Advertisment

ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ। ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଗୋଟାବାୟ ରାଜପକ୍ଷେ ଗତକାଲି ଥାଇଲାଣ୍ଡରୁ ସ୍ୱଦେଶ ଫେରିଛନ୍ତି। ଦୀର୍ଘ ଦୁଇ ମାସ ପରେ ସେ ଶ୍ରୀଲଙ୍କା ଫେରିଥିବା ଜଣାପଡିଛି। ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଭିତରେ ଜୁଲାଇ ମାସରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋଟାବାୟ। ପରେ ସ୍ଥିତି ଅଣାୟତ ହେଉଥିବା ଦେଖି ଜୁଲାଇ ୧୩ ତାରିଖରେ ଗୋଟାବାୟ ପରିବାର ସହ ଦେଶ ଛାଡି ପଳାଇଥିଲେ। ସେହି ସମୟରେ […]

ଅଦ୍ୟତନ ହୋଇଛି
ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି

president-gotabaya-rajapaksa

Advertisment

କଲମ୍ବୋ: ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ। ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଗୋଟାବାୟ ରାଜପକ୍ଷେ ଗତକାଲି ଥାଇଲାଣ୍ଡରୁ ସ୍ୱଦେଶ ଫେରିଛନ୍ତି। ଦୀର୍ଘ ଦୁଇ ମାସ ପରେ ସେ ଶ୍ରୀଲଙ୍କା ଫେରିଥିବା ଜଣାପଡିଛି।

Advertisment

ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଭିତରେ ଜୁଲାଇ ମାସରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋଟାବାୟ। ପରେ ସ୍ଥିତି ଅଣାୟତ ହେଉଥିବା ଦେଖି ଜୁଲାଇ ୧୩ ତାରିଖରେ ଗୋଟାବାୟ ପରିବାର ସହ ଦେଶ ଛାଡି ପଳାଇଥିଲେ। ସେହି ସମୟରେ ବିକ୍ଷୋଭକାରୀମାନେ କଲମ୍ବୋର ରାଷ୍ଟ୍ରପତି ଭବନ ସମେତ ଅନ୍ୟ ସରକାରୀ ବାସଭବନ ଭିତରେ ଧସେଇ ପଶିଥିବା ଦେଖିବାକୁ ମିଳିଥିଲା।

ପରିସ୍ଥିତି ସାମାନ୍ୟ ଶାନ୍ତ ପଡିବା ପରେ ଏବେ ଗୋଟାବାୟ ଶ୍ରୀଲଙ୍କା ଫେରିଛନ୍ତି। କଡା ସୁରକ୍ଷା ଭିତରେ ସେ ଭଣ୍ଟାରନାୟକେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି।

Advertisment

ସୂଚନାନୁସାରେ, ପୂର୍ବତନ ରାଷ୍ଟ୍ରପତି ସିଙ୍ଗାପୁର ଏୟାରଲାଇନ୍ସର ବିମାନରୁ ଫେରିଛନ୍ତି। ତାଙ୍କ କହିବାନୁସାରେ, ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି। ରିପୋର୍ଟ ମୁତାବକ, ଗୋଟାବାୟ ରାଜପେକ୍ଷ ଶ୍ରୀଲଙ୍କାର ବିଜେରାମା ମୱାଥା ନିକଟ ଏକ ସରକାରୀ ବଙ୍ଗଳାରେ ରହିବେ। ଏଥିପାଇଁ ପୂରା ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗୋଟାବାୟ ରାଜପେ୪ ପ୍ରଥମେ ଶ୍ରୀଲଙ୍କା ବାୟୁସେନା ବିମାନ ଜରିଆରେ କଲମ୍ବୋରୁ ମାଲଦୀପ ପଳାୟନ କରିଥିଲେ। ସେଠାରୁ ସେ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରୁ ହିଁ ସେ ଜୁଲାଇ ୧୪ ତାରିଖରେ ନିଜ ଇସ୍ତଫା ପତ୍ର ପଠାଇଥିଲେ। ଏହାପରେ ରାଜପେକ୍ଷ ଅସ୍ଥାୟୀ ଆଶ୍ରୟ ପାଇଁ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe