Advertisment

ବିଦ୍ୟୁତ ଖୁଣ୍ଟରେ ଧକ୍କା ହେଲା ବିମାନ, ଅନ୍ଧାରରେ ୯୦ ହଜାର ଲୋକ

ୱାଶିଂଟନ୍‌: ବିଦ୍ୟୁତଖୁଣ୍ଟରେ ଧକ୍କା ହେଲା ବିମାନ। ଫଳରେ ହଜାର ହଜାର ଘରର ବିଦ୍ୟୁତ ସରବରହାର ବନ୍ଦ ରହିଛି । ଆମେରିକାର ମୋଣ୍ଟଗୋମରୀ କାଉଣ୍ଟି ଠାରେ ଏହି ବିମାନ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରବିବାର ରାତିରେ ଏକ ଛୋଟ ବିମାନ ଆମେରିକାର ପୂର୍ବ-ଦକ୍ଷିଣ କ୍ଷେତ୍ର ମଣ୍ଟଗୋମେରୀ କାଉଣ୍ଟ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ତେବେ ଉଡାଣ ଭରିବାର ମାତ୍ର କିଛି ସମୟ ଭିତରେ ବିମାନ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା। ଉଚ୍ଚ କ୍ଷମତା […]

ବିଦ୍ୟୁତ ଖୁଣ୍ଟରେ ଧକ୍କା ହେଲା ବିମାନ, ଅନ୍ଧାରରେ ୯୦ ହଜାର ଲୋକ

Plane crash

Advertisment

ୱାଶିଂଟନ୍‌: ବିଦ୍ୟୁତଖୁଣ୍ଟରେ ଧକ୍କା ହେଲା ବିମାନ। ଫଳରେ ହଜାର ହଜାର ଘରର ବିଦ୍ୟୁତ ସରବରହାର ବନ୍ଦ ରହିଛି । ଆମେରିକାର ମୋଣ୍ଟଗୋମରୀ କାଉଣ୍ଟି ଠାରେ ଏହି ବିମାନ ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ରବିବାର ରାତିରେ ଏକ ଛୋଟ ବିମାନ ଆମେରିକାର ପୂର୍ବ-ଦକ୍ଷିଣ କ୍ଷେତ୍ର ମଣ୍ଟଗୋମେରୀ କାଉଣ୍ଟ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ତେବେ ଉଡାଣ ଭରିବାର ମାତ୍ର କିଛି ସମୟ ଭିତରେ ବିମାନ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା। ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ତାରରେ ଲାଗି ବିମାନ ଖସିପଡ଼ିଥିଲା। ଏଥିରେ କେହି ମୃତାହତ ହୋଇନଥିବା ବେଳେ ବିମାନ ଭିତରେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ବିଜୁଳି ତାର ଛିଡିବା ଫଳରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ମୋଣ୍ଟଗୋମରୀ ଠାରେ ପାଖାପାଖି ୯୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି। ଏହାର ପ୍ରଭାବରେ ଅନ୍ୟ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସେବା ବନ୍ଦ ରହିଛି। ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ପାଗ ଖରାପ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe