Advertisment

ଦୀପାବଳିରେ ହୋଲିର ଶୁଭେଚ୍ଛା ପୋଷ୍ଟ କରି ହଟହଟା ହେଲେ ମୁଖ୍ୟମନ୍ତ୍ରୀ

ସିନ୍ଧ: ସମଗ୍ର ଭାରତରେ ନଭେମ୍ବର ୪ରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି। ଆଲୋକର ଏହି ପର୍ବ ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକମାନେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହେଲେ ପାକିସ୍ତାନର ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୀପାବଳିରେ କରିଥିବା ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଦୀପାବଳିରେ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହ ନିଜର ଟ୍ୱିଟର ଆକାଉଣ୍ଟରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ତାଙ୍କର […]

ଦୀପାବଳିରେ ହୋଲିର ଶୁଭେଚ୍ଛା ପୋଷ୍ଟ କରି ହଟହଟା ହେଲେ ମୁଖ୍ୟମନ୍ତ୍ରୀ

Holi

Advertisment

ସିନ୍ଧ: ସମଗ୍ର ଭାରତରେ ନଭେମ୍ବର ୪ରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି। ଆଲୋକର ଏହି ପର୍ବ ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକମାନେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହେଲେ ପାକିସ୍ତାନର ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୀପାବଳିରେ କରିଥିବା ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment

କାରଣ ଦୀପାବଳିରେ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହ ନିଜର ଟ୍ୱିଟର ଆକାଉଣ୍ଟରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ତାଙ୍କର ଗୋଟିଏ ଫଟୋ ରହିବା ସହ ଏଥିରେ ‘ହ୍ୟାପି ହୋଲି’ ଲେଖାଯାଇଥିଲା। କିଛି ସମୟରେ ସେ ଏହାକୁ ଡିଲିଟ କରି ଦେଇଥିଲେ। ହେଲେ ସେତେବେଳକୁ ଅନେକ ଲୋକ ଏହାର ସ୍କ୍ରିନ ଶଟ୍‌ ନେଇ ସାରିଥିଲେ। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉକ୍ତ ସ୍କ୍ରିନ ଶଟ୍‌କୁ ପାକିସ୍ତାନ ସାମ୍ବାଦିକ ମୁର୍ତାଜା ସୋଲାଙ୍ଗି ଶେୟାର କରି ଲେଖିଛନ୍ତି ଯେ ସିନ୍ଧିରେ ପାକିସ୍ତାନର ସବୁଠାରୁ ଅଧିକ ସଂଖ୍ୟକ ହିନ୍ଦୁ ଲୋକ ରୁହନ୍ତି। କିନ୍ତୁ ପରିତାପର ବିଷୟ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀମାନେ ଦୀପାବଳି ଓ ହୋଲି ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ନାହାନ୍ତି।

Advertisment

ଏହା ଠାରୁ ବଡ଼ ଦୁଃଖ କିଛି ହୋଇ ନପାରେ ବୋଲି ସେ କହିଛନ୍ତି। କେବଳ ମୁର୍ତାଜା ନୁହନ୍ତି, ଅନେକ ସାଧାରଣ ଲୋକ ମଧ୍ୟ ସ୍କ୍ରିନ ଶଟ୍‌କୁ ଶେୟାର କରି ମୁଖ୍ୟମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରିଛନ୍ତି।


ସୂଚନାଯୋଗ୍ୟ, ଦୀପାବଳି ଉପଲକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହ୍ୟାରିସ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନ୍ନେଟ୍ଟେ, ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଓ ଅନ୍ୟାନ୍ୟ ରାଷ୍ଟ୍ରର ବିଶିଷ୍ଟ ଲୋକମାନେ ଶୁଭେଚ୍ଛା ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe