Pakistan
କାବୁଲ: ତାଲିବାନର ପାକିସ୍ତାନ ପ୍ରୀତି ଗଦଗଦ ହେବାରେ ଲାଗିଛି। ଆଫଗାନରେ ପାକ୍ ବିରୋଧୀ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିବା ତାଲିବାନର ଆଉ କାଣ୍ଡକାରନାମା ସାମ୍ନାକୁ ଆସିଛି। ଏହି ପାକ୍ ବିରୋଧୀ ଆନ୍ଦୋଳନର ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କୁ ତାଲିବାନୀମାନେ ବନ୍ଧୁକ ମୁନରେ ଗିରଫ କରିଥିବା ଜଣାପଡ଼ିଛି।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଟୋଲୋ ଓ ଆରିଆନା ନ୍ୟୁଜର ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ ରହିଛନ୍ତି। ଟୋଲୋ ନ୍ୟୁଜ ପକ୍ଷରୁ କୁହାଯାଇଛି, ଆନ୍ଦୋଳନର ରିପୋର୍ଟିଂ କରୁଥିବା ବେଳେ ଆମ କ୍ୟାମେରାପର୍ସନ ୱାହୀଦ ଅହମାଦୀଙ୍କୁ ତାଲିବାନର ସଦସ୍ୟମାନେ ଗିରଫ କରିଛନ୍ତି। ଟୋଲୋ ନ୍ୟୁଜର ମୁଖ୍ୟ ତୁରନ୍ତ ୱାହୀଦଙ୍କୁ ତାଲିବାନ ରିଲିଜ୍ କରୁ ବୋଲି ନିବେଦନ କରିଛନ୍ତି।
ସେହିପରି ଆରିଆନା ଟିଭି ଚ୍ୟାନେଲର ସାମ୍ବାଦିକ ସମି ଜାହେଶଙ୍କୁ ମଧ୍ୟ ତାଲିବାନ ଗିରଫ କରିଛି। ଏ ସମ୍ପର୍କରେ ତାଙ୍କ ବନ୍ଧୁ ବସି ହାୟତ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ କ୍ୟାମେରାମ୍ୟାନ ସାମିମ ମଧ୍ୟ ତାଲିବାନ ଦ୍ୱାରା ଗିରଫ ହୋଇଛନ୍ତି। ବସି କହିଛନ୍ତି, ସାମି ଓ ସାମିମଙ୍କ ସହ ଦୀର୍ଘ ସମୟ ହେଲା ଯୋଗାଯୋଗ ହୋଇପାରୁନି। ସେମାନେ ଆନ୍ଦୋଳନର ରିପୋର୍ଟିଂ କରୁଥିବା ବେଳେ ହଠାତ୍ କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି। ଏବେ ସେମାନଙ୍କ ଅବସ୍ଥା ସମ୍ପର୍କରେ କାହାକୁ କିଛି ବି ଜଣାନାହିଁ ବୋଲି ସେ କହିଛନ୍ତି।
ଗିରଫଦାରୀକୁ ନେଇ ବିଭିନ୍ନ ମହଲରେ ଆପତ୍ତି ଉଠିବାରୁ ତାଲିବାନ ମିଲିସିଆମାନେ କେବଳ ୱାହୀଦଙ୍କୁ ମୁକ୍ତ କରିଥିବା ଟୋଲୋ ନ୍ୟୁଜ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିନି।
https://twitter.com/i/status/1435162345316274178
ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ମଙ୍ଗଳବାର ଏକ ବିଶାଳ ରାଲିର ଆୟୋଜନ ହୋଇଥିଲା। ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ବିରୋଧରେ ନାରାବାଜି କରିଥିଲେ। କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଏହି ବିକ୍ଷୋଭ ରାଲି ଚାଲିଥିଲା।
ଏତିକି ବେଳେ ଏହି ବିକ୍ଷୋଭ ରାଲିକୁ ଟାର୍ଗେଟ କରି ତାଲିବାନ ଗୁଳିମାଡ କରିଥିଲା। ତେବେ ଏହି ଗୁଳିମାଡରେ କେତେଜଣ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ।
ରିପୋର୍ଟ ମୁତାବକ, ଏହି ରାଲିରେ ୭୦୦ରୁ ଅଧିକ ଲୋକ ଭାଗ ନେଇଥିଲେ। ବିକ୍ଷୋଭକାରୀମାନେ ପାକିସ୍ତାନ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ‘ପାକିସ୍ତାନ ମୁର୍ଦ୍ଦାବାଦ, ନର୍ଦ୍ଦନ ରେଜିଷ୍ଟାସ ଫୋର୍ସ ଅମର ରହୁ’ ବୋଲି ନାରାବାଜି ଦେଇଥିଲେ। ଏଥିରେ ରାଗି ଯାଇ ତାଲିବାନୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/Pakistan-2.jpg)