Advertisment

ରୁଷ ସୈନ୍ୟଙ୍କୁ ଗାଳି ଦେଇଥିବା ୧୩ ୟୁକ୍ରେନ ଯବାନ ଜୀବିତ

ମସ୍କୋ: ୟୁକ୍ରେନର ୧୩ ଜଣ ଯବାନ ରୁଷ ହମଲାରେ ପ୍ରାଣ ହରାଇ ନାହାନ୍ତି। ସେମାନେ ଏବେ ବି ଜୀବିତ ଅଛନ୍ତି ଓ ରୁଷ ସେମାନଙ୍କୁ ପଣବନ୍ଦୀ କରି ରଖିଛି। ପୂର୍ବରୁ ଏମାନେ ଆତ୍ମସମର୍ପଣ କରିବାକୁ ମନା କରିବାରୁ ରୁଷ ସୈନ୍ୟମାନେ ସମସ୍ତଙ୍କୁ ହତ୍ୟା କରିଥିବା ଖବର ମିଳିଥିଲା। ହେଲେ ସେମାନେ ଆତ୍ମସମର୍ପଣ ନ କରିବାରୁ ସମସ୍ତଙ୍କୁ ଜୀବିତ ଅବସ୍ଥାରେ ରୁଷ ସେନା ବନ୍ଦୀ ବନାଇଥିବା ୟୁକ୍ରେନ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଓଡେଶା ରିଜନର ସ୍ନେକ ଦ୍ୱୀପରେ […]

ରୁଷ ସୈନ୍ୟଙ୍କୁ ଗାଳି ଦେଇଥିବା ୧୩ ୟୁକ୍ରେନ ଯବାନ ଜୀବିତ

Ukraine

Advertisment

ମସ୍କୋ: ୟୁକ୍ରେନର ୧୩ ଜଣ ଯବାନ ରୁଷ ହମଲାରେ ପ୍ରାଣ ହରାଇ ନାହାନ୍ତି। ସେମାନେ ଏବେ ବି ଜୀବିତ ଅଛନ୍ତି ଓ ରୁଷ ସେମାନଙ୍କୁ ପଣବନ୍ଦୀ କରି ରଖିଛି। ପୂର୍ବରୁ ଏମାନେ ଆତ୍ମସମର୍ପଣ କରିବାକୁ ମନା କରିବାରୁ ରୁଷ ସୈନ୍ୟମାନେ ସମସ୍ତଙ୍କୁ ହତ୍ୟା କରିଥିବା ଖବର ମିଳିଥିଲା।

Advertisment

ହେଲେ ସେମାନେ ଆତ୍ମସମର୍ପଣ ନ କରିବାରୁ ସମସ୍ତଙ୍କୁ ଜୀବିତ ଅବସ୍ଥାରେ ରୁଷ ସେନା ବନ୍ଦୀ ବନାଇଥିବା ୟୁକ୍ରେନ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଓଡେଶା ରିଜନର ସ୍ନେକ ଦ୍ୱୀପରେ ୟୁକ୍ରେନ ସେନାର ଏହି ୧୩ ଜଣିଆ ଦଳ ମୁତୟନ ହୋଇଥିଲେ। ରୁଷ ଯବାନମାନେ ଓଡେଶା ଉପରେ ଘନଘନ ବୋମା ବର୍ଷଣ କରୁଥିବା ବେଳେ ସେମାନେ ଦ୍ୱୀପର ସୁରକ୍ଷା କାମରେ ଲାଗିଥିଲେ।

ଏହି ସମୟରେ ଅର୍ଥାତ ଫେବୃଆରୀ ୨୫ରେ ରୁଷ ଯୁଦ୍ଧ ଜାହାଜ ସେମାନଙ୍କ ଆଡ଼କୁ ଆସିଥିଲା। ଜାହାଜରେ ବସିଥିବା ନାବିକ ରେଡିଓ ଜରିଆରେ “ଏହା ରୁଷର ଯୁଦ୍ଧ ଜାହାଜ। ସମସ୍ତେ ନିଜ ନିଜର ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କର। ଏହାଦ୍ୱାରା ରକ୍ତପାତ ଓ ମୃତାହତ ଭଳି ଘଟଣା ଘଟିବନି। ଯଦି ଆତ୍ମସମର୍ପଣ କରିବନି, ତା’ହେଲେ ବୋମା ମାଡ଼ରେ ଉଡ଼ାଇ ଦିଆଯିବ।”

Advertisment

ଏପରି ଧମକରେ ୟୁକ୍ରେନ ସୈନ୍ୟମାନେ ଡରି ନଥିଲେ। ସେମାନେ ଅସଭ୍ୟ ଭାଷାରେ ରୁଷ ୱାର ଶିପ ଓ ଏଥିରେ ଥିବା ଯବାନମାନଙ୍କୁ ତୁରନ୍ତ ଫେରି ଯିବାକୁ କହିଥିଲେ। ବାସ୍‌ ଏହି କଥା ସରିବା କ୍ଷଣି ୟୁକ୍ରେନ ସୈନ୍ୟ ରହିଥିବା ସ୍ଥାନରେ ଆକାଶ ପଥରୁ ବୋମା ମାଡ଼ ହୋଇଥିଲା।

ଫଳରେ ସମସ୍ତ ୧୩ ଯବାନ ପ୍ରାଣ ହରାଇଥିଲେ ବୋଲି ୟୁକ୍ରେନ ସରକାର କହିଥିଲେ। ହେଲେ ଏବେ ନୌସେନା ପକ୍ଷରୁ ୧୩ ଯବାନଙ୍କୁ ରୁଷ ଜୀବିତ ଅବସ୍ଥାରେ ଗିରଫ କରିଥିବା କହିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe