Advertisment

ତାଲିବାନ ପଞ୍ଝାରେ ପଞ୍ଜଶିର

କାବୁଲ: ତାଲିବାନ ପଞ୍ଝାରେ ପଞ୍ଜଶିର। ଉଡ଼ିଲା ତାଲିବାନ ପତାକା। ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ପଞ୍ଜଶିରକୁ କବ୍‌ଜା କଲା ତାଲିବାନ। ପଞ୍ଜଶିରକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ନେଇ ତାଲିବାନ ଦାବି କରିଛି। ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ପଞ୍ଚଶିରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେମାନେ ରେଜିଷ୍ଟାନ୍ସ ଫୋର୍ସ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି। ଏଥିସହ ପଞ୍ଚଶିରା ଘାଟି ପୂରାପୁରି ଇସ୍‌ଲାମ ଅମିରାତର ନିୟନ୍ତ୍ରଣକୁ ଆସିଯାଇଛି। ଏଥିସହ ତାଲିବାନ ପଞ୍ଜଶିରରୁ କିଛି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ତାଲିବାନ ପଞ୍ଝାରେ ପଞ୍ଜଶିର

panjshir valley

କାବୁଲ: ତାଲିବାନ ପଞ୍ଝାରେ ପଞ୍ଜଶିର। ଉଡ଼ିଲା ତାଲିବାନ ପତାକା। ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ପଞ୍ଜଶିରକୁ କବ୍‌ଜା କଲା ତାଲିବାନ। ପଞ୍ଜଶିରକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ନେଇ ତାଲିବାନ ଦାବି କରିଛି।

Advertisment

ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ପଞ୍ଚଶିରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେମାନେ ରେଜିଷ୍ଟାନ୍ସ ଫୋର୍ସ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି। ଏଥିସହ ପଞ୍ଚଶିରା ଘାଟି ପୂରାପୁରି ଇସ୍‌ଲାମ ଅମିରାତର ନିୟନ୍ତ୍ରଣକୁ ଆସିଯାଇଛି।

ଏଥିସହ ତାଲିବାନ ପଞ୍ଜଶିରରୁ କିଛି ଫଟୋ ମଧ୍ୟ ଜାରି କରିଛି। ଏଥିରେ ଦେଖିବାକୁ ମିଳିଛି ଯେ କିଛି ବନ୍ଧୁକଧାରୀ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଛନ୍ତି। ଏଥିସହ ପଞ୍ଜଶିରରେ ତାଲିବାନ ପତାକା ଉଡୁଥିବା ମଧ୍ୟ ଦେଖିବାକୁ ମିଳିଛି।

Advertisment

ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, 'ଆଫଗାନିସ୍ତାନର ପଞ୍ଜଶିର ପ୍ରାନ୍ତକୁ ସେମାନେ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଛନ୍ତି। ପଞ୍ଜଶିରରେ ବହୁସଂଖ୍ୟକ ପ୍ରତିରୋଧକାରୀ ସଦସ୍ୟ ନିହତ ହୋଇଛନ୍ତି ଏବଂ ବାକି ପଳାୟନ କରିଛନ୍ତି। ସେ ଦାବି କରିଛନ୍ତି ପଣବନ୍ଦୀ ଥିବା ପଞ୍ଜଶିରର ଅତ୍ୟାଚାରିତ ତଥା ସମ୍ମାନୀୟ ବ୍ୟକ୍ତିବିଶେଷଙ୍କୁ ମୁକ୍ତ କରାଯାଇଛି। ଆଲ୍ହାଙ୍କ ସାହାଯ୍ୟ ଏବଂ ଆମ ଦେଶବାସୀଙ୍କ ବ୍ୟାପକ ସମର୍ଥନ ଦ୍ୱାରା ଆମ ଦେଶ ଓ ପ୍ରଦେଶର ସମ୍ପୂର୍ଣ୍ଣ ନିରାପତ୍ତା ଲାଗି ଆମର ସଦ୍ୟତମ ଉଦ୍ୟମ ସଫଳ ହୋଇଛି।'

ସେ ଆହୁରି କହିଛନ୍ତି, ପଞ୍ଜଶିରର ସମ୍ମାନୀୟ ବ୍ୟକ୍ତିଙ୍କୁ ଆମେ ନିର୍ଭର ପ୍ରତିଶ୍ରୁତି ଦେଉଛୁ ଯେ, ସେମାନେ ବିଦ୍ୱେଷର ସରବ୍ୟ ହେବେ ନାହିଁ, ସେମାନେ ଆମର ଭାଇ ଭଳି। ଆମେ ଗୋଟିଏ ଦେଶ, ଗୋଟିଏ ଲକ୍ଷ୍ୟ ପାଇଁ କାର୍ଯ୍ୟ କରିବୁ। ଏହି ବିଜୟ ପରେ ଆମ ଦେଶ ସମ୍ପୂର୍ଣ୍ଣରୂପେ ଯୁଦ୍ଧରୁ ମୁକ୍ତ ହୋଇଛି। ଏବେ ମୁକ୍ତ ପରିବେଶରେ ସ୍ୱାଧୀନ ଓ ସମୃଦ୍ଧଶାଳୀ ହୋଇ ଦେଶବାସୀ ସୁଖଶାନ୍ତିରେ ଜୀବନଯାପନ କରିବେ।

ସେପଟେ ଏ ସଂକ୍ରାନ୍ତରେ କିନ୍ତୁ, ରେଜିଷ୍ଟାନ୍‌ସ୍‌ ଫୋର୍ସର ନେତା ଅହମଦ୍ ମାସୁଦଙ୍କ ଠାରୁ କୌଣସି ବିବୃତି ମିଳିପାରି ନହିଁ। ଅନ୍ୟପଟେ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ, ତାଲିବାନର ଦାବି ମିଥ୍ୟା।  ରେଜିଷ୍ଟାନ୍ସ ଫୋର୍ସ ପଞ୍ଜଶିରକୁ ପାହାଡରୁ ରକ୍ଷା କରୁଛି। ପାକିସ୍ତାନୀ ବାୟୁସେନା ମଧ୍ୟ ସେମାନଙ୍କ ଉପରେ ଆକ୍ରମଣ କରୁଛି ବୋଲି ଦାବି କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜଶିର ହିଁ ଶେଷ ଅଞ୍ଚଳ ଥିଲା ଯାହାକୁ ତାଲିବାନ କବଜା କରିପାରିନଥିଲା। ଏହାପୂର୍ବରୁ ଆତଙ୍କବାଦୀମାନେ ଅଗଷ୍ଟ ୧୫ ତାରିଖରେ କାବୁଲ କବଜା କରି ଆଫଗାନିସ୍ତାନକୁ ଦଖଲ କରିନେଇଥିଲେ।