Advertisment

ଆମେରିକା ପାଇଁ ଶପଥ ସମାରୋହ ଘୁଞ୍ଚାଇଲା ତାଲିବାନ

କାବୁଲ: ଆମେରିକାର ସବୁଠାରୁ ବଡ଼ ଆଘାତକୁ ତାଜା କରିବାକୁ ଚାହୁଁଥିବା ତାଲିବାନର ମନ ଏବେ ବଦଳି ଯାଇଛି। ଆମେରିକାର ଶୁଖିଲା ଘା’ରେ ଲୁଣ ଛିଞ୍ଚିବାକୁ ପ୍ରସ୍ତୁତି ଚଳାଇଥିବା ତାଲିବାନ ହଠାତ୍‌ ପରିବର୍ତ୍ତନ ହୋଇଯାଇଛି। ଆମେରିକାରେ ହୋଇଥିବା ୯/୧୧ ଆତଙ୍କୀ ହମ୍‌ଲାର ବର୍ଷ ପୂର୍ତ୍ତି ଅବସରରେ ଆଫଗାନିସ୍ତାନ ସରକାର ଶପଥ ଗ୍ରହଣ କରିଥା’ନ୍ତେ। ହେଲେ ଏବେ ଏହି ଶପଥ ସମାରୋହକୁ ତାଲିବାନ ବାତିଲ କରିଛି। ଋଷର ନ୍ୟୁଜ୍ ଏଜେନ୍ସି ଶୁକ୍ରବାର ଦିନ ଏହି ସୂଚନା ଦେଇଛି । ତାଲିବାନର […]

ଆମେରିକା ପାଇଁ ଶପଥ ସମାରୋହ ଘୁଞ୍ଚାଇଲା ତାଲିବାନ

Taliban

Advertisment

କାବୁଲ: ଆମେରିକାର ସବୁଠାରୁ ବଡ଼ ଆଘାତକୁ ତାଜା କରିବାକୁ ଚାହୁଁଥିବା ତାଲିବାନର ମନ ଏବେ ବଦଳି ଯାଇଛି। ଆମେରିକାର ଶୁଖିଲା ଘା'ରେ ଲୁଣ ଛିଞ୍ଚିବାକୁ ପ୍ରସ୍ତୁତି ଚଳାଇଥିବା ତାଲିବାନ ହଠାତ୍‌ ପରିବର୍ତ୍ତନ ହୋଇଯାଇଛି। ଆମେରିକାରେ ହୋଇଥିବା ୯/୧୧ ଆତଙ୍କୀ ହମ୍‌ଲାର ବର୍ଷ ପୂର୍ତ୍ତି ଅବସରରେ ଆଫଗାନିସ୍ତାନ ସରକାର ଶପଥ ଗ୍ରହଣ କରିଥା'ନ୍ତେ। ହେଲେ ଏବେ ଏହି ଶପଥ ସମାରୋହକୁ ତାଲିବାନ ବାତିଲ କରିଛି।

Advertisment

ଋଷର ନ୍ୟୁଜ୍ ଏଜେନ୍ସି ଶୁକ୍ରବାର ଦିନ ଏହି ସୂଚନା ଦେଇଛି । ତାଲିବାନର ସାଂସ୍କୃତିକ ଆୟୋଗର ସଦସ୍ୟ ଇନାମୁଲ୍ଲା ସାମଙ୍ଗାନି ଟୁଇଟ୍‌ କରି କହିଛନ୍ତି ଯେ, 'ଦେଶର ମଧ୍ୟବର୍ତ୍ତୀକାଳିନ ସରକାରଙ୍କ ଶପଥ ସମାରୋହକୁ ବାତିଲ କରାଯାଇଛି। ଲୋକଙ୍କୁ ଅଧିକ ଭ୍ରମିତ ନ କରିବା ପାଇଁ ଇସଲାମିକ ଅମିରାତ ନେତୃତ୍ୱରେ କ୍ୟାବିନେଟ୍‌ ଘୋଷଣା ହୋଇଥିଲା। ତେବେ ଏହା ପୂର୍ବରୁ ହିଁ ତାଲିବାନ ସରକାର କାମ କରିବା ଆରମ୍ଭ କରିଦେଇଛି।'

ଗତ କିଛି ଦିନ ହେବ କେତେକ ମିଡିଆ ରିପୋର୍ଟରେ ଦାବି କରାଯାଉଥିଲା ଯେ, ତାଲିବାନର ଅନ୍ତରୀଣ ସରକାରଙ୍କ ଶପଥ ଗ୍ରହଣ ସମାରୋହ ୯/୧୧ର ୨୦ ବର୍ଷ ପୂର୍ତ୍ତି ଅବସରରେ ହୋଇପାରେ। ତେବେ ଏହି ଶପଥ ସମାରୋହକୁ ଏବେ ତାଲିବାନ ଘୁଞ୍ଚାଇ ଦେଇଛି।

Advertisment

ଉଲ୍ଲେଖ ଯୋଗ୍ୟ ଯେ,  ତାଲିବାନ ସରକାର ଗଠନ ପୂର୍ବରୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଚୀନ୍, ତୁର୍କୀ, ପାକିସ୍ଥାନ, ଇରାନ, କତାର ଏବଂ ଭାରତ ଏବଂ ଆମେରିକା ଭଳି ପଡୋଶୀ ଦେଶକୁ ଆମନ୍ତ୍ରଣ କରିଛି। ଦୁଇଥର ସ୍ଥଗିତ ରହିବା ପରେ ତାଲିବାନ ମଙ୍ଗଳବାର ମଧ୍ୟବର୍ତ୍ତୀକାଳିନ ସରକାର ଗଠନ କରିବାକୁ ଘୋଷଣା କରିଛି। ତେବେ ଋଷ ତାଲିବାନର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବ ନାହିଁ ବୋଲି କହିଛି।

ସୂଚନା ମୁତାବକ, ୯/୧୧ ଆତଙ୍କୀ ହମ୍‌ଲା ଆମେରିକା ଇତିହାସର ଏକ କଳା ଦିନ। ଏହି ଆକ୍ରମଣରେ ପାଖାପାଖି ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।  ୨୦୦୧ରେ ଅଲକାଏଦା ଆତଙ୍କବାଦୀମାନେ ଆମେରିକା ଉପରେ ଭୟଙ୍କର ହମ୍‌ଲା କରିଥିଲେ। ବିମାନକୁ ହାଇଜାକ୍‌ କରି ଆତଙ୍କବାଦୀମାନେ ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର ଟ୍ୱିନ୍‌ ଟାୱାରକୁ ଓ ପେଣ୍ଟାଗନ୍‌ ମୁଖ୍ୟ କାର୍ଯ୍ୟାଳୟକୁ ଉଡାଇ ଦେଇଥିଲେ। ଏହି ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି।

Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe