Advertisment

ବିଦେଶୀ ମୁଦ୍ରା ବ୍ୟାନ୍‌ କଲା ତାଲିବାନ

କାବୁଲ: ତାଲିବାନ ଦଖଲ ପରେ ଆଫଗାନିସ୍ତାନର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଅତ୍ୟନ୍ତ ବିଗିଡିବାରେ ଲାଗିଛି ସେଠାକାର ଅର୍ଥ ବ୍ୟବସ୍ଥା। ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଅନାହାର ପରିସ୍ଥିତି। ଲୋକେ ଖାଇବାକୁ ପାଉନାହାନ୍ତି। ଏପରିକି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ନାହିଁ। ବାଧ୍ୟ ହୋଇ ଖୋଲ ଆକାଶ ତଳେ ଶହ ଶହ ଲୋକ ଜୀବନ ବିତାଉଛନ୍ତି। ଏଭଳି ସ୍ଥିତିରେ ଆଉ ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ। ଏଣିକି ଆଫଗାନିସ୍ତାନରେ ବ୍ୟବହାର ହେବନି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବିଦେଶୀ ମୁଦ୍ରା ବ୍ୟାନ୍‌ କଲା ତାଲିବାନ

Taliban ban foreign currency

କାବୁଲ: ତାଲିବାନ ଦଖଲ ପରେ ଆଫଗାନିସ୍ତାନର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଅତ୍ୟନ୍ତ ବିଗିଡିବାରେ ଲାଗିଛି ସେଠାକାର ଅର୍ଥ ବ୍ୟବସ୍ଥା। ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଅନାହାର ପରିସ୍ଥିତି। ଲୋକେ ଖାଇବାକୁ ପାଉନାହାନ୍ତି। ଏପରିକି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ନାହିଁ। ବାଧ୍ୟ ହୋଇ ଖୋଲ ଆକାଶ ତଳେ ଶହ ଶହ ଲୋକ ଜୀବନ ବିତାଉଛନ୍ତି। ଏଭଳି ସ୍ଥିତିରେ ଆଉ ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ।

Advertisment

ଏଣିକି ଆଫଗାନିସ୍ତାନରେ ବ୍ୟବହାର ହେବନି ବିଦେଶୀ ମୁଦ୍ରା। ଏହାଉପରେ ତାଲିବାନ୍‌ ଏବେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି। ଏହି ଆଦେଶ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଜାରି ହୋଇଛି।

ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍‌ ଏନେଇ ଏକ ବିବୃତ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଇସଲାମିକ୍ ଏମିରେଟ୍ (ତାଲିବାନ) ସମସ୍ତ ନାଗରିକ, ଦୋକାନୀ, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଆଫଗାନିସ୍ତାନରେ ସମସ୍ତ କାରବାର କରିବାକୁ ଏବଂ ବିଦେଶୀ ମୁଦ୍ରା ବ୍ୟବହାରରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛି। ଯଦି ଏହି ଆଦେଶକୁ କେହି ଉଲ୍ଲଂଘନ କରନ୍ତି ତେବେ ସେହି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।'

Advertisment

ତାଲିବାନ ୧୫ ଅଗଷ୍ଟରେ ଆଫଗାନିସ୍ତାନକୁ କବ୍‌ଜା କରିଥିଲା। ସେବେଠାରୁ ଆଫଗାନିସ୍ତାନ ମୁଦ୍ରା ହ୍ରାସ ପାଇବାରେ ଲାଗିଛି ଏବଂ ବିଦେଶରେ ଦେଶର ସମ୍ପତ୍ତି ମଧ୍ୟ ଫ୍ରିଜ୍ ହୋଇଯାଇଛି। ଆଫଗାନିସ୍ତାନର ବ୍ୟାଙ୍କଗୁଡିକ ନଗଦ ଅର୍ଥ ଅଭାବର ସମ୍ମୁଖୀନ ହେଉଛନ୍ତି। ସେପଟେ ଅନ୍ତର୍ଜାତୀୟ ସମୁଦାୟ ବର୍ତ୍ତମାନ ତାଲିବାନ ସରକାରକୁ ସ୍ୱୀକୃତି ଦେଇ ନାହିଁ।

ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ବଜାରରେ ଆମେରିକୀୟ ଡଲାର ହେଉଛି ବିନିମୟର ବ୍ୟାପକ ମାଧ୍ୟମ। ଦେଶର ଅନେକ ସ୍ଥାନରେ କିଣାବିକା ପାଇଁ ଆମେରିକୀୟ ଡଲାର ବ୍ୟବହାର କରାଯାଉଛି। ଏଥିସହିତ ଦକ୍ଷିଣ ସୀମା ନିକଟରେ ବାଣିଜ୍ୟ ପାଇଁ ପାକିସ୍ତାନୀ ଟଙ୍କା ମଧ୍ୟ ବ୍ୟବହୃତ ହେଉଛି।

ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନର ୯.୫ ବିଲିୟନ ଡ଼ଲାରରୁ ଅଧିକ ପ୍ରବେଶକୁ ଆମେରିକା, ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଅଙ୍କୁଶ ଲଗାଇଛି।

Taliban