Advertisment

କାବୁଲକୁ ଚାରିପଟୁ ଘେରିଲା ତାଲିବାନ

ନୂଆଦିଲ୍ଲୀ: ଧୀରେ ଧୀରେ ଆଫଗାନିସ୍ତାନକୁ ଦଖଲ କରିବାକୁ ଚେଷ୍ଟା କରୁଛି ତାଲିବାନ। ଏବେ ଆଫଗାନିସ୍ତାନର ରାଜଧାନୀ କାବୁଲର ଦ୍ୱାର ଦେଶରେ ପ୍ରବେଶ କରିଛନ୍ତି ତାଲିବାନ ସଦସ୍ୟ। କାବୁଲ ସୀମାରେ ପଶି ଚାରିପଟୁ ଘେରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟ୍‌ରେ ଅଟକି ରହିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି […]

author-image
Madhupriya Mistry
ଅଦ୍ୟତନ ହୋଇଛି
କାବୁଲକୁ ଚାରିପଟୁ ଘେରିଲା ତାଲିବାନ

Taliban Enter kabul

ନୂଆଦିଲ୍ଲୀ: ଧୀରେ ଧୀରେ ଆଫଗାନିସ୍ତାନକୁ ଦଖଲ କରିବାକୁ ଚେଷ୍ଟା କରୁଛି ତାଲିବାନ। ଏବେ ଆଫଗାନିସ୍ତାନର ରାଜଧାନୀ କାବୁଲର ଦ୍ୱାର ଦେଶରେ ପ୍ରବେଶ କରିଛନ୍ତି ତାଲିବାନ ସଦସ୍ୟ। କାବୁଲ ସୀମାରେ ପଶି ଚାରିପଟୁ ଘେରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ।

Advertisment

ତାଲିବାନର ଜଣେ ମୁଖପାତ୍ର କହିଛନ୍ତି, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟ୍‌ରେ ଅଟକି ରହିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଖୁବ ଶୀଘ୍ର କାବୁଲକୁ ମଧ୍ୟ ତାଲିବାନ ଦଖଲ କରିନେବ। ଦେଶର ସବୁ ବଡ଼ ବଡ଼  ସହରକୁ ଅକ୍ତିକାର କରିବା ପରେ କେବଳ କାବୁଲ ହିଁ ବାକି ଥିଲା।

ରିପୋର୍ଟ ମୁତାବକ, ତାଲିବାନ ତା' ସଦସ୍ୟଙ୍କୁ କାବୁଲର ଦ୍ୱାରଦେଶରେ ଅଟକି ରହିବାକୁ ନିର୍ଦ୍ଦେଶ ଦେଇଛି। ବଳ ପୂର୍ବକ କାବୁଲକୁ ତାଲିବାନ କବ୍‌ଜା କରିବ ନାହିଁ ବୋଲି ସୂଚନା ମିଳିଛି। ତାଲିବାନ ତରଫରୁ କୁହାଯାଇଛି ଯେ, ଯଦି ଶାନ୍ତି ଭାବରେ ସର୍ତ୍ତ ମାନି ନିଅନ୍ତି ତେବେ କହାରି ମଧ୍ୟ ପ୍ରାଣହାନି ଘଟିବ ନାହିଁ କି କୌଣସି କ୍ଷୟକ୍ଷତି ଘଟିବ ନାହିଁ।

Advertisment

[caption id="attachment_667137" align="aligncenter" width="650"]Talibans enter kabul for all side କାବୁଲର ଦ୍ୱାରଦେଶରେ ପ୍ରବେଶ କରିଛନ୍ତି ତାଲିବାନ ସଦସ୍ୟ[/caption]

ସେପଟେ କାବୁଲର ସରକାରୀ କାର୍ଯ୍ୟଳୟର କର୍ମଚାରୀଙ୍କୁ ଆଜି ସକାଳୁ ହଠାତ୍‌ ଘରକୁ ପଠାଇ ଦିଆଯାଇଛି। ସେନା ହେଲିକପ୍ଟର ଆକାଶରେ ବୁଲିବା ଆରମ୍ଭ କରିଥିଲା। ତାଲିବାନ ଜାଲାଲାବାଦ ଦଖଲ କରିବାର କିଛି ଘଣ୍ଟା ପରେ ରବିବାର ଆମେରିକାର ହେଲିକପ୍ଟରଗୁଡିକ ଆମେରିକାର ଦୂତାବାସରେ ଅବତରଣ କରିଥିଲା। ସୂତ୍ରରୁ ପ୍ରକାଶ ଯେ ଆମେରିକାର ଦୂତାବାସରୁ କୂଟନୀତିଜ୍ଞଙ୍କୁ ସ୍ଥାନାନ୍ତର କରାଯାଇଛି। କୁହାଯାଇଛି ଯେ ଆମେରିକା ତା'ର ସଦସ୍ୟଙ୍କୁ ରକ୍ଷା କରିବା ପାଇଁ କାବୁଲକୁ ୫ ହଜାର ସୈନ୍ୟ ପଠାଇଛି।

ସୂଚନା ମୁତାବକ, ଆଜି ସକାଳୁ ଜଲାଲାବାଦକୁ ମଧ୍ୟ ଦଖଲ କରି ନେଇଥିଲା ତାଲିବାନ।  ତା' ଆଗରୁ ଗଜନୀ, ହେରାତ, କାନ୍ଦାହାର, ମଜାର ଇ ସରିଫ ସହରକୁ ମଧ୍ୟ ଦଖଲ  କରିଥିଲା ଏହି ସଂଗଠନ।  ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି।

https://twitter.com/ANI/status/1426818765942005763?s=20

https://twitter.com/ANI/status/1426830394008084483?s=20

Taliban Attack Kabul