Advertisment

ଯଦି ମୋ ସହ ଶୋଇବାକୁ ରାଜି ନହୁଅ...ଜଣେ ୟୁକ୍ରେନ୍‌ ନାବାଳିକାକୁ ଧମକ

କିଭ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଆସୁଥିବା ଗୋଟିଏ ପରେ ଗୋଟିଏ କରୁଣ କାହାଣୀ। ଯାହା ଆପଣଙ୍କୁ ବ୍ୟଥିତ, ବିଚଳିତ ଓ ମର୍ମାହତ କରିଦେବ। ଗୁଳିଗୁଳା, ମିଶାଇଲ ଓ ରକେଟ ମାଡ଼ରେ ଧ୍ୱଂଶବିଧ୍ୱସ୍ତ ହେବା ପରେ ୟୁକ୍ରେନ୍‌ରେ ରୁଷ କରୁଛି ଜଙ୍ଗଲ ରାଜ। ଅସହାୟ ଓ ବିବସ ହୋଇ ପଡ଼ିଥିବା ଝିଅ ବହୂମାନଙ୍କର ଚାଲିଛି ଖୁଲମଖୋଲା ଜ୍ଜତ ଲୁଟ୍‌। ପାଶବିକ ଅତ୍ୟାଚାରର ସୀମା ଲଂଘିଛନ୍ତି ରୁଷ ସୈନ୍ୟ । ଏବେ ସେମିତି ଏକ ହୃଦୟ ବିଦାରକ ଭଳି ଖବର ଆସିଛି। […]

ଅଦ୍ୟତନ ହୋଇଛି
ଯଦି ମୋ ସହ ଶୋଇବାକୁ ରାଜି ନହୁଅ...ଜଣେ ୟୁକ୍ରେନ୍‌ ନାବାଳିକାକୁ ଧମକ

ppp

Advertisment

କିଭ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଆସୁଥିବା ଗୋଟିଏ ପରେ ଗୋଟିଏ କରୁଣ କାହାଣୀ। ଯାହା ଆପଣଙ୍କୁ ବ୍ୟଥିତ, ବିଚଳିତ ଓ ମର୍ମାହତ କରିଦେବ। ଗୁଳିଗୁଳା, ମିଶାଇଲ ଓ ରକେଟ ମାଡ଼ରେ ଧ୍ୱଂଶବିଧ୍ୱସ୍ତ ହେବା ପରେ ୟୁକ୍ରେନ୍‌ରେ ରୁଷ କରୁଛି ଜଙ୍ଗଲ ରାଜ। ଅସହାୟ ଓ ବିବସ ହୋଇ ପଡ଼ିଥିବା ଝିଅ ବହୂମାନଙ୍କର ଚାଲିଛି ଖୁଲମଖୋଲା ଜ୍ଜତ ଲୁଟ୍‌। ପାଶବିକ ଅତ୍ୟାଚାରର ସୀମା ଲଂଘିଛନ୍ତି ରୁଷ ସୈନ୍ୟ । ଏବେ ସେମିତି ଏକ ହୃଦୟ ବିଦାରକ ଭଳି ଖବର ଆସିଛି। ଜଣେ ୧୬ ବର୍ଷୀୟ ଗର୍ଭବତୀ ନାବାଳିକାକୁ ଦୁଷ୍କର୍ମ ପୂର୍ବରୁ ସଂଘାତିକ ଧମକ ଦେଇଥିଲେ।

Advertisment

ତାହା ହେଉଛି- ଯଦି ମୋ ସହିତ ଶୋଇବାକୁ ରାଜି ନହୁଅ ତେବେ ୨୦ ଜଣ ପୁରୁଷଙ୍କୁ ଡାକି ରେପ୍‌ କରିବି। ୟୁକ୍ରେନ୍‌ର ଖେରସନ୍‌ର ସମ୍ପୃକ୍ତ ୧୬ ବର୍ଷୀୟ ନାବଳିକା ଏହି ଅଭିଯୋଗ ଆଣିଛନ୍ତି। ଏମିତି ଧମକ ଦେଇ ସୈନ୍ୟ ଜଣକ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ବେଳେ ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିଲେ।  ଅନ୍ତର୍ଜାତୀୟ ଗଣମାଧ୍ୟମ ସିଏନନ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଘନ ଘନ ବୋମା ବର୍ଷଣରୁ ରକ୍ଷା ପାଇବା ପାଇଁ ପୀଡ଼ିତାଙ୍କ ପରିବାର  ସେମାନଙ୍କ ଘରେ ଏକ ବେସମେଣ୍ଟରେ ଆଶ୍ରୟ ନେଇଥିଲେ। ପରିବାର କହିଲେ ୨ ଜଣ ଭଉଣୀ ଏବଂ ତାଙ୍କ ମାଆ । ଏହି ସମୟରେ ସେଇ ରୁଷ ସୈନ୍ୟ ଜଣକ ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚିଥିଲେ ।  ପ୍ରଥମେ ସୈନ୍ୟ ଜଣଙ୍କ ପୀଡ଼ିତାଙ୍କ ମାଙ୍କୁ ଡାକିଥିଲେ।

କିନ୍ତୁ ତାଙ୍କୁ ଶୀଘ୍ର ଛାଡ଼ି ଦେଇଥିଲେ। ଯେତେବେଳେ ପୀଡ଼ିତା ଜଣକ ତାଙ୍କ ପାଖରେ ପହଞ୍ଚିଲେ ରୁଷ ସୈନ୍ୟ ଜଣକ ତାଙ୍କୁ ଡ୍ରେସ ଖୋଲିବ ପାଇଁ ବାଧ୍ୟ କରିଥିଲେ। ଏଥରେ ସେ ରାଜି ନହେବାରୁ ବଡ଼ ଜୋରରେ ଚିତ୍କାର କରିଥିଲେ ରୁଷ ସୈନ୍ୟ। ଧମକ ଦେଇ କହିଥିଲେ ଯଦି ମୋ ସହିତ ଶୋଇବାକୁ ରାଜି ନହୁଅ ତେବେ ମୁଁ ୨୦ ଜଣ ପରୁଷଙ୍କୁ ଆଣି ରେପ୍‌ କରିବି।  ପୀଡ଼ିତା ଜଣକ ତାଙ୍କ କବଳରୁ ଖସିଆସିବା ପାଇଁ ଚେଷ୍ଟା କରିଥିଲେ। । ହେଲେ ରୁଷ ସୈନ୍ୟ ଜଣକ ହତ୍ୟା ଧମକ ଦେଇ ତାଙ୍କୁ ରେପ୍ କରଥିଲେ।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe