Advertisment

କେପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟ ଝଟକା, ପ୍ରଧାନମନ୍ତ୍ରୀ ହେବେ ଶେର ବାହାଦୂର

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶକ୍ତ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ସେ ସଂସଦର ନିମ୍ନ ସଦନ ବା ପ୍ରତିନିଧି ସଭାକୁ ଭାଙ୍ଗି ପୁଣିଥରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ଯେଉଁ ଯୋଜନା କରିଥିଲେ, ତା’ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ନେପାଳର ସୁପ୍ରିମକୋର୍ଟ ପ୍ରତିନିଧି ସଭାର ପୁର୍ନଗଠନ ପାଇଁ ନିର୍ଦ୍ଦେଶ ଦେବା ସହ ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶେର […]

ଅଦ୍ୟତନ ହୋଇଛି
କେପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟ ଝଟକା, ପ୍ରଧାନମନ୍ତ୍ରୀ ହେବେ ଶେର ବାହାଦୂର

Nepal

Advertisment

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶକ୍ତ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ସେ ସଂସଦର ନିମ୍ନ ସଦନ ବା ପ୍ରତିନିଧି ସଭାକୁ ଭାଙ୍ଗି ପୁଣିଥରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ଯେଉଁ ଯୋଜନା କରିଥିଲେ, ତା’ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି।

Advertisment

ନେପାଳର ସୁପ୍ରିମକୋର୍ଟ ପ୍ରତିନିଧି ସଭାର ପୁର୍ନଗଠନ ପାଇଁ ନିର୍ଦ୍ଦେଶ ଦେବା ସହ ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶେର ବାହାଦୂର ଦୁଇ ଦିନ ଭିତରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଛୋଲେନ୍ଦ୍ର ଶମସେର ରାଣାଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗତ ସପ୍ତାହରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ଶେଷ କରିଥିଲେ। ଆଜି ଏହାର ରାୟ ପ୍ରକାଶ ପାଇଛି। ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ୫ ମାସରେ ଦ୍ୱିତୀୟ ଥର ପାଇଁ ନେପାଳର ନିମ୍ନ ସଦନକୁ ମେ’ ୨୨ ତାରିଖରେ ଭାଙ୍ଗି ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଓଲିଙ୍କ ପରାମର୍ଶକ୍ରମେ ନଭେମ୍ବର ୧୨ ଓ ନଭେମ୍ବର ୧୯ରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ତେବେ ଏଭଳି ନିର୍ଦ୍ଦେଶ ବିରୋଧରେ ପ୍ରାୟ ୩୦ଟି ଆବେଦନ ସୁପ୍ରିମକୋର୍ଟରେ କରାଯାଇଥିଲା। ବିରୋଧୀ ମେଣ୍ଟ ପକ୍ଷରୁ ଗୋଟିଏ ଆବେଦନରେ ସଂସଦର ନିମ୍ନ ସଦନକୁ ପୁଣି ଗଠନ କରିବା ସହ ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂରଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଉ ବୋଲି ଦାବିତ କରାଯାଇଥିଲା। ଜୁଲାଇ ୫ରେ ସାମ୍ବିଧାନିକ ଖଣ୍ଡପୀଠ ଆବେଦନଗୁଡ଼ିକର ଶୁଣାଣି ଶେଷ କରିଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରୁ ହିଁ ନେପାଳ ରାଜନୀତିତରେ ହଟଚମଟ ଦେଖିବାକୁ ମିଳିଛି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି ଭିତରେ କ୍ଷମତା କ୍ଷୁଦ୍ଧକୁ ଦେଖି ରାଷ୍ଟ୍ରପତି ଭଣ୍ଡାରୀ ନିମ୍ନ ସଦନକୁ ଭଙ୍ଗ କରିବା ସହ ଏପ୍ରିଲ ୩୦ ଓ ମେ’ ୧୦ରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ। ତେବେ ଫେବୃଆରୀ ମାସରେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଥିଲେ। ଏବେ ପୁଣି ସମାନ ଘଟଣା ଘଟିଛି।

Nepal Nepal Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe