Advertisment

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବି ଥମୁନି ହିଂସା: ବିକ୍ଷୋଭକାରୀଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ହିଂସାକାଣ୍ତ ଯୋଗୁ ଆହୁରି ବିଗିଡ଼ି ଯାଇଛି। ଦୁଇ ଦିନ ହେଲା ଦେଶରେ କେବଳ ହିଂସା, ମାରପିଟ ଓ ପୋଡ଼ାଜଳା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ସତ୍ତ୍ୱେ ହିଂସାକାଣ୍ଡ ଥମିବାର ନାଁ ଧରୁନି। ହିଂସାକାଣ୍ଡ ଓ ପୋଡ଼ାଜଳା ଯୋଗୁ ୮ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଦେଶରେ ବଢ଼ୁଥିବା ହିଂସାକାଣ୍ଡ ପାଇଁ ବିକ୍ଷୋଭକାରୀମାନେ ମହିନ୍ଦା ରାଜପକ୍ଷଙ୍କୁ ଦାୟୀ କରିଛନ୍ତି। ଏଥିସହ ତାଙ୍କୁ ଗିରଫ ଦାବିରେ […]

author-image
Hemant Lenka
ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବି ଥମୁନି ହିଂସା: ବିକ୍ଷୋଭକାରୀଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ

srilanka

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ହିଂସାକାଣ୍ତ ଯୋଗୁ ଆହୁରି ବିଗିଡ଼ି ଯାଇଛି। ଦୁଇ ଦିନ ହେଲା ଦେଶରେ କେବଳ ହିଂସା, ମାରପିଟ ଓ ପୋଡ଼ାଜଳା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ସତ୍ତ୍ୱେ ହିଂସାକାଣ୍ଡ ଥମିବାର ନାଁ ଧରୁନି। ହିଂସାକାଣ୍ଡ ଓ ପୋଡ଼ାଜଳା ଯୋଗୁ ୮ ଜଣଙ୍କ ଜୀବନ ମଧ୍ୟ ଯାଇଛି।

Advertisment

ଦେଶରେ ବଢ଼ୁଥିବା ହିଂସାକାଣ୍ଡ ପାଇଁ ବିକ୍ଷୋଭକାରୀମାନେ ମହିନ୍ଦା ରାଜପକ୍ଷଙ୍କୁ ଦାୟୀ କରିଛନ୍ତି। ଏଥିସହ ତାଙ୍କୁ ଗିରଫ ଦାବିରେ ଆଜି ଆହୁରି ପୋଡ଼ାଜଳା କରିଛନ୍ତି। ଜୀବନ ବିକଳରେ ମହିନ୍ଦା ରାଜପକ୍ଷ ପରିବାର ସଦସ୍ୟଙ୍କୁ ଧରି ଦେଶର ନୌସେନା ବେଶରେ ଆତ୍ମଗୋପନ କରିଛନ୍ତି।

ଏପଟେ ହିଂସାକାଣ୍ଡ ବଢ଼ୁଥିବାରୁ ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ସେନା ଓ ପୁଲିସ୍‌କୁ ସ୍ୱତନ୍ତ୍ର କ୍ଷମତା ଦେଇଛନ୍ତି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବିକ୍ଷୋକାରୀଙ୍କୁ ଗୁଳି ମାଡ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ ଆଶା କରିଛନ୍ତି।

Advertisment

ଶ୍ରୀଲଙ୍କାରେ ସୋମବାର ସକାଳୁ ହିଁ ହିଂସା ସୃଷ୍ଟି ହୋଇଥିଲା। ମହିନ୍ଦା ରାଜପକ୍ଷଙ୍କ ସମର୍ଥକମାନେ ଏପ୍ରିଲ ୯ରୁ ରାଷ୍ଟ୍ରପତିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରୁଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଘଟିଥିଲା। ଏଥିସରେ ପ୍ରାୟ ୧୭୩ ଜଣ ବିକ୍ଷୋଭକାରୀ ଆହତ ହୋଇଥିଲେ। ସନ୍ଧ୍ୟା ସମୟରେ ସ୍ଥିତି ଆହୁରି ଉତ୍କଟ ହୋଇଥିଲା। ଆକ୍ରମଣର ଶିକାର ହୋଇଥିବା

ବିକ୍ଷୋଭକାରୀମାନେ ସନ୍ଧ୍ୟାରେ ଏକାଠି ହୋଇ ଏକାଧିକ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାପା ମା’ଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିବା ସ୍ମୃତିପୀଠକୁ ମଧ୍ୟ ଭାଙ୍ଗି ଦେଇଥିଲେ। ବିକ୍ଷୋଭକାରୀମାନେ ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।

ମହିନ୍ଦା ରାଜପକ୍ଷଙ୍କ ପୈତୃକ ବାସଭବନକୁ ବୋମା ମାଡ଼ କରିବା ସହ ସେଠାରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ହିଂସାକାଣ୍ଡ ଯୋଗୁ ଗତକାଲି ଜଣେ ସାଂସଦଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ଆଜି ସକାଳୁ ହିଂସକାଣ୍ଡ ତୀବ୍ର ରୂପ ଧାରଣ କରିଥିଲା। ରାଜପକ୍ଷଙ୍କ ଗୋଷ୍ଠୀ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ଏଥିଯୋଗୁ ଆଉ ୪ ଜଣ ପ୍ରାଣ ହରାଇଛନ୍ତି। ବିକ୍ଷୋଭକାରୀମାନେ ଶତାଧିକ ବସ୍‌ ପୋଡ଼ି ଦେବା ସହ ଦୋକାନ ବଜାରରେ ଲୁଟପାତ କରିଛନ୍ତି। ସ୍ଥିତି ବିଗୁଡ଼ୁ ଥିବାରୁ ପୂରା ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ରାଜଧାନୀ କଲମ୍ବୋରେ ସେନା ମୁତୟନ ହୋଇଛନ୍ତି।


ଏହାସତ୍ତ୍ୱେ ସରକାରୀ ବିରୋଧୀ ବିକ୍ଷୋଭକାରୀମାନେ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ସଂଯୋଗ କରୁଥିବା ରାସ୍ତାରେ ଚେକ ପଏଣ୍ଟର ବ୍ୟବସ୍ଥା କରିଛନ୍ତି। ରାଜପକ୍ଷ ଓ ତାଙ୍କ ସମର୍ଥକମାନେ ଦେଶ ଛାଡ଼ିବାର ଆଶଙ୍କା ଥିବାରୁ ଏପରି ବ୍ୟବସ୍ଥା ହୋଇଛି।

ଅନ୍ୟପକ୍ଷରେ ମହିନ୍ଦା ରାଜପକ୍ଷଙ୍କ ଭାଇ ତଥା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଆନ୍ଦୋଳନକାରୀମାନଙ୍କୁ ପୋଡ଼ାଜଳା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।