Advertisment

କାନ୍ସ ଫେଷ୍ଟିଭାଲରେ ଅର୍ଦ୍ଧନଗ୍ନ ୟୁକ୍ରେନୀୟ ଯୁବତୀଙ୍କ ଚିତ୍କାର: ଆମ ଉପରେ ରେପ୍ ବନ୍ଦ କର

କାନ୍ସ: କ୍ଷୋଭ, ଅସନ୍ତୋଷ ଓ ଆକ୍ରୋଷ। ମାନବିତକାକୁ ଦୋହଲାଇ ଦେଲା ଭଳି  ଦୃଷ୍ୟ କାନ୍ସ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି। ଏଠାରେ ରେଡ୍‌ କାର୍ପେଟରେ  ଜଣେ ଯୁବତୀ ଅର୍ଦ୍ଧନଗ୍ନ ହୋଇ ଦୁଷ୍କର୍ମ ବିରୋଧରେ ନାରା ଦେବା ଚର୍ଚ୍ଚାର ବିଷୟ ପାଲଟିଛି।  ଆମ ଉପରେ ଦୁଷ୍କର୍ମ ବନ୍ଦ କର ନାରା ଦେଇ  ବିକ୍ଷୋଭ ପ୍ରଦର୍ଷନ କରିଥିଲେ ସମ୍ପୃକ୍ତ ଯୁବତୀ। ବିକ୍ଷୋଭ ବେଳେ ନିଜ ଅନାବୃତ ଦେହରେ ୟୁକ୍ରେନୀୟ ପତାକାରେ ଚିତ୍ରିତ କରିଥିଲେ ସମ୍ପୃକ୍ତ ଯୁବତୀ । ୟୁକ୍ରେନ୍‌ରେ ଯୌନ ନିର୍ଯାତନା […]

ଅଦ୍ୟତନ ହୋଇଛି
କାନ୍ସ ଫେଷ୍ଟିଭାଲରେ ଅର୍ଦ୍ଧନଗ୍ନ ୟୁକ୍ରେନୀୟ ଯୁବତୀଙ୍କ ଚିତ୍କାର: ଆମ ଉପରେ ରେପ୍ ବନ୍ଦ କର

cannes

Advertisment

କାନ୍ସ: କ୍ଷୋଭ, ଅସନ୍ତୋଷ ଓ ଆକ୍ରୋଷ। ମାନବିତକାକୁ ଦୋହଲାଇ ଦେଲା ଭଳି  ଦୃଷ୍ୟ କାନ୍ସ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି। ଏଠାରେ ରେଡ୍‌ କାର୍ପେଟରେ  ଜଣେ ଯୁବତୀ ଅର୍ଦ୍ଧନଗ୍ନ ହୋଇ ଦୁଷ୍କର୍ମ ବିରୋଧରେ ନାରା ଦେବା ଚର୍ଚ୍ଚାର ବିଷୟ ପାଲଟିଛି।  ଆମ ଉପରେ ଦୁଷ୍କର୍ମ ବନ୍ଦ କର ନାରା ଦେଇ  ବିକ୍ଷୋଭ ପ୍ରଦର୍ଷନ କରିଥିଲେ ସମ୍ପୃକ୍ତ ଯୁବତୀ। ବିକ୍ଷୋଭ ବେଳେ ନିଜ ଅନାବୃତ ଦେହରେ ୟୁକ୍ରେନୀୟ ପତାକାରେ ଚିତ୍ରିତ କରିଥିଲେ ସମ୍ପୃକ୍ତ ଯୁବତୀ । ୟୁକ୍ରେନ୍‌ରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଭଳି ପାଶବିକ ଅତ୍ୟାଚାରକୁ ବିରୋଧ କରି ସମ୍ପୃକ୍ତ ଯୁବତୀ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।  ଯୁବତୀ ଜଣକ ଅର୍ଦ୍ଧନଗ୍ନ ଅବସ୍ଥାରେ ସର୍ବସମ୍ମୁଖରେ ଏମିତି ନାରା ଦେବା ସମସ୍ତଙ୍କୁ ବିଚଳିତ କରିଛି।

Advertisment

ଘଟଣାସ୍ଥଳରେ ସୁରକ୍ଷା କର୍ମୀମାନେ ପହଞ୍ଚି ଯୁବତୀ ଜଣକଙ୍କୁ କାବୁ କରିନେଇଥିଲେ । ସୁରକ୍ଷା କର୍ମୀମାନେ ସେଠାରୁ ଆସିବା ପୂର୍ବରୁ ଲାଲ୍‌ ରଙ୍ଗରେ ଅଧାପୋଷାକ ପିନ୍ଧିଥିବ ଯୁବତୀ ଜଣକ  ଚିତ୍କାର କରିବା ସହ ଫଟୋଗ୍ରାଫର୍‌ମାନଙ୍କୁ ପୋଜ୍‌ ଦେଇଥିଲେ।  ସୂଚନା ଅନୁଯାୟୀ କାନ୍ସ ଫେଷ୍ଟିଭାଲରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଥିଲେ ଯେ, ଗତ ମାସରେ  ୟୁକ୍ରେନରେ  ଶତାଧିକ ଦୁଷ୍କର୍ମ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ରୁଷ ସୈନ୍ୟମାନେ ପାଶବିକ ଅତ୍ୟାଚାର ଜାରି ରଖିଥିବା ବେଳେ ଶିଶୁ ଏବଂ ନାବାଳିକାମାନେ ମଧ୍ୟ ବାଦ ପଡ଼ୁନାହାନ୍ତି।

ପୂର୍ବତନ କଳାକାର ଜେଲେନସ୍କି କାନ୍ସ ଫେଷ୍ଟିଭାଲରେ ଭାଗ ନେଇ ଏକ ଭିଡିଓ ଜାରି କରି ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଜେଲେନ୍‌ସ୍କି କହିଛନ୍ତି, ପୂର୍ବରୁ ରୁଷ୍‌ ସୈନିକମାନଙ୍କ ଦ୍ୱାରା ଅଧିକୃତ ଅଞ୍ଚଳଗୁଡ଼ିକରେ ଛୋଟ ପିଲାମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ବହୁସଂଖ୍ୟାରେ ଦୁଷ୍କର୍ମ କରାଯାଇଛି । ୟୁକ୍ରେନ୍‌ରେ ଚାଲିଥିବା ଯୌନହିଂସା ବିରୋଧରେ ଉକ୍ତ ଯୁବତୀଜଣକ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ତୁରନ୍ତ କାନ୍‌ସ୍‌ ସୁରକ୍ଷା କର୍ମୀମାନେ ଧାଇଁ ଆସି ତାଙ୍କୁ ଗୋଟାଏ କୋଟ୍‌ରେ ଢାଙ୍କି ସେଠାରୁ ନେଇ ଯାଇଥିଲେ।

Advertisment
Russia-Ukraine War Cannes Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe