Advertisment

ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟାକଲେ ତାଲିବାନ ଆତଙ୍କୀ

କାବୁଲ: ଦିନକୁ ଦିନ ଆଫଗାନିସ୍ତାନରେ ତାଲାବାନ ଆତଙ୍କବାଦୀମାନେ ଭୟଙ୍କର ସ୍ଥିତି ସୃଷ୍ଟି କରିବାରେ ଲାଗିଛନ୍ତି। ଘନଘନ ଆକ୍ରମଣ କରି ଆଫଗାନିସ୍ତାନର ୮୫% ଅଞ୍ଚଳର ଦଖଲ କରି ସାରିଥିବା ତାଲିବାନ ଏବେ ସରକାରଙ୍କ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ଏହିକ୍ରମରେ ଆଜି ତାଲିବାନ ଆତଙ୍କୀମାନେ ଆଫଗାନ ସରକାରଙ୍କ ମିଡିଆ ଇନଫରମେସନ ସେଣ୍ଟରର ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୁରକ୍ଷାକର୍ମୀମାନେ ତାଲିବାନ ଉପରେ ଏୟାରଷ୍ଟ୍ରାଇକ କରୁଥିବାରୁ ଏହାର ବଦଲା ନେବାକୁ ତାଲିବାନ ପକ୍ଷରୁ ସରକାରଙ୍କୁ […]

ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟାକଲେ ତାଲିବାନ ଆତଙ୍କୀ

Media-Head

Advertisment

କାବୁଲ: ଦିନକୁ ଦିନ ଆଫଗାନିସ୍ତାନରେ ତାଲାବାନ ଆତଙ୍କବାଦୀମାନେ ଭୟଙ୍କର ସ୍ଥିତି ସୃଷ୍ଟି କରିବାରେ ଲାଗିଛନ୍ତି। ଘନଘନ ଆକ୍ରମଣ କରି ଆଫଗାନିସ୍ତାନର ୮୫% ଅଞ୍ଚଳର ଦଖଲ କରି ସାରିଥିବା ତାଲିବାନ ଏବେ ସରକାରଙ୍କ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି।

Advertisment

ଏହିକ୍ରମରେ ଆଜି ତାଲିବାନ ଆତଙ୍କୀମାନେ ଆଫଗାନ ସରକାରଙ୍କ ମିଡିଆ ଇନଫରମେସନ ସେଣ୍ଟରର ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୁରକ୍ଷାକର୍ମୀମାନେ ତାଲିବାନ ଉପରେ ଏୟାରଷ୍ଟ୍ରାଇକ କରୁଥିବାରୁ ଏହାର ବଦଲା ନେବାକୁ ତାଲିବାନ ପକ୍ଷରୁ ସରକାରଙ୍କୁ ଧମକ ଦିଆଯାଇଥିଲା। ସଂଗଠନର ସଦସ୍ୟମାନେ ଏଣିକି ସରକାରୀ ଅଧିକାରୀ ଓ ପ୍ରତିଷ୍ଠାନକୁ ଟାର୍ଗେଟ କରିବେ ବୋଲି କହିଥିଲେ।

ଏହି ଧମକର ଗୋଟିଏ ଦିନ ପରେ ଆତଙ୍କବାଦୀମାନେ ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କରିଛନ୍ତି। ଆଫଗାନିସ୍ତାନର ମିଡିଆ ମୁଖ୍ୟ ଭାବେ ଦାୱା ଖାନ ମେନାପଲ କାର୍ଯ୍ୟ କରୁଥିଲେ। କିନ୍ତୁ ରକ୍ତମୁଖା ଆତଙ୍କବାଦୀମାନେ ତାଙ୍କୁ ଆକ୍ରମଣ କରି ସହିଦ କରିଛନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ମୀରୱାସି ଷ୍ଟାନିକାଜାଇ କହିଛନ୍ତି।

Advertisment

ତାଲିବାନ ମଧ୍ୟ ଆକ୍ରମଣ କରି ଦାୱା ଖାନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ସଂଗଠନ ପକ୍ଷରୁ ସ୍ୱତନ୍ତ୍ର ଅପରେସନ ଦ୍ୱାରା ଆକ୍ରମଣ କରାଯାଇଥିଲା। ମୁଜାହିଦ୍ଦିନଙ୍କ ଆକ୍ରମଣରେ ସେ ନିହତ ହୋଇଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଫିଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ଦିନଠାରୁ ତାଲିବାନ ହିଂସାକାଣ୍ଡ ସୃଷ୍ଟି କରିବାରେ ଲାଗିଛି। ସଂଗଠନ ଆକ୍ରମଣ ପରେ ଆକ୍ରମଣ କରି ଶତାଧିକ ଲୋକଙ୍କୁ ହତ୍ୟା କରୁଛି ଓ ବିଭିନ୍ନ ଅଞ୍ଚଳକୁ ନିଜ ଦଖଲକୁ ନେଉଛି। ଇତି ମଧ୍ୟରେ ସଂଗଠନ ଆଫଗାନିସ୍ତାନର ପ୍ରାୟ ୮୫% ଅଂଶ ଦଖଲ କରି ସାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe