦା ହୋଇଥିଲେ। ଏହାପରେ ଶରିଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏବେ ସେ ମଧ୍ୟ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବା ଇମ୍ରାନ କହିଛନ୍ତି।

ଲାହୋରରେ ଇମ୍ରାନ ଖାନ କହିଛନ୍ତି, “ଶେହବାଜ ଶରିଫ ପଞ୍ଜାବରେ ଆମର ପରୀକ୍ଷା ନେଇଥିଲେ। ଏବେ ସେ ନିଜେ ଜାତୀୟ ସଂସଦରେ ଆସ୍ଥା ଭୋଟର ପରୀକ୍ଷା ଦିଅନ୍ତୁ। ପ୍ରଥମେ ସେ ସଂଖ୍ୟା ଗରିଷ୍ଠତା ତାଙ୍କ ପାଖରେ ଅଛି ବୋଲି ପ୍ରମାଣ କରି ଦେଖାନ୍ତୁ। ଏହାପରେ ତାଙ୍କ ପାଇଁ ଆମ ପାଖରେ ଅନ୍ୟ ଯୋଜନା ରହିଛି।

Advertisment

ବର୍ତ୍ତମାନ ଶରିଫଙ୍କ ସହ ଥିବା ଏମକ୍ୟୁଏମ-ପି କରାଚି ଓ ହାଇଦ୍ରାବାଦର ଆଞ୍ଚଳିକ ନିର୍ବାଚନକୁ ନେଇ ବିଦ୍ରୋହ ଘୋଷଣା କରିଛି। ତେଣୁ ଶରିଫ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅନ୍ତୁ।”

ରାଷ୍ଟ୍ରପତି ଭାବେ ଅଲଭିଙ୍କୁ ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ ନିର୍ବାଚିତ କରିଥିଲା। ତେଣୁ ସେ ଆସ୍ଥା ଭୋଟ ପାଇଁ ଖୁବଶୀଘ୍ର ନିର୍ଦ୍ଦେଶ ଦେବାର ସମ୍ଭାବନା ରହିଛି। ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଠାରୁ କେବଳ ହାତ ଗଣତି କିଛି ଅଧିକ ଆସନ ରହିଛି। ଏପରି ସ୍ଥିତିରେ ଯଦି ଏମକ୍ୟୁଏମ-ପିର ୭ ଜଣ ସଦସ୍ୟ ସମର୍ଥନ ପ୍ରତ୍ୟାହାର କରିନେବେ, ତା’ହେଲେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ଚାଲିଯିବ। ଏହାକୁ ଦୃଷ୍ଟିରେ ରଖି ଇମ୍ରାନ ଆସ୍ଥା ଭୋଟ କଥା ଉଠାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe