Advertisment

ତାଲିବାନୀ-ଚାଇନା ଅଧିକାରୀଙ୍କ ବୈଠକରେ ଆତ୍ମଘାତୀ ବିସ୍ଫୋରଣ ! ୨୦ ନିହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବୁଧବାର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ବିସ୍ଫୋର ଘଟିଛି। ଏଥିରେ ୨୦ ଜଣ ନିହତ ହୋଇଥିବା ସୂଚନା ମିଳିଛି। ତାଲିବାନ ଏବଂ ଚାଇନା  ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।   ଏଥିରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ବିଦେଶ ମନ୍ତ୍ରାଳୟରେ ଏକ ବୈଠକ ଚାଲିଥିବାବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା […]

ଦାଦାବଟି ନଦେବାରୁ ବୋମାମାଡ଼

bomb-90

Advertisment

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବୁଧବାର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ବିସ୍ଫୋର ଘଟିଛି। ଏଥିରେ ୨୦ ଜଣ ନିହତ ହୋଇଥିବା ସୂଚନା ମିଳିଛି। ତାଲିବାନ ଏବଂ ଚାଇନା  ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।   ଏଥିରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ବିଦେଶ ମନ୍ତ୍ରାଳୟରେ ଏକ ବୈଠକ ଚାଲିଥିବାବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ତାଲିବାନର କାବୁଲ ସୁରକ୍ଷା ବିଭାଗର ଜଣେ ଅଧିକାରୀ ଖାଲିଦ ଜଦରାନ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି।  ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ଚାଇନେର ଏକ ପ୍ରତିନିଧିମଣ୍ଡଳ ତାଲିବାନ ଅଧିକାରୀମାନଙ୍କ ସହ ଆଲୋଚନା କରୁଥିବାବେଳେ ଏହି ବିସ୍ଫୋରଣ ହୋଇଛି  । ତେବେ ଚାଇନାର  କୌଣସି ନାଗରିକ ଏଥିରେ ଆହତ ହୋଇଛନ୍ତି କି ନା ତାହା ଜଣାପଡ଼ିନାହିଁ । ଏହା ପୂର୍ବରୁ ମଧ୍ୟ କାବୁଲର ଚାଇନିଜ୍ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe