Advertisment

ଆଫଗାନିସ୍ତାନକୁ ପୁଣି କବଜା କଲା ତାଲିବାନ, ଇରାନ ପାଇଁ ବି ବିପଦ

କାବୁଲ: ଆଫଗାନିସ୍ତାନରେ ସକ୍ରିୟ ଥିବା ତାଲିବାନ ଗୋଷ୍ଠୀ ପୁଣିଥରେ ନିଜର ଆତଙ୍କରାଜ ଆରମ୍ଭ କରିଛି। ଆମେରିକା ସୈନ୍ୟମାନେ ଆଫଗାନିସ୍ତାନ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିବା କ୍ଷଣି ତାଲିବାନ ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚେଷ୍ଟା କରୁଛି। ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର ୮୫% ଅଞ୍ଚଳ ତାଲିବାନ ନିଜ କବଜାକୁ ନେଇ ସାରିଥିବା ଦାବି କରିଛି। ସେହିପରି ତାଲିବାନର ଏହି ବିସ୍ତାରବାଦୀ ନୀତି ପଡ଼ୋଶୀ ଇରାନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି। କାରଣ ଆଫଗାନିସ୍ତାନ ସୀମାକୁ […]

ଅଦ୍ୟତନ ହୋଇଛି
ଆଫଗାନିସ୍ତାନକୁ ପୁଣି କବଜା କଲା ତାଲିବାନ, ଇରାନ ପାଇଁ ବି ବିପଦ

Taliban

Advertisment

କାବୁଲ: ଆଫଗାନିସ୍ତାନରେ ସକ୍ରିୟ ଥିବା ତାଲିବାନ ଗୋଷ୍ଠୀ ପୁଣିଥରେ ନିଜର ଆତଙ୍କରାଜ ଆରମ୍ଭ କରିଛି। ଆମେରିକା ସୈନ୍ୟମାନେ ଆଫଗାନିସ୍ତାନ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିବା କ୍ଷଣି ତାଲିବାନ ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚେଷ୍ଟା କରୁଛି। ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର ୮୫% ଅଞ୍ଚଳ ତାଲିବାନ ନିଜ କବଜାକୁ ନେଇ ସାରିଥିବା ଦାବି କରିଛି। ସେହିପରି ତାଲିବାନର ଏହି ବିସ୍ତାରବାଦୀ ନୀତି ପଡ଼ୋଶୀ ଇରାନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି।

Advertisment

କାରଣ ଆଫଗାନିସ୍ତାନ ସୀମାକୁ ଲାଗିଥିବା ଇସଲାମ କାଲା ଅଞ୍ଚଳକୁ ତାଲିବାନ ଗୋଷ୍ଠୀ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବା କହିଛନ୍ତି। ଏପରି କି ଏଥିରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ତାଲିବାନ ଗୁରୁବାର ଇରାନ ସହ ଲାଗି ରହିଥିବା ଆଫଗାନିସ୍ତାନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଦଖଲ କରିଛି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାରୁ ଏହାର ସୁଯୋଗ ନେଇ ତାଲିବାନ ଦ୍ରୁତଗତିରେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛି।

Advertisment

ପୂର୍ବରୁ ତାଲିବାନ ଗୋଷ୍ଠୀ ତାଜିକିସ୍ତାନ ଓ ଉଜବେକିସ୍ତାନ ସହିତ ଲାଗି ରହିଥିବା ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳକୁ କବଜା କରିଥିଲା। ଏହାପରେ ଇରାନ ସୀମାନ୍ତକୁ ତାଲିବାନ ପକ୍ଷରୁ ଦଖଲ କରାଯାଇଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରେ ୨୦ ବର୍ଷ ଧରି ୱାଶିଂଟନ ଜାରି ରଖିଥିବା ମିଶନ ଶେଷ ହେବ ବୋଲି କହୁଥିବା ବେଳେ ଅନ୍ୟପଟେ ତାଲିବାନ ଏପରି ଅଞ୍ଚଳ ଦଖଲ କରିବା ଆରମ୍ଭ କରିଛି।

ତାଲିବାନ ନିଜର ଦବଦବା ଦେଖାଉଥିବାରୁ କିଛି ଦେଶ ସେଠାରେ ଥିବା ନିଜର ଦୂତାବାସ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ତାଜିକିସ୍ତାନ ପକ୍ଷରୁ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆଫଗାନିସ୍ତାନର ଜଣେ ଅଧିକାରୀ କହିଛନ୍ତି ଯେ ତାଲିବାନ ଗୁରୁବାର ପଶ୍ଚିମ ହେରାଟ ପ୍ରଦେଶର ଇସଲାମ କାଲା କ୍ରସିଂ ପଏଣ୍ଟକୁ କବଜା କରିଥିଲା।

ତାଲିବାନ ଏହି ଅଞ୍ଚଳକୁ ଦଖଲ କରିବାରୁ ଏଠାରେ ମୁତୟନ ଥିବା ଆଫଗାନିସ୍ତାନ ସୈନ୍ୟମାନେ ନିଜ ପୋଜିସନ ଛାଡ଼ି ପଳାଇଛନ୍ତି। ସେମାନେ ଇରାନରେ ଆଶ୍ରୟ ନେଇଥିବା ସେଠାକାର ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି। ଇସଲାମ କାଲା ହେଉଛି ଆଫଗାନିସ୍ତାନ ଓ ଇରାନ ମଧ୍ୟରେ ଥିବା ଗୋଟିଏ ପ୍ରମୁଖ ଗମନାଗମନ ରାସ୍ତା।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ମଧ୍ୟ ସଂଗଠନ ଇସଲାମ କାଲାକୁ ନିଜ ନିୟନ୍ତ୍ରଣକୁ ନେଇଥିବା କହିଛନ୍ତି। ମୁଜାହିଦ୍ ଗୋଟିଏ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ତାଲିବାନ ସଦସ୍ୟମାନେ ଇସଲାମ କାଲାରେ ଗୋଟିଏ ଟ୍ରକ୍ ପଛରେ ବସି ଯାଉଥିବା ବେଳେ ଫାଙ୍କା ଗୁଳି ଚଳାଇ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ତାଲିବାନର ଏପରି ବିସ୍ତାରବାଦୀ ନୀତିକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମସ୍କୋରେ ଚିନ୍ତା ପ୍ରକଟ କରିଛନ୍ତି। ରୁଷ ମଧ୍ୟ ଏହାକୁ ସମର୍ଥନ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe