Advertisment

ଖାରକିଭ୍‌ର ମିଲିଟାରୀ ଏକାଡେମୀ ଉପରେ ରୁଷର ରକେଟ୍‌ ମାଡ, ଉଡାଇଲେ ପ୍ରସୂତି ଗୃହ

କିଭ୍‌: ରାଗରେ ଜଳୁଛି ରୁଷ। ୟୁକ୍ରେନ୍‌ ଉପରେ ସୁଝାଉଛି ରାଗ। ଏକା ଜିଦ୍‌ କିଭ୍‌କୁ କରିବ ଦଖଲ। ଏଥିପାଇଁ ଲଗାତର ଚଳାଇଛି ମିସାଇଲ ସାଙ୍ଗକୁ ରକେଟ୍‌ ମାଡ। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହରକୁ କରି ଚାଲିଛି କବ୍‌ଜା। ଏବେ ରୁଷ ସେନା ଖାରକିଭ୍‌ର ମିଲିଟାରୀ ଏକାଡେମୀ ଉପରେ କରିଛନ୍ତି ରକେଟ୍‌ ମାଡ। ଫଳରେ ଏଠାରେ ଦୀର୍ଘ ୯ ଘଣ୍ଟା ଧରି ନିଆଁ ଜଳୁଛି। ସେପଟେ ଖାରକିଭ୍‌ରେ ରୁଷ ସେନା ପକ୍ଷରୁ ଗୁଳିବର୍ଷା ଜାରି ରହିଛି। ଏଥିରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଖାରକିଭ୍‌ର ମିଲିଟାରୀ ଏକାଡେମୀ ଉପରେ ରୁଷର ରକେଟ୍‌ ମାଡ, ଉଡାଇଲେ ପ୍ରସୂତି ଗୃହ

ukraine war

କିଭ୍‌: ରାଗରେ ଜଳୁଛି ରୁଷ। ୟୁକ୍ରେନ୍‌ ଉପରେ ସୁଝାଉଛି ରାଗ। ଏକା ଜିଦ୍‌ କିଭ୍‌କୁ କରିବ ଦଖଲ। ଏଥିପାଇଁ ଲଗାତର ଚଳାଇଛି ମିସାଇଲ ସାଙ୍ଗକୁ ରକେଟ୍‌ ମାଡ। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହରକୁ କରି ଚାଲିଛି କବ୍‌ଜା। ଏବେ ରୁଷ ସେନା ଖାରକିଭ୍‌ର ମିଲିଟାରୀ ଏକାଡେମୀ ଉପରେ କରିଛନ୍ତି ରକେଟ୍‌ ମାଡ। ଫଳରେ ଏଠାରେ ଦୀର୍ଘ ୯ ଘଣ୍ଟା ଧରି ନିଆଁ ଜଳୁଛି।

Advertisment

ସେପଟେ ଖାରକିଭ୍‌ରେ ରୁଷ ସେନା ପକ୍ଷରୁ ଗୁଳିବର୍ଷା ଜାରି ରହିଛି। ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଅନ୍ୟପଟେ ରୁଷ ପକ୍ଷରୁ ଖାରକିଭ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଛି। ସେଠାରେ ଥିବା ଏକ ପ୍ରସୂତି ଗୃହ ଉପରେ ଅକାଶ ମାର୍ଗରୁ ଆକ୍ରମଣ କରିଛି ରୁଷ। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବଳେ ୧୬ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ରକେଟ୍‌ ମାଡ ଯୋଗୁଁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି।

https://twitter.com/nexta_tv/status/1498910885510852608?s=20&t=AGQFqEYUm0kxgHcVWpXurg

Advertisment

ସେପଟେ ରୁଷ ସେନା ପ୍ରସୂତି ଗୃହ ଉପରେ ଆକ୍ରମଣ କରିଥିବାର ଭିଡିଓକୁ ୟୁକ୍ରେନ୍‌ ବିଦୈଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି, ରୁଷ ସେନା ଜେତୋମାରରେ ଥିବା ଏକ ପ୍ରସୂତି ଗୃହକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି। ରୁଷ ସେନାର ଏହା ନରସଂହାର ନୁହେଁ ତ ଆଉ କ'ଣ? ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ, ଖାର୍କିଭରେ କ୍ରମାଗତ ବିସ୍ଫୋରଣ ଘଟୁଥିବା ନେଇ ୟୁକ୍ରେନ ଗଣମାଧ୍ୟମ ଦାବି କରିଛି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ। ରୁଷର ସେନା କ୍ରମାଗତ ଭାବରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ବୋମା ମାଡ ସାଙ୍ଗକୁ କ୍ଷେପଣାସ୍ତ୍ର ମାଡ କରିଚାଲିଛି। ଏହା ବ୍ୟତୀତ ରୁଷ ସେନା ଖେରସନ ସହରକୁ କବଜା କରି ନେଇଛି ଏବଂ ସୈନ୍ୟମାନେ ଖାର୍‌କିଭରେ ମଧ୍ୟ ପହଞ୍ଚିଛନ୍ତି

https://twitter.com/MFA_Ukraine/status/1498904318027649027?s=20&t=UQweUUSZzU3ZulZpxbsEpQ

Russia-Ukraine War