Advertisment

ଆଫଗାନରେ ତାଣ୍ଡବ କରୁଥିବା ତାଲିବାନ ପ୍ରତିନିଧି ଚାଇନାର ମନ୍ତ୍ରୀଙ୍କୁ ଭେଟିଲେ

କାବୁଲ: ଆଫଗାନିସ୍ତାନରେ ନରସଂହାର କରୁଥିବା ତାଲିବାନ ସଂଗଠନର ୯ ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ଚାଇନା ଗସ୍ତ କରିଛନ୍ତି। ଏହି ସମୟରେ ସେମାନେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଶାନ୍ତି ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ତାଲିବାନ ପକ୍ଷରୁ ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ତାଲିବାନର ମୁଖପାତ୍ର ମହମ୍ମଦ ନମୀମ କହିଛନ୍ତି, ରାଜନୀତି, ଅର୍ଥନୀତି, ଦୁଇ ଦେଶ ସହ ଜଡ଼ିତ ସୁରକ୍ଷା ବ୍ୟବସ୍ଥା, ବର୍ତ୍ତମାନ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା […]

ଆଫଗାନରେ ତାଣ୍ଡବ କରୁଥିବା ତାଲିବାନ ପ୍ରତିନିଧି ଚାଇନାର ମନ୍ତ୍ରୀଙ୍କୁ ଭେଟିଲେ

China

Advertisment

କାବୁଲ: ଆଫଗାନିସ୍ତାନରେ ନରସଂହାର କରୁଥିବା ତାଲିବାନ ସଂଗଠନର ୯ ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ଚାଇନା ଗସ୍ତ କରିଛନ୍ତି। ଏହି ସମୟରେ ସେମାନେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଶାନ୍ତି ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ତାଲିବାନ ପକ୍ଷରୁ ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି।

Advertisment

ତାଲିବାନର ମୁଖପାତ୍ର ମହମ୍ମଦ ନମୀମ କହିଛନ୍ତି, ରାଜନୀତି, ଅର୍ଥନୀତି, ଦୁଇ ଦେଶ ସହ ଜଡ଼ିତ ସୁରକ୍ଷା ବ୍ୟବସ୍ଥା, ବର୍ତ୍ତମାନ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ପରିସ୍ଥିତି ଓ ଶାନ୍ତି ପ୍ରକ୍ରିୟା ଉପରେ ଆମେ(ତାଲିବାନ ଓ ଚାଇନା) ବୈଠକରେ ଆଲୋଚନା କରିଛୁ।

ଚାଇନିଜ ପ୍ରଶାସନର ନିମନ୍ତ୍ରଣ କ୍ରମେ ତାଲିବାନର ଡେପୁଟି ଲିଡର ମୌଲା ବାରାଦର ଅଖୁଣ୍ଡଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ବେଜିଂ ଗସ୍ତ କରିଥିଲେ। ସେମାନେ ଚାଇନା ପକ୍ଷରୁ ଆଫଗାନିସ୍ତାନରେ ନିୟୋଜିତ ସ୍ୱତନ୍ତ୍ର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭେଟିଛନ୍ତି ବୋଲି ସେ କହିଛନ୍ତି।

Advertisment

ଚାଇନିଜ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ମଧ୍ୟ ୱାଙ୍ଗ ୟିଙ୍କ ସହ ତାଲିବାନ ପ୍ରତିନିଧିମାନେ ନର୍ଦ୍ଦନ ଚାଇନିଜ ସହର ତିଆନଜିନରେ ବୈଠକ କରିଥିବା ସୂଚନା ଦେଇଛନ୍ତି। ଚାଇନାର ସୀମାକୁ ମଧ୍ୟ ଆଫଗାନିସ୍ତାନ ଲାଗିଛି। ଆଫଗାନିସ୍ତାନରେ ତାଲିବାନ ହିଂସାକାଣ୍ଡ ଘଟାଇ ପ୍ରାୟ ୮୫% ଅଂଶ ଦଖଲ କରି ସାରିଥିବାରୁ ବେଜିଂ ସୀମା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।

ଏହି କାରଣରୁ ଚାଇନା କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ତାଲିବାନ ସହ ଆଲୋଚନା କରି ବିବାଦ ସମାଧାନ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ସେହିପରି ତାଲିବାନ ମଧ୍ୟ ନିଜକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ପରିଚିତ କରାଇବା ପାଇଁ ଏପରି କରୁଛି ବୋଲି ଆଉ କିଛି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe