Advertisment

ମହିଳାଙ୍କୁ ମିଳିବ ଏକାଧିକ ସ୍ୱାମୀ ରଖିବାର ଅଧିକାର! ଆରମ୍ଭ ହେଲା ବିତର୍କ

ଜୋହାନ୍ସବର୍ଗ: ମହିଳାଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ଦେବା ସପକ୍ଷରେ ଦକ୍ଷିଣ ଆଫ୍ରିକା ସରକାର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବକୁ ନେଇ ପୂରା ଦେଶଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିତର୍କ ଆରମ୍ଭ ହୋଇଛି। ଏପରି ପ୍ରସ୍ତାବ ଗ୍ରହଣୀୟ କି ନୁହେଁ, ତା’କୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ବିଶ୍ୱର ଅନ୍ୟତମ ଉଦାର ସମ୍ବିଧାନରେ ବିଶ୍ୱାସ ରଖୁଥିବା ଦେଶ। ପୂର୍ବରୁ ଦେଶରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇଥିଲା। ସେହିପରି ପୁରୁଷମାନେ ଏକାଧିକ […]

ଅଦ୍ୟତନ ହୋଇଛି
ମହିଳାଙ୍କୁ ମିଳିବ ଏକାଧିକ ସ୍ୱାମୀ ରଖିବାର ଅଧିକାର! ଆରମ୍ଭ ହେଲା ବିତର୍କ

South-Africa

Advertisment

ଜୋହାନ୍ସବର୍ଗ: ମହିଳାଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ଦେବା ସପକ୍ଷରେ ଦକ୍ଷିଣ ଆଫ୍ରିକା ସରକାର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବକୁ ନେଇ ପୂରା ଦେଶଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିତର୍କ ଆରମ୍ଭ ହୋଇଛି। ଏପରି ପ୍ରସ୍ତାବ ଗ୍ରହଣୀୟ କି ନୁହେଁ, ତା’କୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି।

Advertisment

ଦକ୍ଷିଣ ଆଫ୍ରିକା ବିଶ୍ୱର ଅନ୍ୟତମ ଉଦାର ସମ୍ବିଧାନରେ ବିଶ୍ୱାସ ରଖୁଥିବା ଦେଶ। ପୂର୍ବରୁ ଦେଶରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇଥିଲା। ସେହିପରି ପୁରୁଷମାନେ ଏକାଧିକ ସ୍ତ୍ରୀଙ୍କୁ ରଖିପାରିବେ ବୋଲି ଦେଶରେ ଆଇନଗତ ଅଧିକାର ମିଳିଛି। ଏବେ ଲିଙ୍ଗଗତ ଅଧିକାର ଉପରେ କାମ କରୁଥିବା ସ୍ୱେଚ୍ଛାସେବୀମାନେ ମହିଳାଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ଦେବାକୁ ଦାବି କରିଛନ୍ତି। ଏହାକୁ ଆଇନର ମାନ୍ୟତା ଦେବାକୁ ସେମାନେ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି। ସମାନତା ଓ ଇଚ୍ଛାର ଅଧିକାର ଆଧାରରେ ସେମାନେ ମହିଳାଙ୍କ ପାଇଁ ଏକାଧିକ ସ୍ୱାମୀ ରଖିବାରୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଛନ୍ତି।

ସରକାର ଏହି ପ୍ରସ୍ତାବ ପରେ ବିବାହ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ଦେବା ପ୍ରକ୍ରିୟାକୁ ଦକ୍ଷିଣ ଆଫ୍ରିକା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଗକୁ ନେଇଛି। ଏଥିପାଇଁ ଗୋଟିଏ ଗ୍ରୀନ ପେପର ଜାରି କରାରଯାଇଛି। ଏଥିରେ ମହିଳାଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାରକୁ ଆଇନଗତ ମାନ୍ୟତା ମିଳିବା ସପକ୍ଷରେ ପ୍ରସ୍ତାବ ରଖାଯାଇଛି।

Advertisment

ତେବେ କିଛି ଧାର୍ମିକ ସଂଗଠନ ଓ ରାଜନୀତିକ ଦଳର ନେତା ଏହାକୁ ବିରୋଧ କରିଛନ୍ତି। ଦେଶର ବିଭିନ୍ନ ଟିଭି ବିତର୍କରେ ଭାଗ ନେଉଥିବା ମୁସା ମେସେଲକୁ ନାମକ ଜଣେ ବ୍ୟକ୍ତି ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ମୁସାଙ୍କ ୪ ଜଣ ପତ୍ନୀ ଅଛନ୍ତି। ହେଲେ ସେ ମହିଳାଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ଦେବା ପ୍ରସ୍ତାବକୁ ବିରୋଧ କରିଛନ୍ତି।

ସେ କହିଛନ୍ତି, ଏହି ବ୍ୟବସ୍ଥା ଦକ୍ଷିଣ ଆଫ୍ରିକାରର ସଂସ୍କୃତିକୁ ଧ୍ୱଂସ କରିଦେବ। ଏପରି ଲୋକଙ୍କ ପିଲାମାନଙ୍କ ଅବସ୍ଥା କ’ଣ ହେବ? ସେମାନେ କେମିତି ନିଜର ପରିଚୟ ହାସଲ କରିବେ? ବର୍ତ୍ତମାନ ସମୟରେ ମହିଳାମାନେ କେବେ ହେଲେ ପୁରୁଷମାନଙ୍କ ଭୂମିକା ବା ଦାୟିତ୍ୱ ନେଇପାରିବେ ନାହିଁ। କ’ଣ ମହିଳାଙ୍କ ସାଙ୍ଗିଆ ଏବେ ପୁରୁଷମାନଙ୍କ ନାଁରେ ଲାଗିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଫ୍ରିକାନ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ପାର୍ଟି ଓ ଇସଲାମିକ ଅଲ ଜାମା ପାର୍ଟି ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି।

South Africa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe