Advertisment

ବିମାନରେ ୧୩୦ ସିଟ୍‌, ପଶିଗଲେ ୬୦୦ରୁ ଅଧିକ

କାବୁଲ: କାର୍ଗୋ ବିମାନ ଭିତରେ ପଶିଗଲେ ଶହ ଶହ ଲୋକ। ୧୩୦ ସିଟ୍‌ କ୍ଷମତା ଥିବା ବିମାନରେ ବସିଲେ ୬ଶହରୁ ଅଧିକ। ଯିଏ ଯେଉଁଠି ପାରିଲା ସେଠି ବସିଲା। ପରିସ୍ଥିତି ଏପରି ଯେ ପାଦ ରଖିବାକୁ ମଧ୍ୟ ମିଳିଲାନି ଜାଗା। ଜଣକ ଉପରେ ଜଣେ ଲଦାଲଦି ହୋଇ ବସିଲେ। ଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି କାବୁଲରୁ କତାର ଯାଇଥିବା ଏକ ଆମେରିକୀୟ କାର୍ଗୋ ବିମାନ ଭିତରେ। ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ […]

ଅଦ୍ୟତନ ହୋଇଛି
ବିମାନରେ ୧୩୦ ସିଟ୍‌, ପଶିଗଲେ ୬୦୦ରୁ ଅଧିକ

Afganistan passenger

Advertisment

କାବୁଲ: କାର୍ଗୋ ବିମାନ ଭିତରେ ପଶିଗଲେ ଶହ ଶହ ଲୋକ। ୧୩୦ ସିଟ୍‌ କ୍ଷମତା ଥିବା ବିମାନରେ ବସିଲେ ୬ଶହରୁ ଅଧିକ। ଯିଏ ଯେଉଁଠି ପାରିଲା ସେଠି ବସିଲା। ପରିସ୍ଥିତି ଏପରି ଯେ ପାଦ ରଖିବାକୁ ମଧ୍ୟ ମିଳିଲାନି ଜାଗା। ଜଣକ ଉପରେ ଜଣେ ଲଦାଲଦି ହୋଇ ବସିଲେ। ଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି କାବୁଲରୁ କତାର ଯାଇଥିବା ଏକ ଆମେରିକୀୟ କାର୍ଗୋ ବିମାନ ଭିତରେ। ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ତାଲିବାନ, ଏହି ନାଁ ଏବେ ଆଫଗାନିସ୍ତାନ ନାଗରିକଙ୍କ ମନରେ ଛନକା ସୃଷ୍ଟି କରିଛି। ତାଲିବାନୀ ଶାସନରୁ ବର୍ତ୍ତିବା ପାଇଁ ଚାଲିଛି ସଂଘର୍ଷ। ଯିଏ ଯେମିତି ପାରୁଛି ସେହି ଉପାୟରେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛି।  ତାଲିବାନଙ୍କ କବଳରୁ ନିଜେ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଦେଶକୁ ଦୌଡୁଛନ୍ତି ଲୋକେ। ଏଥିପାଇଁ କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ ଜମୁଛି।

ଆମେରିକା ରକ୍ଷା ଏବଂ ସୁରକ୍ଷା ସମାଚାର ସାଇଟ୍‌ 'ଡିଫେନ୍ସ ୱାନ୍‌'ରୁ ମିଳିଥିବା ସୂଚନା ମୁତାବକ, ରବିବାର ଆମେରିକା C-17 କାର୍ଗୋ ବିମାନ ଭିତରେ ୬୪୦ ଆଫଗାନ ନାଗରିକ ଜଣକ ଉପରେ ଜେଣ ଲଦି ହୋଇ ବସିଥିଲେ। ଫଳରେ ବିମାନ ଭିତରେ ଆଉ ଗୋଡ ରଖିବାକୁ ମଧ୍ୟ ସ୍ଥାନ ମିଳିନଥିଲା। ଆମେରିକା ରକ୍ଷା ଅଧିକାରୀଙ୍କ କହିବା ମୁତାବକ ଏହି ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ସାମିଲ ଥିଳେ। ଏ ସମସ୍ତ ନାଗରିକଙ୍କୁ ରବିବାର କାବୁଲରୁ କତାର ଅଣାଯାଇଛି। ଏତେ ସଂଖ୍ୟକକ ଲୋକଙ୍କୁ ବିମାନରେ ଆଣିବା ସବୁଠାରୁ କଠିନ କାମ ଥିଲା। ଅଧିକାଂଶ ଲୋକ ଭୟରେ C-17ର ଅଧା ଖୋଲା ରହିଥିବା ରାମ୍ପ ଜରିଆରେ ବିମାନ ଭିତରକୁ ପଶି ଆସିଥିଲେ।

Advertisment

ସୋମବାର କାବୁଲ ବିମାନବନ୍ଦରରେ ଦେଶ ଛାଡି ପଳାଉଥିବା ଆଫଗାନିସ୍ତାନ ନାଗରିକଙ୍କ ଅସ୍ଥିରତା ଦେଖିବାକୁ ମିଳିଥିଲା। ଲୋକମାନେ ସାମରିକ ବିମାନ ଉପରେ ଯାତ୍ରୀବାହୀ ବସ୍‌ ଭଳି ଚଢ଼ି ଯାଉଥିବା ନଜର ଆସିଥିଲେ। ଏପରିକି କିଛି ଲୋକେ ବିମାନ ଚକାରେ ଝୁଲି ରହି ଯିବାକୁ ଚେଷ୍ଟା କରିଥିଲେ। ଫଳରେ ଡଉନ୍ତା ବିମାନରୁ ତଳେ ଖସିପଡି ସେମାନଙ୍କ ମୃତ୍ୟୁ ହୋଇଥିଲା।

ତାଲିବାନ ଦେଶର ବିଭିନ୍ନ ସୀମାକୁ କବ୍‌ଜା କରିନେଇଛି। ଏଭଳି ପରିସ୍ଥିତିରେ ଦେଶ ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ଏମକାତ୍ର ରାସ୍ତା ହେଉଛି ଆକାଶ ମାର୍ଗ। ସୋମାବାର ବହୁ ସଂଖ୍ୟାରେ ଆଫଗାନ ନାଗରିକ କାବୁଲ ବିମାନ ବନ୍ଦରରେ ଭିଡ ଜମାଇଥିଲେ। ଫଳରେ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା। ମଙ୍ଗଳବାର ସକାଳେ ପୁଣି ଥରେ ବିମାନ ବନ୍ଦରକୁ ଖୋଲା ଯାଇଛି।

Afganistan Taliban Recapture Afghanistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe