Advertisment

ଆତ୍ମଘାତୀ ବିସ୍ଫୋରଣ, ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଆତ୍ମଘାତୀ ବିସ୍ଫୋରଣରେ ଦୋହଲିଲା ସୋମାଲିଆର ରାଜଧାନୀ। ଦୁଇଟି ପୃଥକ ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଏନେଇ ସେଠାକାର ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ ସ୍ପଷ୍ଟ କରିଛନ୍ତି। ଏଥସହ ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ସୋମାଲିଆର ଶିକ୍ଷା ମନ୍ତ୍ରାଳୟର କୋଠାକୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣ ପାଇଁ ଇସ୍‌ଲାମିକ୍ କଟ୍ଟରପନ୍ଥୀ ଗ୍ରୁପ ଅଲ୍‌-ଶାବାବକୁ ଦାୟୀ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆତ୍ମଘାତୀ ବିସ୍ଫୋରଣ, ୧୦୦ରୁ ଅଧିକ ମୃତ

somalia-bomb-blast

ନୂଆଦିଲ୍ଲୀ: ଆତ୍ମଘାତୀ ବିସ୍ଫୋରଣରେ ଦୋହଲିଲା ସୋମାଲିଆର ରାଜଧାନୀ। ଦୁଇଟି ପୃଥକ ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଏନେଇ ସେଠାକାର ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ ସ୍ପଷ୍ଟ କରିଛନ୍ତି। ଏଥସହ ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

Advertisment

ମିଡିଆ ରିପୋର୍ଟ ଅନୁସାରେ, ସୋମାଲିଆର ଶିକ୍ଷା ମନ୍ତ୍ରାଳୟର କୋଠାକୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣ ପାଇଁ ଇସ୍‌ଲାମିକ୍ କଟ୍ଟରପନ୍ଥୀ ଗ୍ରୁପ ଅଲ୍‌-ଶାବାବକୁ ଦାୟୀ କରାଯାଇଛି।

ସ୍ଥାନୀୟ ପୁଲିସର କହିବା ମୁତାବକ, ଅଲ-ଶାବାବ ଆତଙ୍କବାଦୀମାନେ ଶନିବାର ମଧ୍ୟାହ୍ଣରେ ଛୋଟ ପିଲା, ମହିଳା ଓ ବୟସ୍କ ସମେତ ଅନେକ ନାଗରିକଙ୍କୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ସାମ୍ବାଦିକଙ୍କ ସମେତ ଅନେକଙ୍କ ମୃତ୍ୟୁ ହୋଇଛି। ଦୁଇଟି ବିସ୍ଫୋରଣ ମଧ୍ୟରେ କେବଳ କିଛି ମିନିଟ୍‌ର ଅନ୍ତର ଥିବା କୁହାଯାଉଛି।

Advertisment

ବିସ୍ଫୋରଣ ପରେ ସୋମାଲିଆର ଆକାଶରେ ଧୂଆଁର କଳାବାଦଲ ଛାଇ ଯାଇଥିଲା। ସେପଟେ ଆଖପାଖର ବିଲ୍ଡିଂଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣ ପଛରେ ଥିବା ଉଗ୍ରବାଦୀ ଗୋଷ୍ଠୀ ଅଲ-ଶାବାବ ସୋମାଲି ସରକାରଙ୍କ ବିରୋଧରେ ଏକ ହିଂସାତ୍ମକ, ସଶସ୍ତ୍ର ଯୁଦ୍ଧ ଲଢୁଛି। ଉଗ୍ରବାଦୀ ଗୋଷ୍ଠୀ ମାରାତ୍ମକ ଆକ୍ରମଣ ଜାରି ରଖିଛି।