Advertisment

ଝିଅମାନେ ଖୁବଶୀଘ୍ର ସ୍କୁଲ ଆସିବେ, ସ୍ୱାସ୍ଥ୍ୟମନ୍ତ୍ରୀ ନିଯୁକ୍ତ କଲା ତାଲିବାନ

କାବୁଲ: ଖୁବଶୀଘ୍ର ଆଫଗାନିସ୍ତାନର ଝିଅମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ ବୋଲି ଆଜି ତାଲିବାନ ପକ୍ଷରୁ କୁହାଯାଇଛି। ଏଥିସହ ତାଲିବାନ ପକ୍ଷରୁ ଆଜି ବଳକା ଥିବା ତଥାକଥିତ କ୍ୟାବିନେଟ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଏହି ସମୟରେ ଝିଅମାନଙ୍କ ସ୍କୁଲ ଆସିବା ସମ୍ପର୍କରେ ମଧ୍ୟ ସଂଗଠନ ସୂଚନା ଦେଇଛି। ସଂଗଠନର ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, “ଆମେ ସବୁ କିଛି ଚୂଡ଼ାନ୍ତ କରି ସାରିଛୁ। ଖୁବଶୀଘ୍ର ଝିଅମାନେ ସ୍କୁଲ ଆସି ଶିକ୍ଷଲାଭ ଓ ଶିକ୍ଷାଦାନ କରିପାରିବେ।” […]

ଝିଅମାନେ ଖୁବଶୀଘ୍ର ସ୍କୁଲ ଆସିବେ, ସ୍ୱାସ୍ଥ୍ୟମନ୍ତ୍ରୀ ନିଯୁକ୍ତ କଲା ତାଲିବାନ

Taliban

Advertisment

କାବୁଲ: ଖୁବଶୀଘ୍ର ଆଫଗାନିସ୍ତାନର ଝିଅମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ ବୋଲି ଆଜି ତାଲିବାନ ପକ୍ଷରୁ କୁହାଯାଇଛି। ଏଥିସହ ତାଲିବାନ ପକ୍ଷରୁ ଆଜି ବଳକା ଥିବା ତଥାକଥିତ କ୍ୟାବିନେଟ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଏହି ସମୟରେ ଝିଅମାନଙ୍କ ସ୍କୁଲ ଆସିବା ସମ୍ପର୍କରେ ମଧ୍ୟ ସଂଗଠନ ସୂଚନା ଦେଇଛି।

Advertisment

ସଂଗଠନର ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, “ଆମେ ସବୁ କିଛି ଚୂଡ଼ାନ୍ତ କରି ସାରିଛୁ। ଖୁବଶୀଘ୍ର ଝିଅମାନେ ସ୍କୁଲ ଆସି ଶିକ୍ଷଲାଭ ଓ ଶିକ୍ଷାଦାନ କରିପାରିବେ।”

ଏହାପୂର୍ବରୁ ତାଲିବାନୀ ସରକାରର ଶିକ୍ଷା ମନ୍ତ୍ରୀ ପୁରୁଷ ଶିକ୍ଷକ ଓ ଛାତ୍ରମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିଥିବା ସମ୍ପର୍କରେ ଘୋଷଣା କରିଥିଲେ। ହେଲେ ଝିଅମାନଙ୍କ ପାଠପଢ଼ା ବିଷୟରେ କିଛି କହି ନଥିଲେ। ସେହିପରି ଶିକ୍ଷୟିତ୍ରୀମାନଙ୍କ ସମ୍ପର୍କରେ ମଧ୍ୟ ତାଲିବାନ କୌଣସି ନିଷ୍ପତ୍ତି ନେଇ ନଥିଲା। ହେଲେ ଆଜି ମୁଜାହିଦ ଝିଅମାନଙ୍କ ସ୍କୁଲ ଆସିବା ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ତାଲିବାନ ପକ୍ଷରୁ ବନ୍ଦ କରାଯାଇଥିବା ମହିଳା ବ୍ୟାପାର ମନ୍ତ୍ରଣାଳୟ ସମ୍ପର୍କରେ ମୁଜାହିଦ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। କିଛି ଦିନ ତଳେ ମହିଳା ମନ୍ତ୍ରଣାଳୟକୁ ବନ୍ଦ କରି ତାଲିବାନ ପାପ-ପୁଣ୍ୟ ମନ୍ତ୍ରଣାଳୟ ଗଠନ କରିଥିଲା। ସେ କହିଛନ୍ତି, ପାପ-ପୁଣ୍ୟ ମନ୍ତ୍ରଣାଳୟ ଏମିରେତକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ତାଲିବାନ ପୂର୍ବରୁ ନିଜର କ୍ୟାବିନେଟ ସଦସ୍ୟଙ୍କ ନାଁ ଘୋଷଣା କରିଥିଲା। ଏବେ ତାଲିବାନ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଯୋଡ଼ା ଯାଇଛି। ମନ୍ତ୍ରଣାଳୟର ମୁଖ୍ୟ ଭାବେ ଡା କ୍ୱାଲିନ୍ଦର ଇବାଦଙ୍କୁ ନିଯୁକ୍ତି ମିଳିଛି। ସେହିପରି ତାଲିବାନୀ ସରକାରର କର୍ମସ ମନ୍ତ୍ରୀ ଭାବେ ବାଗଲନର ବ୍ୟବସାୟୀ ମହମ୍ମଦ ବାସିରଙ୍କୁ ଦାୟିତ୍ୱ ଦିଆଯାଇଛି।

ଆଟୋମିକ ଏନର୍ଜି ମନ୍ତ୍ରୀ ଭାବେ ଇଞ୍ଜିନିୟର ନଜିବୁଲ୍ଲା, ନ୍ୟାଶନାଲ ଅଲିମ୍ପିକ କମିଟର ମୁଖ୍ୟ ଭାବେ ନଜର ମହମ୍ମଦ ମୁତମାନେ ଓ ପ୍ରତିରକ୍ଷା ବିଭାଗର ଉପ ମନ୍ତ୍ରୀ ହୋଇଛନ୍ତି ଅବଦୁଲ ଜାକିର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe