Advertisment

ଯନ୍ତ୍ରଣା ବଖାଣିଲା ଦକ୍ଷିଣ ଆଫ୍ରିକା, ଭାରିଏଣ୍ଟ ଚିହ୍ନଟ କରି ଶାସ୍ତି ପାଉଛି

ଜୋହାନସ୍‌ବର୍ଗ: ସାମ୍ନାକୁ ଆସିଛି କରୋନା ନୂଆ ରୂପ। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଏହି ଭାରିଏଣ୍ଟକୁ ଦକ୍ଷିଣ ଆଫ୍ରିକା ଆଗୁଆ ଚିହ୍ନଟ କରିଛି। ତେବେ ଭାରିଏଣ୍ଟ ଚିହ୍ନଟ କରି ଏବେ ଫସିଛି ଦକ୍ଷିଣ ଆଫ୍ରିକା। ତାକୁ ମିଳିଛି ଶାସ୍ତି। ସେ ଶାସ୍ତି ପାଉଥିବା ନେଇ ସେଠାକାର ସରକାର ଯନ୍ତ୍ରଣା ବଖାଣିଛନ୍ତି। କରୋନାର ନୂଆ ଭାରିଏଣ୍ଟ ଅଧିକ ସଂକ୍ରାମକ। ଏହା ଦ୍ରୁତ ଗତିରେ ବ୍ୟାପିବା ସମ୍ଭାବନା ଥିବାରୁ ବିଶ୍ୱର ବିଭିନ୍ନ ଦେଶ ଦକ୍ଷିଣ […]

ଅଦ୍ୟତନ ହୋଇଛି
ଯନ୍ତ୍ରଣା ବଖାଣିଲା ଦକ୍ଷିଣ ଆଫ୍ରିକା, ଭାରିଏଣ୍ଟ ଚିହ୍ନଟ କରି ଶାସ୍ତି ପାଉଛି

SOUTH Africa

Advertisment

ଜୋହାନସ୍‌ବର୍ଗ: ସାମ୍ନାକୁ ଆସିଛି କରୋନା ନୂଆ ରୂପ। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଏହି ଭାରିଏଣ୍ଟକୁ ଦକ୍ଷିଣ ଆଫ୍ରିକା ଆଗୁଆ ଚିହ୍ନଟ କରିଛି। ତେବେ ଭାରିଏଣ୍ଟ ଚିହ୍ନଟ କରି ଏବେ ଫସିଛି ଦକ୍ଷିଣ ଆଫ୍ରିକା। ତାକୁ ମିଳିଛି ଶାସ୍ତି। ସେ ଶାସ୍ତି ପାଉଥିବା ନେଇ ସେଠାକାର ସରକାର ଯନ୍ତ୍ରଣା ବଖାଣିଛନ୍ତି।

Advertisment

କରୋନାର ନୂଆ ଭାରିଏଣ୍ଟ ଅଧିକ ସଂକ୍ରାମକ। ଏହା ଦ୍ରୁତ ଗତିରେ ବ୍ୟାପିବା ସମ୍ଭାବନା ଥିବାରୁ ବିଶ୍ୱର ବିଭିନ୍ନ ଦେଶ ଦକ୍ଷିଣ ଆଫ୍ରିକା ଉପରେ କଟକଣା ଲଗାଇଛନ୍ତି। ସେଠାକୁ ଗମନାଗମନ ଉପରେ ଜାରି ହୋଇଛି କଟକଣା। ସେଠାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କିଛି ଦେଶ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ କରିଛନ୍ତି। ଏଭଳି କଟକଣା ଲାଗୁ ହେବା ପରେ ଦକ୍ଷିଣ ଆଫ୍ରିକା ନିଜ ଯନ୍ତ୍ରଣା ବଖାଣିଛି।

କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟ ପାଇଁ ତାଙ୍କୁ 'ଦଣ୍ଡ' ମିଳୁଛି ବୋଲି ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି। ଯାତ୍ରା ପ୍ରତିବନ୍ଧକ ଲଗାଇବା ଏକ ଶାସ୍ତି ସହ ସମାନ।  ଉତ୍ତମ ବିଜ୍ଞାନକୁ ପ୍ରଶଂସା କରାଯିବା ଉଚିତ, ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସେଠାକାର ବୈଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ନାଲେଦି ପ‌ନ୍ଦୋର ମଧ୍ୟ କଟକଣା ଜାରି କରିଥିବା ଇଂଲଣ୍ଡ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନିଜ ନିଜର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ। ଏଥିପାଇଁ ବିଭିନ୍ନ ଦେଶର ଅଧିକାରକୁ ଆମେ ସମ୍ମାନ ପ୍ରଦର୍ଶନ କରୁଛୁ। କିନ୍ତୁ, ଆମେ ମନେରଖିବା ଉଚିତ ଯେ, ମହାମାରୀ ଦମନ ସହଯୋଗ ଓ ପାରଦର୍ଶୀତା ଆଦାନପ୍ରଦାନ ଆବଶ୍ୟକ କରେ। ଏଭଳି କଟକଣା ଜନସାଧାରଣଙ୍କ ପରିବାର, ଗମନାଗମନ, ପର୍ଯ୍ୟଟନ ଶିଳ୍ପ ଓ ବାଣିଜ୍ୟକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି।

ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ Covid-19 ର ଏକ ନୂଆ ଭାରିଏଣ୍ଟ B.1.1529 ମିଳିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଏହାକୁ ଓମିକ୍ରନ୍‌ ନାଁ ଦେଇ 'ଭାରିଆଣ୍ଟ ଅଫ୍ କନ୍ସର୍ନ' ଶ୍ରେଣୀରେ ରଖିଛି। ଏପର୍ଯ୍ୟନ୍ତ ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ନୂତନ ଭାରିଏଣ୍ଟ କରୋନାର ଅନ୍ୟ ଭାରିଏଣ୍ଟ  ଅପେକ୍ଷା ଅଧିକ ସଂକ୍ରାମକ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe