ତାଲିବାନ ମୁଖ୍ୟ ମୃତ, ବରାଦରଙ୍କୁ ମାଡ଼ ମାରି ପଣବନ୍ଦୀ କରିଛି ହକ୍କାନୀ!

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସଂଗଠନ ମଧ୍ୟରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ତାଲିବାନ ଉପରେ ପାକିସ୍ତାନର ହୁକୁମାତି ଏବେ ଆଫଗାନ ପରିସ୍ଥିତିକୁ ଆହୁରି ଜଟିଳ କରି ଦେଇଛି। ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ କ୍ଷମତାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ କାର୍ଯ୍ୟକ୍ରମ ହୋଇ ପାରୁନି। ଏସବୁ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ଆସିଛି। ତାଲିବାନ ଆଫଗାନକୁ ଦଖଲ କରିଥିଲେ ହେଁ ସଂଗଠନର ମୁଖ୍ୟ ହୈବତୁଲ୍ଲା […]

Baradar

Hemant Lenka
  • Published: Tuesday, 21 September 2021
  • , Updated: 21 September 2021, 08:33 AM IST

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସଂଗଠନ ମଧ୍ୟରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ତାଲିବାନ ଉପରେ ପାକିସ୍ତାନର ହୁକୁମାତି ଏବେ ଆଫଗାନ ପରିସ୍ଥିତିକୁ ଆହୁରି ଜଟିଳ କରି ଦେଇଛି। ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ କ୍ଷମତାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ କାର୍ଯ୍ୟକ୍ରମ ହୋଇ ପାରୁନି। ଏସବୁ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ଆସିଛି।

ତାଲିବାନ ଆଫଗାନକୁ ଦଖଲ କରିଥିଲେ ହେଁ ସଂଗଠନର ମୁଖ୍ୟ ହୈବତୁଲ୍ଲା ଅଖୁନ୍ଦଜାଦାଙ୍କ ପତ୍ତା ମିଳୁନାହିଁ। ସେହିପରି ଶାସନ ମୁଖ୍ୟ ମୁଲ୍ଲା ହସନ ଅଖୁନ୍ଦ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ନିଷ୍ପତ୍ତି ନେବାର କୌଣସି କ୍ଷମତା ନାହିଁ। ତାଲିବାନୀ ସରକାରରେ ଉପ ପ୍ରଧାନମନ୍ତ୍ରୀ ହୋଇଥିବା ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ଏବେ ପାକିସ୍ତାନ ସହାୟତାରେ ହକ୍କାନୀ ନେଟୱର୍କ ପଣବନ୍ଦୀ କରି ରଖିଥିବା କୁହାଯାଉଛି।

ସରକାର ଗଠନକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ମୁଲ୍ଲା ବରାଦର ନେଉଥିବା ବେଳେ ଅନ୍ୟପଟେ ରହିଛି ହକ୍କାନୀ ନେଟୱର୍କ। ହକ୍କାନୀ ନେଟୱର୍କ ସଂପୂର୍ଣ୍ଣ ଭାବେ ପାକ୍‌ କଥାରେ ପରିଚାଳିତ ହୋଇଥାଏ। ଏହି ସଂଗଠନକୁ ଆମେରିକା ପକ୍ଷରୁ ଆତଙ୍କୀର ମାନ୍ୟତା ମିଳିଛି।

ଶେଷଥର ପାଇଁ ବରାଦରଙ୍କୁ ସରକାର ଗଠନ ପାଇଁ କାନ୍ଦାହାରରେ ଚାଲିଥିବା ଆଲୋଚନା ବେଳେ ଦେଖିବାକୁ ମିଳିଥିଲା। ସରକାର ଗଠନକୁ ନେଇ ଯୁକ୍ତିତର୍କ ହେବାରୁ ବରାଦର ଓ ହକ୍କାନୀ ନେଟୱର୍କର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ବରାଦର ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା।

କିନ୍ତୁ ନିକଟରେ ବରାଦର ଭିଡିଓ ବାର୍ତ୍ତା ଜରିଆରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ହେଲେ ସେ କାହା ଚାପରେ ଏମିତି କହିଥାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ବ୍ରିଟେନର ଗୋଟିଏ ମ୍ୟାଗାଜିନରେ ପ୍ରକାଶିତ ଖବର ଅନୁଯାୟୀ, ବରାଦର ତାଙ୍କୁ ସମର୍ଥନ କରୁଥିବା ଆଦିବାସୀ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ହିଁ ତାଙ୍କୁ ବଳ ପ୍ରୟୋଗ କରାଯାଇ ଟିଭି ଆଗରେ ବିବୃତି ଜାରି କରିବାକୁ କୁହାଯାଇଥିଲା। ସେ ପାକିସ୍ତାନ ସହାୟତାରେ ହକ୍କାନୀ ଦ୍ୱାରା ପରଣବନ୍ଦୀ ହୋଇ ରହିଛନ୍ତି। ପାକିସ୍ତାନ ତାଲିବାନ ଉପରେ ହକ୍କାନୀକୁ ମାଧ୍ୟମ କରି ନିୟନ୍ତ୍ରଣ ରଖୁଛି ବୋଲି ଏଥିରେ କୁହାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାର ଗଠନ ପାଇଁ ଚାଲିଥିବା ଆଲୋଚନା ବେଳେ ବରାଦର ଆଫଗାନ ସଂଖ୍ୟାଲଘୁଙ୍କ ସପକ୍ଷରେ ମତ ରଖିଥିଲେ। ଏଥିସହ ତାଲିବାନ ସହ ଆଫଗାନର ଜାତୀୟ ପତାକା ଉଡ଼ାଇବାକୁ କହିଥିଲେ। ତେବେ ଏହାକୁ ହକ୍କାନୀ ବିରୋଧ କରିଥି‌ଲା।

ହଠାତ୍‌ ହକ୍କାନୀ ନେତା ଖଲିଲ ଉର ରହମନ ନିଜ ଚେୟାରରୁ ଉଠି ବରାଦରଙ୍କୁ ମୁଥ ମାରିଥିଲେ। ଏହାପରେ ଉଭୟ ଗୋଷ୍ଠୀର ସମର୍ଥକମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା। ସେଠାରେ ଚେୟାର ଓ ଟେବୁଲକୁ ଭଙ୍ଗା ରୁଜା କରିବା ସହ ଦୁଇ ଗୋଷ୍ଠୀ ପରସ୍ପରକୁ ଗରମ ଚା’ ଫୋପାଡ଼ିଥିଲେ। ଏପରି କି ସେଠାରେ ଗୁଳି ବିନିମୟ ମଧ୍ୟ ହୋଇଥିଲା। ଏହି ଘଟଣା ପରେ ପାକ୍‌ ସହାୟତାରେ ହକ୍କାନୀ ନେଟୱର୍କ ବରାଦରଙ୍କୁ ବନ୍ଦୀ କରିଥିଲା।

ସରକାର ଗଠନ ପାଇଁ ଆଲୋଚନା ଚାଲିଥିବା ବେଳେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଲେଫଟନାଣ୍ଟ ଜେନେରାଲ ଫୈଜ ହମିଦ୍ କାବୁଲରେ ଥିଲେ। ସେ ବରାଦରଙ୍କ ବଦଳରେ ହକ୍କାନୀକୁ ସମର୍ଥନ ଜଣାଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ତାଲିବାନର ମୁଖ୍ୟ ହୈବତୁଲ୍ଲା ଅଖୁନ୍ଦଜାଦାଙ୍କର ଖୋଜଖବର ନାହିଁ। ତାଙ୍କୁ ଆଫଗାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଘୋଷଣା କରାଯାଇଛି।

ହେଲେ ସେ ସର୍ବସମ୍ମୁଖକୁ ଆସି ନାହାନ୍ତି। ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ତାଲିବାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଠିକ୍‌ ଏପରି ଘଟଣା ୨୦୧୨ରେ ଘଟିଥିଲା। ତତ୍କାଳୀନ ତାଲିବାନ ମୁଖ୍ୟ ମୁଲ୍ଲା ଓମାର ୨୦୧୨ରୁ ପ୍ରାଣ ହରାଇଥିଲେ।

କିନ୍ତୁ ତାଲିବାନ ୨୦୧୫ରେ ସାରା ବିଶ୍ୱକୁ ଏହି ସୂଚନା ଦେଇଥିଲା। ତେଣୁ ଅଖୁନ୍ଦଜାଜାଙ୍କ କ୍ଷେତ୍ରରେ ସମାନ ନୀତି ତାଲିବାନ ଆପଣାଇଛି ବୋଲି କୁହାଯାଉଛି।

Related story