Advertisment

କରଜରେ ବୁଡିଛି ଏହି ଦେଶ, କାଗଜ ଅଭାବରୁ ବାତିଲ ହେଲା ପରୀକ୍ଷା

କଲମ୍ବୋ: ଘନେଇବାରେ ଲାଗିଛି ଘୋର ଆର୍ଥିକ ସଙ୍କଟ। କରଜରେ ବୁଡିଛି ଦେଶ। ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ଏବେ କାଗଜ କିଣିବାକୁ ମଧ୍ୟ ଟଙ୍କା ନାହିଁ। ଫଳରେ ଦେଶର ବିଦ୍ୟାଳୟମାନଙ୍କରେ ହେବାକୁ ଥିବା ପରୀକ୍ଷା ବାତିଲ କରିଛନ୍ତି ଶ୍ରୀଲଙ୍କା ସରକାର। ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ। ପଡୋଶୀ ଦେଶ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। ଦେଶରେ ପେପର କିଣିବାକୁ ମଧ୍ୟ ଅର୍ଥ ନାହିଁ । ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷା ରଦ୍ଦ […]

ମ୍ୟାଟ୍ରିକ ପରୀକ୍ଷା- ମାର୍କ ଚିନ୍ତା ଚମତ୍କାର!

Exam

Advertisment

କଲମ୍ବୋ: ଘନେଇବାରେ ଲାଗିଛି ଘୋର ଆର୍ଥିକ ସଙ୍କଟ। କରଜରେ ବୁଡିଛି ଦେଶ। ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ଏବେ କାଗଜ କିଣିବାକୁ ମଧ୍ୟ ଟଙ୍କା ନାହିଁ। ଫଳରେ ଦେଶର ବିଦ୍ୟାଳୟମାନଙ୍କରେ ହେବାକୁ ଥିବା ପରୀକ୍ଷା ବାତିଲ କରିଛନ୍ତି ଶ୍ରୀଲଙ୍କା ସରକାର। ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ।

Advertisment

ପଡୋଶୀ ଦେଶ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। ଦେଶରେ ପେପର କିଣିବାକୁ ମଧ୍ୟ ଅର୍ଥ ନାହିଁ । ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷା ରଦ୍ଦ କରାଯାଇଛ। ଅଧିକାରୀଙ୍କ କହିବା ମୁତାବକ, ବାହାରୁ ପେପର୍ ଆମଦାନୀ କରିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଟଙ୍କା ନାହିଁ। ଶିକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ମାର୍ଚ୍ଚ ୨୧ ତାରିଖରେ ସ୍କୁଲ ଛାତ୍ରଛାତ୍ରୀଙ୍କର ଟର୍ମ ପରୀକ୍ଷା ହେବାର ଥିଲା। କିନ୍ତୁ ଦେଶରେ କାଗଜର ଘୋର ଅଭାବ ଯୋଗୁଁ ପରୀକ୍ଷାକୁ ଅନିଶ୍ଚିତ କାଳ ପାଇଁ ରଦ୍ଦ କରି ଦିଆଯାଇଛି। ଏନେଇ ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

EXPLAINED | Sri Lanka's Unprecedented Economic Crisis — What We Know So Far

ଶିକ୍ଷା କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, କାଗଜର ଉତ୍କଟ ଅଭାବ ହେତୁ ସୋମବାରଠାରୁ ସପ୍ତାହେ ବ୍ୟାପୀ ହେବାକୁ ଥିବା ‘ଟର୍ମ ଟେଷ୍ଟ୍‌’କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଛି। ୧୯୪୮ ମସିହାରେ ସ୍ୱାଧୀନ ହେବା ପରଠାରୁ ଶ୍ରୀଲଙ୍କାରେ ଅର୍ଥନୈତିକ ଅବସ୍ଥା ବଡ଼ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି।

Advertisment

ଦେଶର ପଶ୍ଚିମ ପ୍ରାନ୍ତ ଶିକ୍ଷା ଅଧିକାରୀଙ୍କ କହିବା ମୁତାବକ, ଦେଶରେ ବିଦେଶୀ ମୁଦ୍ରା ନାହିଁ। ଫଳରେ ପେପର ଓ କାଳି ବାହାରୁ ଆମଦାନୀ କରି ହେଉନାହିଁ। ଯେଉଁଥିପାଇଁ ଅଧିକାଂଶ ସ୍କୁଲର ପ୍ରିନ୍ସିପାଲ ପରୀକ୍ଷା ଆୟୋଜନ କରିପାରୁନାହାଁନ୍ତି। ଏହି କାରଣରୁ ସମଗ୍ର ଶ୍ରୀଲଙ୍କାରେ ଥିବା ୪.୫ ନିୟୁତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଦୁଇତୃତୀୟାଂଶ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।

କେବଳ କାଗଜ ନୁହେଁ ବିଦେଶୀ ମୁଦ୍ରାର ଅଭାବ ଯୋଗୁଁ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଆମଦାନୀ କରି ପାରୁନାହାଁନ୍ତି ଶ୍ରୀଲଙ୍କା ସରକାର। ଶ୍ରୀଲଙ୍କାର ସବୁଠୁ ବଡ ମହାଜନ ସାଜିଥିବା ଚୀନକୁ ଆର୍ଥିକ ସାହାଯ୍ୟ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୁହାରୀ କରିଥିଲେ ବି ଚୀନ ପକ୍ଷରୁ ଏନେଇ କିଛି ବି ପ୍ରତିକ୍ରିୟା ମିଳିନାହିଁ ।

୨୨ ନିୟୁତ ଜନତା ବାସକରୁଥିବା ଏହି ଦେଶର ବୈଦେଶିକ ଋଣ ସଙ୍କଟ ସମାଧାନ ନିମନ୍ତେ ଶ୍ରୀଲଙ୍କା ସରକାର ଆର୍ଥିକ ସହାୟତା ପାଇଁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’କୁ ଅନୁରୋଧ କରିଛନ୍ତି। ଶୁକ୍ରବାର ଦିନ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ ମଧ୍ୟ ସୁନିଶ୍ଚିତ କରି କହିଛି ଯେ, ଆର୍ଥିକ ସହାୟତା ଯୋଗାଇବା ନିମନ୍ତେ ରାଷ୍ଟ୍ରପତି ଗୋତବାୟ ରାଜପକ୍ଷେଙ୍କ ଅନୁରୋଧ ପ୍ରସଙ୍ଗରେ ବିଚାର ଚାଲିଛି।

ଶ୍ରୀଲଙ୍କାକୁ ଅର୍ଥ ଉଧାର ଦେଉଥିବା ଅନ୍ୟତମ ରାଷ୍ଟ୍ର ଚୀନ୍‌କୁ ମଧ୍ୟ ସରକାର ସହାୟତା ମାଗିଛନ୍ତି। କିନ୍ତୁ, ବେଜିଂଠାରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe