Advertisment

ଆଫଗାନ ଛାଡ଼ି ପାରିବେ ବିଦେଶୀ, ଅନୁମତି ଦେଲା ତାଲିବାନ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ଅସ୍ଥାୟୀ ସରକାର ଗଠନ କରିଥିବା ତାଲିବାନ ଆଜି ବଡ଼ ସୂଚନା ଦେଇଛି। ତାଲିବାନ ଶାସନ ଯୋଗୁ ଆଫଗାନରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ନିଜ ଦେଶକୁ ଯିବାକୁ ଅନୁମତି ଦେବାକୁ ତାଲିବାର ଅସ୍ଥାୟୀ ସରକାର ରାଜି ହୋଥଇଛି। ବିଦେଶୀଙ୍କ ଏୟାରଲିଫ୍ଟକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯାଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଆଫଗାନରେ ଫସି ରହିଥିବା ୨୦୦ରୁ ଅଧିକ ଆମେରିକୀୟ ଓ ଅନ୍ୟ […]

author-image
Hemant Lenka
ଆଫଗାନ ଛାଡ଼ି ପାରିବେ ବିଦେଶୀ, ଅନୁମତି ଦେଲା ତାଲିବାନ

Taliban2

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ଅସ୍ଥାୟୀ ସରକାର ଗଠନ କରିଥିବା ତାଲିବାନ ଆଜି ବଡ଼ ସୂଚନା ଦେଇଛି। ତାଲିବାନ ଶାସନ ଯୋଗୁ ଆଫଗାନରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ନିଜ ଦେଶକୁ ଯିବାକୁ ଅନୁମତି ଦେବାକୁ ତାଲିବାର ଅସ୍ଥାୟୀ ସରକାର ରାଜି ହୋଥଇଛି।

Advertisment

ବିଦେଶୀଙ୍କ ଏୟାରଲିଫ୍ଟକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯାଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଆଫଗାନରେ ଫସି ରହିଥିବା ୨୦୦ରୁ ଅଧିକ ଆମେରିକୀୟ ଓ ଅନ୍ୟ ଦେଶର ନାଗରିକମାନଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ। କାବୁଲରୁ ସମସ୍ତେ ସ୍ୱତନ୍ତ୍ର ବିମାନରେ ନିଜ ନିଜ ଦେଶକୁ ଫେରିବେ। ଏଥିପାଇଁ ଅନୁମତି ଦେବାକୁ ତାଲିବାନ ରାଜି ଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ କାବୁଲ ଏୟାରପୋର୍ଟରୁ ଆସନ୍ତା ୩ ଦିନ ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାର ସୂଚନା ମିଳିଛି। ଏଥିପାଇଁ ବିମାନ ବନ୍ଦରରେ ବୈଷୟିକ କାମ ଚାଲିଛି। ଆମେରିକା ସେନା ଅଗଷ୍ଟ ୩୦ରେ କାବୁଲ ଛାଡ଼ିବା ପରେ ସେଠାରୁ କୌଣସି ବିମାନ ବିଦେଶକୁ ଉଡ଼ିନାହିଁ।

Advertisment

ତେଣୁ ଖୁବଶୀଘ୍ର ବିଦେଶକୁ ପ୍ରଥମ ବିମାନ ଉଡ଼ାଣ ଭରିବ ବୋଲି ସମସ୍ତେ ଆଶା ରଖିଛନ୍ତି। ଏବେ କାବୁଲ ଏୟାରପୋର୍ଟ ସଂପୂର୍ଣ୍ଣ ଭାବେ ତାଲିବାନ କବଜାରେ ରହିଛି। ଏଥିସହ ପୂରା ଏୟାରପୋର୍ଟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ତାଲିବାନୀମାନେ ଚେକପୋଷ୍ଟ କରି ଜଗିଛନ୍ତି।

କେବଳ ବିଦେଶୀ ନାଗରିକଙ୍କୁ ଆଫଗାନ ଛାଡ଼ିବାକୁ ତାଲିବାନର ଚେକପୋଷ୍ଟ ଗୁଡ଼ିକରେ ଅନୁମତି ମିଳିବ। ହେଲେ ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଚାହୁଁଥିବା ଆଫଗାନ ନାଗରିକଙ୍କ ଭବିଷ୍ୟତ କ’ଣ ହେବ, ତା’ର ଖବର କାହା ପାଖରେ ନାହିଁ।