/odisha-reporter/media/post_attachments/uploads/2018/11/blast-explosion-bomb-90.jpg)
bomb-90
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବୁଧବାର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ବିସ୍ଫୋର ଘଟିଛି। ଏଥିରେ ୨୦ ଜଣ ନିହତ ହୋଇଥିବା ସୂଚନା ମିଳିଛି। ତାଲିବାନ ଏବଂ ଚାଇନା ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ବିଦେଶ ମନ୍ତ୍ରାଳୟରେ ଏକ ବୈଠକ ଚାଲିଥିବାବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ତାଲିବାନର କାବୁଲ ସୁରକ୍ଷା ବିଭାଗର ଜଣେ ଅଧିକାରୀ ଖାଲିଦ ଜଦରାନ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଚାଇନେର ଏକ ପ୍ରତିନିଧିମଣ୍ଡଳ ତାଲିବାନ ଅଧିକାରୀମାନଙ୍କ ସହ ଆଲୋଚନା କରୁଥିବାବେଳେ ଏହି ବିସ୍ଫୋରଣ ହୋଇଛି । ତେବେ ଚାଇନାର କୌଣସି ନାଗରିକ ଏଥିରେ ଆହତ ହୋଇଛନ୍ତି କି ନା ତାହା ଜଣାପଡ଼ିନାହିଁ । ଏହା ପୂର୍ବରୁ ମଧ୍ୟ କାବୁଲର ଚାଇନିଜ୍ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
