Advertisment

ଜରୁରୀ ପରିସ୍ଥିତି ପ୍ରତ୍ୟାହାର କଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ଆନ୍ଦୋଳନ ଜାରି

କଲମ୍ବୋ: ସ୍ୱାଧୀନତା ପରେ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହାକୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ସମସ୍ତ ମନ୍ତ୍ରୀ ସାମୁହିକ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ସମସ୍ତଙ୍କ ଟାର୍ଗେଟରେ ରହିଛନ୍ତି। ଏପ୍ରିଲ ୫ରେ ରାଜପକ୍ଷ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ମଧ୍ୟ ହରାଇଛି। ଏସବୁ ଭିତରେ ଏପ୍ରିଲ ୧ରୁ ରାଷ୍ଟ୍ରପତି ରାଜପକ୍ଷ ଦେଶରେ ଲାଗୁ କରିଥିବା ଜରୁରୀ ପରିସ୍ଥିତିକୁ ‌ଏବେ […]

ଜରୁରୀ ପରିସ୍ଥିତି ପ୍ରତ୍ୟାହାର କଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ଆନ୍ଦୋଳନ ଜାରି

Srilanka

Advertisment

କଲମ୍ବୋ: ସ୍ୱାଧୀନତା ପରେ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହାକୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ସମସ୍ତ ମନ୍ତ୍ରୀ ସାମୁହିକ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ସମସ୍ତଙ୍କ ଟାର୍ଗେଟରେ ରହିଛନ୍ତି।

Advertisment

ଏପ୍ରିଲ ୫ରେ ରାଜପକ୍ଷ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ମଧ୍ୟ ହରାଇଛି। ଏସବୁ ଭିତରେ ଏପ୍ରିଲ ୧ରୁ ରାଷ୍ଟ୍ରପତି ରାଜପକ୍ଷ ଦେଶରେ ଲାଗୁ କରିଥିବା ଜରୁରୀ ପରିସ୍ଥିତିକୁ ‌ଏବେ ପ୍ରତ୍ୟାହାର କରିନେଇଛନ୍ତି। ଲୋକଙ୍କ ଆନ୍ଦୋଳନ ଦିନକୁ ଦିନ ବଢ଼ୁଥିବାରୁ ସେ ବାଧ୍ୟ ହୋଇ ନିଜ ନିଷ୍ପତ୍ତିରେ ଏପରି ପରିବର୍ତ୍ତନ କରିଛନ୍ତି। ଏପ୍ରିଲ ୫ ତାରିଖ ମଧ୍ୟରାତ୍ରରୁ ଆଉ ଦେଶରେ ଜରୁରୀ ପରିସ୍ଥିତି କାର୍ଯ୍ୟକାରୀ ହେଉନଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

୪୧ ଜଣ ସାଂସଦ ସମର୍ଥନ ପ୍ରତ୍ୟାହାର କରି ନେଇଥିବାରୁ ସଂସଦରେ ରାଜପକ୍ଷ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ଲୋକଙ୍କ ଆକ୍ରୋଶ ଦେଖି ଏହାପୂର୍ବରୁ ଶ୍ରୀଲଙ୍କାର ସବୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହାପରେ ବିରୋଧୀଙ୍କୁ ସରକାରେ ସାମିଲ ହେବାକୁ ରାଷ୍ଟ୍ରପତି ନିମନ୍ତ୍ରଣ କରିଥିଲେ। କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Advertisment

ଏବେ ଶାସକ ଦଳର ସାଂସଦମାନେ ଦେଶରେ ଅନ୍ତରୀଣ ସରକାର ନିଯୁକ୍ତ କରିବାକୁ ଦାବି କରିଛନ୍ତି। ସେମାନେ ବାଚସ୍ପତିଙ୍କୁ ସବୁ ଦଳର ସଦସ୍ୟଙ୍କ ସହ ଏ ସମ୍ପର୍କରେ କଥାବାର୍ତ୍ତା ହେବାକୁ ପରାମର୍ଶ ଦେଇଛନ୍ତି। ତେବେ ବିରୋଧୀ ସାଂସଦମାନେ କୌଣସି ଅନ୍ତରୀଣ ସରକାରଙ୍କୁ ସମର୍ଥନ କରିବେ ନାହିଁ ଓ ରାଷ୍ଟ୍ରପତି ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। ଏହାକୁ ନେଇ ଶ୍ରୀଲଙ୍କାରେ ରାଜନୀତିକ ଅସ୍ଥିରତା ମଧ୍ୟ ଦେଖିବାକୁ ମିଳିଛି।

ଋଣଭାରରେ ବୁଡ଼ି ରହିଥିବା ଶ୍ରୀଲଙ୍କାରେ ଆମଦାନୀ କରିବାକୁ ବିଦେଶୀ ଅର୍ଥ ନାହିଁ। ଲୋକମାନେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି। ଦେଶରେ ସବୁ ଜିନିଷର ଦରଦାମ ଅନେକ ଗୁଣ ବଢ଼ି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe